ଦେଶ ବିଦେଶ

୧୮୦ ଟଙ୍କାର ଚପଲ ନେଇଗଲା ଚୋର…ତ ଅଦ୍ଭୁତ ଅଭିଯୋଗ ଧରି ଥାନାରେ ପହଞ୍ଚିଲେ ବ୍ୟକ୍ତି, ତଦନ୍ତରେ ଲାଗି ପଡ଼ିଛି ପୋଲିସ

ଆମ ଆଖପାଖରେ ଅନେକ ଘଟଣା, ଦୁର୍ଘଟଣା ଘଟୁଛି। ହତ୍ୟା, ଚୋରି, ଲୁଣ୍ଠନ ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବୁ, ତାହା ହୁଏତ ସହଜରେ ବିଶ୍ୱାସ ହୋଇ ନ ପାରେ। କୌଣସି ବି ଧାର୍ମିକ ସ୍ଥଳରୁ ଚପଲ ଚୋରି ହେବା କିମ୍ବା ହଜିଯିବା ଏକ ସାଧାରଣ କଥା। ଆଉ ଲୋକେ ମଧ୍ୟ ଏହାକୁ ହାଲୁକା ଭାବେ ଗ୍ରହଣ କରି ନୂଆ ଚପଲ କିଣନ୍ତି ଏବଂ ପୁରୁଣା ଚପଲକୁ ଭୁଲି ଯାଆନ୍ତି। କିନ୍ତୁ ମଧ୍ୟ ପ୍ରଦେଶର ଉଜ୍ଜୈନରେ ଚପଲ ଚୋରି ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବାସ୍ତବରେ ଏମିତି ହିଁ ଏକ ଘଟଣା ଘଟିଛି। ଚପଲ ଚୋରି ହେବା ପରେ ଅଭିଯୋଗକାରୀ ତୁରନ୍ତ ଥାନାରେ ପହଞ୍ଚିଥିଲେ, ଆଉ ଅଦ୍ଭୁତ ପ୍ରକାରର ଅଭିଯୋଗ କରିଥିଲେ। ଆସନ୍ତୁ ଜାଣିବା…କ’ଣ ସେଥିରେ ଉଲ୍ଲେଖ ଥିଲା।

ଅଭିଯୋଗକାରୀ ରିପୋର୍ଟ ଫାଇଲ୍‌ କରିବାର ଉଦ୍ଦେଶ୍ୟ ପୋଲିସକୁ କହିଥିଲେ। ସେ ନିଜ ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ କରିଥିଲେ ଯେ ‘ଯଦି ଚୋର ଆଉ କେଉଁଠୁ ଚପଲ ଚୋରି କରି ସେହି ସ୍ଥାନରେ ତାଙ୍କ ଚୋରି ଚପଲକୁ ରଖିଦିଏ, ତ ଏଥିରେ ସେ ଫସି ଯାଇପାରନ୍ତି। ତେଣୁ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯାଉ’। ଏବେ ଥାନା ଅଧିକାରୀ ଘଟଣାର ତଦନ୍ତ ପାଇଁ ପ୍ରଧାନ ଆରକ୍ଷକଙ୍କୁ ନିଯୁକ୍ତ କରିଛନ୍ତି।

ଚପଲ ଚୋରିର ଏହା ବୋଧେ ପ୍ରଥମ ମାମଲା ହେବ, ଯାହା ପୋଲିସ ନିକଟରେ ପହଞ୍ଚିଛି। ଉଜ୍ଜୈନ ଜିଲ୍ଲାର ତାରୋ ଗ୍ରାମର ଜିତେନ୍ଦ୍ର ବାଗରୀ ନାମକ ବ୍ୟକ୍ତି ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ‘ମୋ ଘରୁ କେହି ମୋ ଚପଲଟିକୁ ଚୋରି କରି ନେଇଯାଇଛି। ଯଦି ଅଜ୍ଞାତ ଚୋର ଆଉ କେଉଁଠୁ ଚୋରି କରି ମୋ ଚପଲକୁ ସେଠାରେ ରଖିଦିଏ, ତ ମୁଁ ଫସି ଯାଇପାରେ। ଚୋର ଦ୍ୱାରା ଯଦି ମୋ ଚପଲକୁ ଅନୁଚିତ ଉପାୟରେ ଉପଯୋଗ କରାଯାଏ, ତ ମୁଁ ଏଥିପାଇଁ ଉତ୍ତରଦାୟୀ ରହିବି ନାହିଁ’। ଚୋରି ଚପଲ କଳା ରଙ୍ଗର ବୋଲି ଅଭିଯୋଗକାରୀ ଉଲ୍ଲେଖ କରିଛନ୍ତି।

ତେବେ ଅଭିଯୋଗ ପତ୍ରରେ ଚୋରି ହୋଇଥିବା ଚପଲ କମ୍ପାନୀର ନାମ ସହ ଦାମ୍‌ ୧୮୦ ଟଙ୍କା ବୋଲି କୁହାଯାଇଛି। ଅଭିଯୋଗ ମିଳିବା କ୍ଷଣି ଥାନା ଅଧିକାରୀ ଏ ନେଇ ପ୍ରଧାନ ଆରକ୍ଷକଙ୍କୁ ଘଟଣାର ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

5 hours ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

6 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

7 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

7 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

8 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

9 hours ago