ଦେଶ ବିଦେଶ

ବର୍ଷେ ହେବ ପାଉଲା ହର୍ଡଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି ବିଲ୍‌ ଗେଟ୍ସ! ଜାଣନ୍ତୁ କିଏ ତାଙ୍କ ପ୍ରେମିକା…

ପ୍ରସିଦ୍ଧ ଉଦ୍ଦ୍ୟୋଗତି ବିଲ୍ ଗେଟ୍ସ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଅନେକ ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ବିଲ୍ ଗେଟ୍ସ ପାଉଲା ହର୍ଡଙ୍କୁ ଡେଟ୍ କରୁଛନ୍ତି। ପାଉଲା ହର୍ଡ Oracleର ଦିବଂଗତ ସହ-ସିଇଓ ମାର୍କ ହର୍ଡଙ୍କ ପତ୍ନୀ। ମିଡିଆ ରିପୋର୍ଟ ଅନୁଯାୟୀ, ୬୭ ବର୍ଷୀୟ ବିଲ୍ ଗେଟ୍ସ ଓ ୬୦ ବର୍ଷୀୟା ପାଉଲା ହର୍ଡ ପ୍ରାୟ ଏକ ବର୍ଷ ହେବ ରିଲେସନଶିପ୍‌ରେ ଅଛନ୍ତି।

ବିଲ୍ ଗେଟ୍ସ ଓ ପାଉଲା ହର୍ଡଙ୍କର ଜଣେ ଘନିଷ୍ଠ କହିଛନ୍ତି ଯେ ଦୁହେଁ ପରସ୍ପରକୁ ବହୁତ ପସନ୍ଦ କରନ୍ତି ଏବଂ ସେମାନଙ୍କର ସମସ୍ତ ଘନିଷ୍ଠ ବନ୍ଧୁ ଏହା ବିଷୟରେ ଜାଣିଛନ୍ତି। ସୂତ୍ରରୁ ଏହା ମଧ୍ୟ ଜଣାପଡ଼ିଛି କି, ଉଭୟ ରିଲେସନଶିପ୍‌କୁ ଆସିବାରେ ପ୍ରାୟ ଏକ ବର୍ଷ ହୋଇଗଲାଣି।

ପାଉଲାଙ୍କୁ ଏ ପର୍ଯ୍ୟନ୍ତ ସମସ୍ତେ ‘ମିଷ୍ଟ୍ରୀ ଓମେନ୍‌’ କହୁଥିଲେ, କିନ୍ତୁ ଏବେ ଏହା କୌଣସି ରହସ୍ୟ ହୋଇ ନାହିଁ, ବରଂ ତାଙ୍କର ସମସ୍ତ ଘନିଷ୍ଠ ଏହି ରୋମାଣ୍ଟିକ ରିଲେସନଶିପ୍‌ ବିଷୟରେ ଜାଣିଛନ୍ତି।

ପାଉଲା ଫ୍ରିଲାନ୍‌ଥ୍ରୋପିଷ୍ଟ ଭାବରେ ଜଣାଯାଆନ୍ତି। ସେ ଟେକ୍ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟ କରିଛନ୍ତି, କିନ୍ତୁ ଏବେ ଜଣେ ଇଭେଣ୍ଟ୍ ପ୍ଲାନର୍ ଭାବରେ କାର୍ଯ୍ୟ କରୁଛନ୍ତି। ବିଲ୍ ଓ ପାଉଲାଙ୍କର କେତେଜଣ କମନ୍‌ ବନ୍ଧୁ ବି ଅଛନ୍ତି। ଉଭୟ ୨୩ ସେପ୍ଟେମ୍ବର ୨୦୨୨ରେ ଲଣ୍ଡନର O2 ଏରିନାରେ ଲେଭର କପରେ ଏକାଠି ନଜର ଆସିଥିଲେ। ନିକଟରେ ଏହି ଯୋଡିଙ୍କୁ ଅଷ୍ଟ୍ରେଲୀୟ ଓପନରେ ମଧ୍ୟ ସ୍ପଟ୍‌ କରାଯାଇଥିଲା।

ପାଉଲା ହର୍ଡ ୧୯୯୦ରେ ମାର୍କ ହର୍ଡଙ୍କୁ ବିବାହ କରିଥିଲେ। ମାର୍କଙ୍କର ଅକ୍ଟୋବର ୨୦୧୯ରେ ଦେହାନ୍ତ ହୋଇଥିଲା। ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ମାର୍କ ଓ ପାଉଲାଙ୍କର ଦୁଇ ଝିଅ ଅଛନ୍ତି। ସେମାନେ ହେଲେ କ୍ୟାଥରିନ୍ ଓ କେଲି।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

32 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

33 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago