ଦେଶ ବିଦେଶ

ବେତନ ଟଙ୍କା ମାଗିବାରୁ ପାଟିରେ ଜୋତା ଧରିବାକୁ ବାଧ୍ୟ କଲେ କମ୍ପାନୀର ମାଲିକାଣୀ, ଅତି ନିର୍ମମ ଭାବେ କଲେ ଅତ୍ୟାଚାର

ନିଜ ବେତନ ଟଙ୍କା ମାଗିବାରୁ ଦଣ୍ଡ ପାଇଲେ କର୍ମଚାରୀ । ହକ୍‌ ର ଟଙ୍କା ପାଇଁ ମାଲିକାଣୀ ନିଜ କର୍ମଚାରୀଙ୍କୁ କଲେ ଆକ୍ରମଣ । କେବଳ ଆକ୍ରମଣ ନୁହେଁ ପାଟିରେ ଜୋତା ଧରିବାକୁ କଲେ ବାଧ୍ୟ । ଏଭଳି ଏକ ଅଭାବନୀୟ ଘଟଣା ଗୁଜୁରାଟର ମୋରବୀ ଠାରେ ଘଟିଛି । ଜଣେ ଦଳିତ ଯୁବକଙ୍କ ସହ ଏପରି ଅମାନବୀୟ ଘଟଣା ଘଟିଥିବା କଥା ଆପଣ ବି ବିଶ୍ୱାସ କରି ପାରୁ ନଥିବେ । କିନ୍ତୁ ଏଭଳି କିଛି ସତରେ ଘଟିଛି । ନିଜ କର୍ମଚାରୀଙ୍କ ସହ ଅତି ନିର୍ମମ ଭାବେ ଅତ୍ୟାଚାର କରିଛନ୍ତି ଖୋଦ କମ୍ପାନୀର ମାଲିକାଣୀ । କମ୍ପାନୀର ଉନ୍ନତି ପାଇଁ କମ୍ପାନୀ ମାଲିକମାନେ ନିଜ କର୍ମଚାରୀଙ୍କ ସହ ଅତି ସହନଶୀଳତା ଦେଖାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି ।

ଏହାକୁ ନେଇ ଗଜୁରାଟ ପୋଲିସ ଜଣେ ମହିଳା ବ୍ୟବସାୟୀ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ସୂଚନା ଅନୁସାରେ ୨୧ ବର୍ଷିୟ ନିଲେସ ଦଲସାନିୟା, ରାନିବା ଟାଇଲ୍ସ ଇଣ୍ଡଷ୍ଟ୍ରିଜ୍ କମ୍ପାନୀରେ କାର୍ଯ୍ୟ କରୁଥିଲେ ଯେଉଁଠାରେ ତାଙ୍କୁ ଅତି ନିର୍ମମ ଭାବରେ ଅତ୍ୟାଚାର କରାଯାଇଥିଲା । ତାଙ୍କ ଅଭିଯୋଗ ଅନୁସାରେ ସେ ଯେତେବେଳେ ଅଫିସକୁ ନିଜ ବେତନ ମାଗିବାକୁ ଯାଇଥିଲେ ସେତେବେଳେ ତାଙ୍କୁ ଅତି ନିର୍ମମ ଭାବେ ଅତ୍ୟାଚାର କରାଯାଇଥିଲା । ତାଙ୍କ ପାଟିରେ ଜୋତା ରଖି ତାଙ୍କୁ ମାଡ଼ ମାରିଥିଲେ ଅଫିସର ଅନ୍ୟ କର୍ମଚାରୀ ।

ଅଭିଯୋଗ ପରେ ମୋରବୀ ଏ ଡିଭିଜନ୍ ପୋଲିସ ନଭେମ୍ବର ୨୩ରେ କମ୍ପାନୀର ମାଲିକାଣୀ ବିଭୁତି ପଟେଲ ଓରଫ ରାନୀବା, ତାଙ୍କ ଭାଇ ଓମ ପଟେଲ ଏବଂ ମ୍ୟାନେଜରଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ରାନୀବା ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡର ମାଲିକାଣୀ ହେଉଛନ୍ତି ବିଭୂତି ପଟେଲ । ତାଙ୍କର ରାଭାପାର ଛକରେ ଏକ ଅଫିସ ଅଛି । ଅଭିଯୋଗ ଅନୁସାରେ କମ୍ପାନୀର ମାଲିକାଣୀ ବିଭୁତି ଅକ୍ଟୋବର ମାସ ଆରମ୍ଭରେ ନିଲେସଙ୍କୁ ୧୨,୦୦୦ ଟଙ୍କା ଦରମାରେ ଟାଇଲ୍ସ ବିକ୍ରି ପାଇଁ ରଖିଥିଲେ । କିନ୍ତୁ ୧୮ ଅକ୍ଟୋବରରେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା । ନିଲେସ ୧୬ ଦିନ କାମ କରିଥିବାରୁ ନିଜ ବେତନ ମାଗିଥିଲେ । ପରେ କମ୍ପାନୀର ମାଲିକାଣୀ ନିଲେସଙ୍କ ଫୋନ ନ ଉଠାଇ ତାଙ୍କୁ କୌଣସି ପ୍ରକାର ଉତ୍ତର ଦେଇନଥିଲେ ।

ଏନେଇ ବୁଧବାର ସନ୍ଧ୍ୟାରେ ନିଲେସ ଦାଲସାନିଆ ଏବଂ ତାଙ୍କ ଭାଇ ମେହୁଲ ଜଣେ ପଡୋଶୀଙ୍କ ସହ ପଟେଲଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପରେ ସେଠାରେ କମ୍ପାନୀର ମାଲିକାଣୀଙ୍କ ଭାଇ ଓମ ପଟେଲ ନିଜ ଲୋକଙ୍କ ସହ ସେଠାରେ ପହଞ୍ଚି ନିଲେସ ସମେତ ତିନିଜଣଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ବିଭୁତି ପଟେଲ ମଧ୍ୟ ନିଲେସଙ୍କୁ ଚାପୁଡ଼ା ମାରିଥିଲେ। ଅନ୍ୟ ଲୋକମାନେ ତାଙ୍କୁ ବେଲ୍ଟରେ ପିଟି ପିଟି ଆକ୍ରମଣ କରିଥିଲେ।

ଦରମା ମାଗିବାରୁ କମ୍ପାନୀର ମାଲିକାଣି ବିଭୁତି ପଟେଲ ତାଙ୍କ ଜୋତା ପାଟିରେ ଉଠାଇ କ୍ଷମା ମାଗିବାକୁ ନିଲେସଙ୍କୁ ବାଧ୍ୟ କରିଥିଲେ। ମହିଳା ଜଣକ ତାଙ୍କୁ ହତ୍ୟା କରିବାର ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି ।

ପୋଲିସ କହିଛି ଯେ ନିଲେସ ଘରକୁ ଫେରିବା ପରେ ତାଙ୍କୁ ମୋରବୀ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି । ପୋଲିସର ସୂଚନାନୁସାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

Subhalaxmi Das

Recent Posts

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

30 mins ago

ମଣିଷ ଶରୀରରେ କେତେ ଉତ୍ତାପ ବହନ କରିବାର କ୍ଷମତା ରହିଛି ?

ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…

1 hour ago

ହାତୀ ଆତଙ୍କ, ରାସ୍ତାରେ ରାତ୍ରି ଯାପନ କରୁଛନ୍ତି ଲୋକେ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କଲମପୁର ଅଞ୍ଚଳରେ ଗତ କିଛିଦିନ ହେଲା ବଣୁଆ ହାତୀ ଆତଙ୍କ ଖେଲାଇଛି । କିଛି…

1 hour ago

ମହାରାଷ୍ଟ୍ର: ରାସାୟନିକ କାରଖାନାରେ ବଏଲର ଫାଟି ଭୟଙ୍କର ବିସ୍ଫୋରଣ, ୪ ମୃତ; ୩୦ ଆହତ

ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏକ ରାସାୟନିକ କାରଖାନାରେ ନିଆଁ ଲାଗିଥିବାର ଖବର ଆସିଛି । କାରଖାନା ଭିତରେ ବଏଲର ଫାଟିଯିବା…

2 hours ago

ଓଜନ କମ୍‌ କରିବା ପାଇଁ ଓ୍ଵାକ ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ

ଯେକୌଣସି ସମୟରେ ଓ୍ଵାକିଂ କରିବା ହେଉଛି ସବୁଠାରୁ ସହଜ ଫିଟନେସ୍ ଏକ୍ସରସାଇଜ୍‌ । ତେବେ ପ୍ରତିଦିନ ଓ୍ଵାକ ଆପଣଙ୍କ ପୁରା…

2 hours ago

ସାଲେପୁର ବିଜୟ ସଂକଳ୍ପ ସମାବେଶରେ ଗୁରୁମନ୍ତ୍ର ଦେଲେ ଯୋଗୀ ଆଦିତ୍ୟନାଥ

ସାଲେପୁର : ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗ୍ରସ୍ତରେ ଆସି ସାଲେପୁର କୁଳିଆ ଆର ଏମସି…

2 hours ago