ଦେଶ ବିଦେଶ

ମନା କରିବା ସତ୍ତ୍ୱେ ମଧ୍ୟ ନିଜେ ଡ୍ରାଇଭିଂ କରିଯାଇଥିଲେ ରିଷଭ: ଦୁର୍ଘଟଣା ପୂର୍ବରୁ କହିଥିଲେ ‘ଏବେ ପହଞ୍ଚିଯିବି’

ନୂଆ ବର୍ଷରେ ମା’କୁ ସରପ୍ରାଇଜ ଦେବେ ବୋଲି ଦିଲ୍ଲୀରୁ ରୁଡକୀ ଯାଉଥିଲେ ରିଷଭ ପନ୍ତ। କେବେ କେହି ଭାବିନଥିଲେ କି, ନୂଆବର୍ଷ ତାଙ୍କର ହସପିଟାଲରେ ବିତିବ । ଅଧ ରାତିରେ ନିଜେ କାର ଡ୍ରାଇଭିଂ କରି ଯିବାକୁ ରିଷଭଙ୍କୁ ବାରଣ କରାଯାଇଥିଲା। ହେଲେ କାହା କଥା ନ ଶୁଣି ନିଜେ ଏକୁଟିଆ ଚାଲିଯାଇଥିଲେ ରିଷଭ ପନ୍ତ ।

ଦିଲ୍ଲୀ ଡେରାଡୁନ ହାଇେଓ୍ଵରେ କାର ଦୁର୍ଘଟଣା ହେବା ପୂର୍ବରୁ ପନ୍ତ କହିଥିଲେ, ରୁଡକୀରେ ପହଞ୍ଚିଗଲିଣି, ଆଉ କିଛି ସମୟ ପରେ ପହଞ୍ଚିଯିବି । କିନ୍ତୁ ମାତ୍ର ଗୋଟେ ସେକେଣ୍ଡରେ ସବୁକିଛି ଓଲଟପାଲଟ ହୋଇଗଲା। କାର ଚଲାଉଥିବା ସମୟରେ ଆଖି ଲାଗିଯିବାରୁ ଡିଭାଇଡରରେ ପିଟିହୋଇଥିଲା କାର। ଆଉ ନିଆଁ ଲାଗିଯାଇଥିଲା ।

ତେବେ ରିଷଭଙ୍କ ଗାଡି ଦୁର୍ଘଟଣା ହେବା ପରେ ଶିଖର ଧଓ୍ଵନଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ଶିଖର ଧଓ୍ଵନ ପନ୍ତଙ୍କୁ ସତର୍କତାର ସହିତ ଗାଡି ଚଲାଇବାକୁ କହୁଛନ୍ତି ।

ଏହାଛଡା ପନ୍ତଙ୍କ ପୁରୁଣା ବ୍ଲକ ସୋନେଟ୍‌ର କୋଚ୍‌ ଦେବେନ୍ଦ୍ର ଶର୍ମା କହିଛନ୍ତି, ମୁଁ ଅନେକ ଥର ରିଷଭଙ୍କୁ ନିଜେ ଗାଡି ଚଲାଇବାକୁ ମନା କରିଥିଲି । ଡ୍ରାଇଭର ସବୁବେଳେ ରଖିବାକୁ କହିଛନ୍ତି। ରିଷଭଙ୍କୁ ଗାଡି ଚଲାଇବାର ଅଧିକ ସଉକ ରହିଥିଲା । ସେ ଅନେକ ଥର ଏକୁଟିଆ ରୁଡକୀ କାର ଡ୍ରାଇଭିଂ କରି ଯାଇଛନ୍ତି ।

ସୂଚନାଯୋଗ୍ୟ, ରିଷଭଙ୍କ ଗାଡି ଉତ୍ତରାଖଣ୍ଡର ରୁର୍କୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିଷଭଙ୍କ ଆଖି ଲାଗିଯିବାରୁ ଡିଭାଡରରେ ପିଟି ହୋଇ କାରରେ ନିଆଁ ଲାଗିଯାଇଥିଲା। କାରରେ ସଂପୂର୍ଣ୍ଣ ନିଆଁ ଲାଗିଯାଇଥିବା ବେଳେ ରିଷଭ କାରର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ । ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ ବସ୍ ଦୁର୍ଘଟଣା ଦେଖି ଅଟକିଯାଇଥିଲା। ସେଇ ବସରେ ଥିବା ଡ୍ରାଇଭର ସୁଶୀଲ ଏବଂ କଣ୍ଡକ୍ଟର ପରମଜିତ ତୁରନ୍ତ ଦୁର୍ଘଟଣାଗ୍ରସ୍ତ କାରକୁ ପାଖକୁ ଯାଇ ଋଷଭ ପନ୍ତଙ୍କଙ୍କୁ କାର ଭିତରୁ ଉଦ୍ଧାର କରିଥିଲେ। ଆଉ ଉଦ୍ଧାର କରିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଇଥିଲେ।  ହି ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଜଣକ ଭଗବାନ ସାଜି ପନ୍ତଙ୍କ ଜୀବନ ବଞ୍ଚାଇଥିଲେ । ବସ୍‌ ଡ୍ରାଇଭର ଜଣକ ବସ୍‌କୁ ଅଟକାଇ ପନ୍ତଙ୍କୁ ଜଳୁଥିବା କାର ନିକଟରୁ କାଢି ଆଣି ହସପିଟାଲକୁ ପଠାଇଥିଲେ । ରିଷଭଙ୍କୁ ସହାୟତା କରିଥିବା ବସ୍‌ ଡ୍ରାଇଭର ସୁଶୀଲ ଏବଂ କଣ୍ଡକ୍ଟର ପରମଜିତ ହରିୟାଣା ରୋଡେଓ୍ଵଜର ପାନିପତ ଡିପୋରେ କାମ କରନ୍ତି । ଅନ୍ୟମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ। ତେବେ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ଏଭଳି ମାନବିକତା ପାଇଁ ତାଙ୍କୁ ହରିୟାଣା ସରକାରଙ୍କ ତରଫରୁ ସମ୍ମାନିତ କରାଯିବ ବୋଲି ଖବର ମିଳିଛି ।

ତେବେ ଡିଡିସିଏର ଏକ ଟିମ ରିଷଭ ଚିକିତ୍ସିତ ହେଉଥିବା ଡେରାଡୁନର ମ୍ୟାକ୍ସ ହସପିଟାଲ ପହଞ୍ଚିଛି । ଯଦି ରିଷଭଙ୍କ ଚିକିତ୍ସା ପାଇଁ ଦରକାର ପଡେ, ତେବେ ତାଙ୍କୁ ତୁରନ୍ତ ଏୟାରଲିଫ୍ଟ ତୁରନ୍ତ କରାଯିବ । ଟିମ୍‌ ସେଠାରେ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସମୀକ୍ଷା କରିବ। ଏହାପରେ ଯଦି ଦରକାର ପଡ଼ିବ, ତା’ହେଲେ ଅଧିକ ଚିକିତ୍ସା ଓ ଅନ୍ୟ ପ୍ଲାଷ୍ଟିକ ସର୍ଜରୀ ପାଇଁ ତାଙ୍କୁ ଦିଲ୍ଲୀକୁ ଏୟାରଲିଫ୍ଟ ମଧ୍ୟ କରାଯିବା ବ୍ୟବସ୍ଥା କରାଯିବ ବୋଲି ଡିଡିସିଏ କହିଛି।

Swagatika

Recent Posts

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

7 mins ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

9 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

15 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

41 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

1 hour ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

2 hours ago