ଦେଶ ବିଦେଶ

କ’ଣ କଂଗ୍ରେସକୁ ପୁନର୍ଜୀବିତ କରିବେ କି ପ୍ରଶାନ୍ତ…? ଦଳ ପାଇଁ କ’ଣ ରହିଛି ରଣନୀତି; ଆଜି ସୋନିଆଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

କ’ଣ କଂଗ୍ରେସର ‘ହାତ’ ଧରିବେ ପ୍ରଶାନ୍ତ କିଶୋର? କ’ଣ କଂଗ୍ରେସ ପ୍ରଶାନ୍ତ କିଶୋରଙ୍କ ଉପରେ ଭରସା କରିବ? ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କର ଦଳ ପାଇଁ କ’ଣ ରହିଛି ଯୋଜନା? ଏ ସବୁକିଛି ପ୍ରଶ୍ନ ଏବେ ରାଜନୀତିପ୍ରେମୀଙ୍କ ମୁହଁରେ। ପ୍ରକୃତ କଥା ହେଲା, କଠିନ ପରିସ୍ଥିତି ଦେଇ ଗତି କରୁଥିବା କଂଗ୍ରେସ ଦଳ ବର୍ତ୍ତମାନ ପ୍ରଶାନ୍ତ କିଶୋରଙ୍କ ସହିତ ଘନଘନ ବୈଠକ କରି ଚାଲିଛି। ଖବର ଆସୁଛି କି, ପ୍ରଶାନ୍ତ କିଶୋର ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରଦର୍ଶନରେ କିପରି ଉନ୍ନତି ହୋଇପାରିବ, ସେ ନେଇ ୬୦୦ ସ୍ଲାଇଡ୍‌ର ଏକ ପ୍ରେଜେଣ୍ଟେଶନ ଦେଇଛନ୍ତି।

ପିକେଙ୍କ ପ୍ରେଜେଣ୍ଟେଶନ ସମୟରେ କଂଗ୍ରେସ ଦଳର ଦୁଇ ମୁଖ୍ୟମନ୍ତ୍ରୀ ଅର୍ଥାତ୍‌ ରାଜସ୍ଥାନର ଅଶୋକ ଗେହଲଟ୍‌ ଓ ଛତିଗଡ଼ର ଭୂପେଶ ବଘେଲ ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତୁ ଜାଣିବା ପିକେଙ୍କର କିଛି ପ୍ରମୁଖ ରଣନୀତି ବିଷୟରେ…

  • ବୁଥ୍‌ ସ୍ତରରେ ଦଳୀୟ କ୍ୟାଡର ପ୍ରସ୍ତୁତ କରିବା ଉପରେ ପ୍ରଧାନ୍ୟ ଦେବା
  • କଂଗ୍ରେସର ଯୋଗାଯୋଗ (କମ୍ୟୁନିକେଶନ) ସିଷ୍ଟମ୍‌ରେ ସୁଧାର ଆଣିବା
  • ଦଳର ଛବିକୁ ସୁଧାରିବା
  • ରାଜନୈତିକ ବାର୍ତ୍ତା ଆବଶ୍ୟକ
  • ଚତୁରତାର ସହ ସନ୍ଧି ବାଛିବା
  • ବିଜେପି ଶାସିତ ରାଜ୍ୟରେ ଯେଉଁଠି କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ରହିଛି, ସେଠାରେ ବିଭାଜନ ସୃଷ୍ଟି କରିବା

ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବାକୁ ନେଇ ପୂରାପୂରି ପ୍ରସ୍ତୁତ ଅଛନ୍ତି, ଆଜି ଏ ସମ୍ବନ୍ଧରେ ସେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ। ସୂତ୍ରରୁ ଜଣାପଡ଼ିଛି ଯେ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବାକୁ ନେଇ ପ୍ରସ୍ତାବିତ ବୈଠକ କେବଳ ଗାନ୍ଧୀ ପରିବାର ଓ ପିକେଙ୍କ ମଧ୍ୟରେ ହେବ। ଏଥିରେ ସୋନିଆଙ୍କ ସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବି ସାମିଲ ହୋଇପାରନ୍ତି।

କହି ରଖୁଛୁ, କଂଗ୍ରେସକୁ ପୁନର୍ଜୀବିତ କରିବା ପାଇଁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ପ୍ରବର୍ତ୍ତିତ ରଣନୀତି ଉପରେ ଦଳ ମାନସ ମନ୍ଥନ କରୁଛି। ଏହି କ୍ରମରେ ଦଳର କେତେକ ବରିଷ୍ଠ ନେତା ପିକେଙ୍କ ସହ ଚର୍ଚ୍ଚା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆବାସରେ ହୋଇଥିବା ବୈଠକରେ ଦଳର ବରିଷ୍ଠ ନେତା ଦିଗ୍‌ବିଜୟ ସିଂ, କେସି ଭେନୁଗୋପାଲ, ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ ଦଳୀୟ ନେତା ଉପସ୍ଥିତ ଥିଲେ। ମଧ୍ୟ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କମଲନାଥ ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। କୁହାଯାଉଛି, ଏହି ସାକ୍ଷାତ ସମୟରେ ପ୍ରଶାନ୍ତଙ୍କ ବିଷୟରେ ଚର୍ଚ୍ଚା ହୋଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଦଳର ବରିଷ୍ଠ ନେତାମାନେ ପ୍ରଶାନ୍ତଙ୍କ ରଣନୀତିକୁ ନେଇ ଚର୍ଚ୍ଚା କରୁଛନ୍ତି ଏବଂ କିଛି ଦିନ ଭିତରେ ସୋନିଆ ଗାନ୍ଧୀଙ୍କୁ ନିଜର ରିପୋର୍ଟ ହସ୍ତାନ୍ତର କରିପାରନ୍ତି।

ସେପଟେ ପ୍ରଶାନ୍ତ କିଶୋର ଦଳକୁ ପରାମର୍ଶ ଦେଇଛନ୍ତି ଯେ ଉତ୍ତର ପ୍ରଦେଶ, ବିହାର ଏବଂ ଓଡ଼ିଶା ଭଳି କିଛି ରାଜ୍ୟରେ କଂଗ୍ରେସକୁ ନୂଆ ରୂପେ ନିଜର ରଣନୀତି ପ୍ରସ୍ତୁତ କରିବା ଦରକାର। ଏହି ରାଜ୍ୟଗୁଡ଼ିକରେ ସନ୍ଧିକୁ ଏଡ଼ାଇବା ଉଚିତ। କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି, ନିଜ ପ୍ରସ୍ତୁତିରେ ପ୍ରଶାନ୍ତ କିଶୋର କଂଗ୍ରେସକୁ ପାଖାପାଖି ୩୭୦ ଲୋକସଭା ଆସନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍‌ ବୋଲି କହିଛନ୍ତି। ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁରେ ଦଳ ସନ୍ଧି ସହିତ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ଦରକାର।

ସୂଚନାଥାଉ କି, ପ୍ରଶାନ୍ତ କିଶୋରଙ୍କ ପ୍ରେଜେଣ୍ଟେଶନ କଥା ଯେତେବେଳେ ସାମ୍ନାକୁ ଆସିଲା, ତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ତାଙ୍କର ପ୍ରଶଂସା କରି କହିଥିଲେ ଯେ ‘ସେ ଦେଶରେ ଏକ ବ୍ରାଣ୍ଡ ହୋଇଯାଇଛନ୍ତି। ତାଙ୍କର ଅନେକ ରାଜ୍ୟରେ କାମ କରିବାର ଅନୁଭବ ରହିଛି। ପ୍ରଶାନ୍ତ କିଶୋର ଏକ ଏଜେନ୍ସି ରୂପେ ସାରା ଦେଶରେ କାମ କରିଛନ୍ତି, ଯିଏ ପ୍ରଫେସନାଲ ଏଜେନ୍ସିମାନଙ୍କଠାରୁ କାର୍ଯ୍ୟ ନେଇ ଚାଲନ୍ତି। ବିରୋଧୀଙ୍କୁ ଏକଜୁଟ କରିବାରେ ପ୍ରଶାନ୍ତ କିଶୋର କାମ କରୁଛନ୍ତି। ତାଙ୍କର ଅନୁଭବ ଆମ ପାଇଁ ଉପଯୋଗୀ ପ୍ରମାଣିତ ହୋଇପାରେ’।

Roshni

Recent Posts

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

9 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

21 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

35 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

50 mins ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

1 hour ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

1 hour ago