ବର୍ଷେ ହେବ ପାଉଲା ହର୍ଡଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି ବିଲ୍ ଗେଟ୍ସ! ଜାଣନ୍ତୁ କିଏ ତାଙ୍କ ପ୍ରେମିକା…
ବିଲ୍ ଗେଟ୍ସଙ୍କୁ ନେଇ ପୁଣି ଏବେ ଜୋର୍ ଧରିଛି ଚର୍ଚ୍ଚା। ଚର୍ଚ୍ଚା ଆଉ କେଉଁଥିପାଇଁ ନୁହେଁ, ବରଂ ତାଙ୍କ ପ୍ରେମିକା ପାଉଲା ହର୍ଡଙ୍କୁ ନେଇ। ବର୍ଷେ ହେବ ଉଭୟଙ୍କ ମଧ୍ୟରେ ରହିଛି ପ୍ରେମ ସମ୍ପର୍କ।

ପ୍ରସିଦ୍ଧ ଉଦ୍ଦ୍ୟୋଗତି ବିଲ୍ ଗେଟ୍ସ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଅନେକ ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ବିଲ୍ ଗେଟ୍ସ ପାଉଲା ହର୍ଡଙ୍କୁ ଡେଟ୍ କରୁଛନ୍ତି। ପାଉଲା ହର୍ଡ Oracleର ଦିବଂଗତ ସହ-ସିଇଓ ମାର୍କ ହର୍ଡଙ୍କ ପତ୍ନୀ। ମିଡିଆ ରିପୋର୍ଟ ଅନୁଯାୟୀ, ୬୭ ବର୍ଷୀୟ ବିଲ୍ ଗେଟ୍ସ ଓ ୬୦ ବର୍ଷୀୟା ପାଉଲା ହର୍ଡ ପ୍ରାୟ ଏକ ବର୍ଷ ହେବ ରିଲେସନଶିପ୍ରେ ଅଛନ୍ତି।
ବିଲ୍ ଗେଟ୍ସ ଓ ପାଉଲା ହର୍ଡଙ୍କର ଜଣେ ଘନିଷ୍ଠ କହିଛନ୍ତି ଯେ ଦୁହେଁ ପରସ୍ପରକୁ ବହୁତ ପସନ୍ଦ କରନ୍ତି ଏବଂ ସେମାନଙ୍କର ସମସ୍ତ ଘନିଷ୍ଠ ବନ୍ଧୁ ଏହା ବିଷୟରେ ଜାଣିଛନ୍ତି। ସୂତ୍ରରୁ ଏହା ମଧ୍ୟ ଜଣାପଡ଼ିଛି କି, ଉଭୟ ରିଲେସନଶିପ୍କୁ ଆସିବାରେ ପ୍ରାୟ ଏକ ବର୍ଷ ହୋଇଗଲାଣି।
ପାଉଲାଙ୍କୁ ଏ ପର୍ଯ୍ୟନ୍ତ ସମସ୍ତେ ‘ମିଷ୍ଟ୍ରୀ ଓମେନ୍’ କହୁଥିଲେ, କିନ୍ତୁ ଏବେ ଏହା କୌଣସି ରହସ୍ୟ ହୋଇ ନାହିଁ, ବରଂ ତାଙ୍କର ସମସ୍ତ ଘନିଷ୍ଠ ଏହି ରୋମାଣ୍ଟିକ ରିଲେସନଶିପ୍ ବିଷୟରେ ଜାଣିଛନ୍ତି।
Bill Gates New-Found Love Is Ex-Oracle President’s Widow – Report
Microsoft founder, Bill Gates, has found love with Paula Hurd, widow to former Oracle co-CEO and president, Mark Hurd.
According to UK Daily Mail in an exclusive on Wednesday, the two were seen last month at pic.twitter.com/cFimDZySvW
— Punch Newspapers (@MobilePunch) February 9, 2023
ପାଉଲା ଫ୍ରିଲାନ୍ଥ୍ରୋପିଷ୍ଟ ଭାବରେ ଜଣାଯାଆନ୍ତି। ସେ ଟେକ୍ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟ କରିଛନ୍ତି, କିନ୍ତୁ ଏବେ ଜଣେ ଇଭେଣ୍ଟ୍ ପ୍ଲାନର୍ ଭାବରେ କାର୍ଯ୍ୟ କରୁଛନ୍ତି। ବିଲ୍ ଓ ପାଉଲାଙ୍କର କେତେଜଣ କମନ୍ ବନ୍ଧୁ ବି ଅଛନ୍ତି। ଉଭୟ ୨୩ ସେପ୍ଟେମ୍ବର ୨୦୨୨ରେ ଲଣ୍ଡନର O2 ଏରିନାରେ ଲେଭର କପରେ ଏକାଠି ନଜର ଆସିଥିଲେ। ନିକଟରେ ଏହି ଯୋଡିଙ୍କୁ ଅଷ୍ଟ୍ରେଲୀୟ ଓପନରେ ମଧ୍ୟ ସ୍ପଟ୍ କରାଯାଇଥିଲା।
ପାଉଲା ହର୍ଡ ୧୯୯୦ରେ ମାର୍କ ହର୍ଡଙ୍କୁ ବିବାହ କରିଥିଲେ। ମାର୍କଙ୍କର ଅକ୍ଟୋବର ୨୦୧୯ରେ ଦେହାନ୍ତ ହୋଇଥିଲା। ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ମାର୍କ ଓ ପାଉଲାଙ୍କର ଦୁଇ ଝିଅ ଅଛନ୍ତି। ସେମାନେ ହେଲେ କ୍ୟାଥରିନ୍ ଓ କେଲି।