ଫୋନ ତ ବ୍ୟବହାର କରୁଛନ୍ତି ହେଲେ ଜାଣିଛନ୍ତି ଏହାର ସ୍କ୍ରିନ୍ ପଛରେ କଣ ଅଛି ? ଦେଖନ୍ତୁ ଏହି ଭିଡିଓ

ଆପଣ ମାନେ ଫୋନ ତ ବ୍ୟବହାର କରୁଛନ୍ତି । ହେଲେ ଫୋନର ସ୍କ୍ରିନ ପଛରେ କଣ ଅଛି ଆମମାନଙ୍କ ମଧ୍ୟରୁ କେତେ ଜଣ ପ୍ରକୃତରେ ଚିନ୍ତା କରିଛନ୍ତି ? କଣ ଜାଣନ୍ତି ଗୋଟିଏ ଫୋନ୍ ତିଆରି କରିବା ପାଇଁ କେଉଁ କେଉଁ ସାମଗ୍ରୀର ବ୍ୟବହାର କରାଯାଇଥାଏ ? ତେବେ ଏହାର ପତ୍ତା ଲଗାଇବା ପାଇଁ ଏକ ପରୀକ୍ଷଣ କରିଥିଲେ ବ୍ରିଟିଶ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ । ଆଉ ଏହି ପରୀକ୍ଷା ପାଇଁ ଗୋଟିଏ ଫୋନକୁ ଏକ ବ୍ଲେଣ୍ଡରରେ ପକାଇଥିଲେ । ତେବେ ଜାଣନ୍ତି କଣ ହେଲା ଏହାପରେ ।

ବ୍ଲେଣ୍ଡରରେ ପକାଇବା ପରେ ସମ୍ପୂର୍ଣ୍ଣ ଖଣ୍ଡ ଖଣ୍ଡ ହୋଇଯାଇଥିଲା ଏହି ମୋବାଇଲ୍ ଟି । ଆଉ ଫୋନକୁ ତିଆରି କରିବାରେ କେଉଁ କେଉଁ ଦୁର୍ଲଭ ସାମଗ୍ରୀ ବ୍ୟବହାର କରାଯାଇଛି ଜାଣିବା ପାଇଁ ଏହି ଅଂଶର ରାସାୟନିକ ବିଶ୍ଲେଷଣ କରିଥିଲେ । ଏହି ପରୀକ୍ଷଣ ପାଇଁ ସେମାନେ ଖଣ୍ଡ ଖଣ୍ଡ ହୋଇଥିବା ଫୋନରେ ୫୦୦ ଡିଗ୍ରୀ ସେଲସିୟସରେ ଶକ୍ତିଶାଳୀ ଅକ୍ସିଡାଇଜର୍ ଏବଂ ସୋଡିୟମ୍ ପେରକ୍ସାଇଡ୍ ମିଶାଇଥିଲେ । ତେବେ ଏହାର ସଠିକ୍ ରାସାୟନିକ୍ ସାମଗ୍ରୀ ନିର୍ଦ୍ଧାରଣ କରିବା ପାଇଁ ଏସିଡରେ ପକାଇଥିଲେ ।

କଣ ମିଳିଲା :

phoneଏହି ପରୀକ୍ଷଣରୁ ଜଣା ପଡିଲା ଗୋଟିଏ ଫୋନରେ ୩୩ ଗ୍ରାମ୍ ଆଇରନ୍, ୧୩ ଗ୍ରାମ୍ ସିଲିକନ୍, ୭ ଗ୍ରାମ୍ କ୍ରୋମିୟମ, ୯୦ ମିଲିଗ୍ରାମ୍ ସିଲଭର୍ ଏବଂ ୩୬ ମିଲିଗ୍ରାମ୍ ସୁନା ରହିଛି । ଏହା ବ୍ୟତୀତ ଫୋନରେ କିଛି ପରିମାଣର କ୍ରିଟିକାଲ୍ ଏଲିମେଂଟ୍ ମଧ୍ୟ ମିଳିଲା । ଯେଉଁଥିରେ ରହିଛି ୯୦୦ ମିଲିଗ୍ରାମ୍ ଟଙ୍ଗଷ୍ଟନ୍, ୭୦ ମିଲିଗ୍ରାମ୍ କୋବାଲ୍ଟ ଏବଂ ମୋଲିବ୍ଡେନମ୍ , ୧୬୦ ମିଲିଗ୍ରାମ୍ ନିଓଡିମିୟମ ଏବଂ ୩୦ ମିଲିଗ୍ରାମ୍ ପ୍ରାସୋଡିୟମ୍ ରହିଛି ।

Leave A Reply

Your email address will not be published.