ଦେଶ ବିଦେଶ

ନୁପୂର ଶର୍ମା ବିବାଦ: ଗଲ୍ଫ ଦେଶଗୁଡ଼ିକର ଅସନ୍ତୋଷକୁ ଅଣଦେଖା କରି ପାରିବ ନାହିଁ ଭାରତ! ଜାଣନ୍ତୁ, ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ…

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ନୁପୂର ଶର୍ମାଙ୍କ ଉପରେ ଭାରୀ ପଡ଼ିଛି ତାଙ୍କ ବିବାଦୀୟ ବୟାନ। ପ୍ରୋଫେଟ୍‌ ମହମ୍ମଦଙ୍କ ଉପରେ ନୁପୂର ଯେଉଁ ବିବାଦୀୟ ବୟାନ ଦେଇଥିଲେ, ତାହା ଗଲ୍ଫ ଦେଶଗୁଡ଼ିକ ପାଇଁ ଅସନ୍ତୋଷର କାରଣ ପାଲଟିଛି। ଯାହାକୁ ନେଇ ଆକ୍ରୋଶ ଏତେ ମାତ୍ରାରେ ବଢ଼ିଛି ଯେ ଶେଷରେ ବିଜେପି ତାଙ୍କୁ ଦଳରୁ ବାହାର କରିଛି। ଗତ ୫ ତାରିଖରେ ହିଁ ସେ ଦଳରୁ ବହିଷ୍କୃତ ହୋଇଛନ୍ତି। ଏଥି ସହିତ ବିଜେପି ଦିଲ୍ଲୀ ପ୍ରବକ୍ତା ନବୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଛି। ଗଲ୍ଫ ଦେଶଗୁଡ଼ିକର ଆକ୍ରୋଶ ଏବଂ ବିରୋଧ ପରେ ବିଜେପି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗଲ୍ଫ ଦେଶଗୁଡ଼ିକ ସହିତ ଭାରତର ସମ୍ପର୍କ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଏଥିପାଇଁ ଭାରତ ସରକାର ଏହି ଦେଶଗୁଡ଼ିକର ଅସନ୍ତୋଷକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ବହୁ ପରିମାଣରେ ଭାରତର ଅର୍ଥବ୍ୟବସ୍ଥା ଗଲ୍ଫ ଦେଶଗୁଡ଼ିକ ଉପରେ ହିଁ ନିର୍ଭର କରିଥାଏ। ଅଶୋଧିତ ତୈଳ ଭଳି ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଶ୍ୱର କୌଣସି ବି ଦେଶର ଅର୍ଥନୀତିକୁ ଦୋହଲାଇ ଦେବାରେ ଯଥେଷ୍ଟ ହୋଇଥାଏ। ତେଣୁ ଏହି ଦେଶଗୁଡ଼ିକ ସହିତ କୌଣସି ବି ଦେଶ ଶତ୍ରୁତା ଆଚରଣ କରିବାକୁ ସାହସ କରିପାରି ନ ଥାଆନ୍ତି। ବର୍ତ୍ତମାନ ଏହି ମାମଲାରେ ଠିକ୍‌ ଏହିଭଳି ଅବସ୍ଥା ହୋଇଛି ଭାରତର।

ଏଠି ୩ ଗଲ୍ପ ଦେଶ ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ନିଜ ଦୂତାବାସକୁ ଡକାଇ ସେମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତି କରିଥିଲେ। ଏଥି ସହିତ ସାର୍ବଜନିକ ରୂପେ କ୍ଷମା ମଗାଇବା ପରେ ବିଜେପି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶାସକ ବିଜେପି ନିଜର ପ୍ରମୁଖ ସଦସ୍ୟଦ୍ୱୟଙ୍କ ବିରୋଧରେ ଉଠାଇଥିବା ଏଭଳି ପଦକ୍ଷେପରୁ ଜଣାପଡ଼ୁଛି, ଗଲ୍ଫ ଦେଶ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ରହିଛି?

କହି ରଖୁଛୁ, ଯହୁଦୀ ଦେଶ ଇସ୍ରାଏଲକୁ ଛାଡ଼ି ଗଲ୍ଫ କ୍ଷେତ୍ରର ଅନ୍ୟ ୧୦ଟି ଅଞ୍ଚଳ ସାଉଦି ଆରବ, କତର, ଇରାନ, ଇରାକ, ବାହାରୀନ୍‌, କୁବୈତ୍‌, ୟୁନାଇଟେଡ୍‌ ଆରବ ଅମୀରାତ୍‌ (UAE), ଓମାନ, ଜୋର୍ଡାନ ଓ ୟମନ୍‌ ମିଳିତ ଭାବେ ବିଶ୍ୱ ମୁସଲମାନ ଜନସଂଖ୍ୟାର ହେଉଛନ୍ତି ଏକ-ପଞ୍ଚମାଂଶ ଅଂଶ।

photo: livehindustan

ପ୍ରଧାନମନ୍ତ୍ରୀଙ୍କର ବି ରହିଛି ଫୋକସ୍‌

୨୦୧୪ ମସିହାରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଲ୍ଫ ଦେଶଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି। ସେବେଠାରୁ ମୋଦି ଏହି ଅଞ୍ଚଳର ଦେଶଗୁଡ଼ିକ ସହିତ ସମ୍ପର୍କ ବୃଦ୍ଧି ଉପରେ ଧ୍ୟାନ ଦେଇ ଆସିଛନ୍ତି। ଆଜି ଭାରତ ଇତିହାସରେ ଗଲ୍ଫ ଦେଶଗୁଡ଼ିକ ସହିତ ଭାରତର ସର୍ବୋତ୍ତମ ସମ୍ପର୍କ ରହିଛି। ପାଲେଷ୍ଟାଇନ, ଇରାନ, ସାଉଦି ଆରବ, ୟୁଏଇ ଏବଂ ଜୋର୍ଡାନ ସହିତ ଭାରତର ସୁସମ୍ପର୍କ ରହିଛି। ସୂଚନାଥାଉ କି, ମାଳଦ୍ୱୀପ ଏବଂ ବାହାରୀନ୍‌ ମୋଦିଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ଆଓ୍ଵାର୍ଡରେ ସମ୍ମାନିତ କରିଛନ୍ତି।

Roshni

Recent Posts

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

11 seconds ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

4 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

27 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

35 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

41 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

49 mins ago