ସ୍ପେଶାଲ

ମଙ୍ଗଳ ଗ୍ରହରୁ ଆସିଲା ଚକିତ କରିବା ଭଳି ଚିତ୍ର: ଦେଖାଯାଉଛି ଦୁଇ ହାତ ପରି ଅଦ୍ଭୁତ ବସ୍ତୁ, ବୈଜ୍ଞାନିକ ପ୍ରଥମେ କହିଲେ ହାତ

ମହାକାଶ ହେଉ କିମ୍ବା ଅନ୍ୟ ଗ୍ରହର କଥା ଜାଣିବାକୁ ସମସ୍ତେ ସବୁବେଳେ ଉତ୍କଣ୍ଠାରେ ଥାଆନ୍ତି। ଆପଣ ଅନେକ ସମୟରେ ମଙ୍ଗଳ ଗ୍ରହ କଥା ଶୁଣିଥିବେ ଯାହାକୁ ନେଇ ବୈଜ୍ଞାନିକମାନେ ଅଧିକ ଚର୍ଚା ବି କରନ୍ତି। କେତେବେଳେ ଏଠି ଜୀବନର ସନ୍ଧାନ ପାଇଁ ରିସର୍ଚ୍ଚ କରାଯାଏ ତ ଆଉ କେତେବେଳେ ଏଲିଏନମାନଙ୍କୁ ନେଇ ଆଲୋଚନା ହୁଏ । ହେଲେ ବର୍ତ୍ତମାନ ଆଉ ଏକ ରିପୋର୍ଟ ଆସିଛି ଯାହାକୁ ଶୁଣିଲେ ଆପଣ ଆଚମ୍ବିତ ହୋଇଯିବେ। ମଙ୍ଗଳ ଗ୍ରହରେ ଦେଖା ଯାଉଛି ହାତ । କଣ ଏହା ସତ? କାରଣ ନାସାର କ୍ୟୁରିଓସିଟି ରୋଭର ମଙ୍ଗଳ ଗ୍ରହରୁ ଏପରି ଏକ ଅଦ୍ଭୁତ ଏବଂ ଚମତ୍କାର ଆକୃତିର ଚିତ୍ର ଆଣିଛି ଯାହାକି ମଣିଷ ହାତର ହାଡ଼ ଭଳି ଦେଖା ଯାଉଛି।

picture credit – zee news

ହେଲେ ଏହା ପ୍ରକୃତରେ ହେଉଛି ଏକ ପଥର ଚିତ୍ର। ଯାହାକୁ ଗେଲ୍ କ୍ରେଟର ବୋଲି କୁହାଯାଏ। ରୋବଟ ଆଣିଥିବା ଏହି ଚିତ୍ରଗୁଡ଼ିକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଙ୍ଗଳ ଗ୍ରହର ଚକିତ ଚିତ୍ର ବୈଜ୍ଞାନିକଙ୍କୁ ବି ସ୍ତବ୍‌ଧ କରିଦେଇଛି। ତେବେ ଲାଲ୍ ପ୍ଲାନେଟରେ ଥିବା ଏହି ମୋଡ଼ା ଯାଇଥିବା ଭଳି ଦେଖା ଯାଉଥିବା ପଥରଗୁଡିକୁ ଗତ ମେ ୧୫ ତାରିଖରେ ରୋଭର ଦ୍ୱାରା ଆବିଷ୍କୃତ ହୋଇଥିଲା । ଏହି ରୋଭରଟି ଅନେକ ବର୍ଷ ହେଲା ସେଠାରେ ରହି ମଙ୍ଗଳ ଉପରେ ଚାଲିଥିବା ଗବେଷଣାରେ ସହାୟତା କରି ଆସୁଛି । ସେବେଠାରୁ ଏହା ନିୟମିତ ଭାବରେ ମଙ୍ଗଳ ଗ୍ରହର ଚିତ୍ର ପୃଥିବୀକୁ ପଠାଇ ଚାଲିଛି।

ଆଗାମୀ ଅଗଷ୍ଟ ୬ରେ ଗ୍ରହରେ ଏହି ରୋଭରଟି ତାର ପ୍ରଥମ ଦଶନ୍ଧି କାର୍ଯ୍ୟ ଶେଷ କରିବ । ୨୦୧୨ରେ ଏହି ରୋଭର ମଙ୍ଗଳରେ ପହଞ୍ଚିଥିଲା । ତେବେ ବର୍ତ୍ତମାନ ଏହି ରୋଭର ପଠାଇଥିବା ଏହି ଲାଲ୍ ପଥରଗୁଡ଼ିକର ପ୍ରତିଛବି ମିଶନ ସୋଲ ଅର୍ଥାତ୍ ମଙ୍ଗଳ ଦିବସ ୩୪୭୪ରେ ନିଆଯାଇଥିଲା। ବ୍ରହ୍ମାଣ୍ଡରେ ଜୀବନର ଉତ୍ପତ୍ତି ବିଷୟରେ ଅନୁସନ୍ଧାନ କରୁଥିବା SETI ଇନଷ୍ଟିଚ୍ୟୁଟ୍ ଟ୍ୱିଟରରେ କହିଛି ଯେ ଏହି ସ୍ପାଇକ୍ ଗୁଡିକ ପଙ୍କଜ ପଥରର ପ୍ରାଚୀନ ଭଗ୍ନାବଶେଷର ସିମେଣ୍ଟ ଫିଲିଂ ଭଳି ହୋଇଥାଏ। ନାସା ଏହା ମଧ୍ୟ କହିଛି ଯେ ଏହି ପଥର ସାଧାରଣତଃ ବାଲି ଏବଂ ଜଳର ସ୍ତରରେ ନିର୍ମିତ ହୋଇଥାଏ କିନ୍ତୁ ବାକି ପଥର ନରମ ପଦାର୍ଥରେ ତିଆରି ହୋଇଥିଲା । ଏହା କ୍ଷୟ ହେବାରେ ଲାଗିଛି। ତେବେ ପଥରର ଏହି ଅଦ୍ଭୁତ ଆକୃତିଗୁଡ଼ିକ ମଧ୍ୟ ଗ୍ରହର ହାଲୁକା ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ସୃଷ୍ଟି ହୋଇ ଥାଇ ପାରେ। ଯାହାକି ମଣିଷ ହାତ ପରି ଦେଖାଯାଉଛି।

ତେବେ ଏହିପରି ମୋଡା ପଥରକୁ ମିରାଡୋର ବଟ୍ଟ ବୋଲି ନାଁ ଦିଆଯାଇଛି। ମେ ୧୩ରେ ନାସାର ଜେଟ ପ୍ରପଲସନ୍ ଲାବୋରେଟୋରୀରେ ମିଶନ୍‌ର ଅଫିସିଆଲ୍ ବ୍ଲଗରେ ପୋଷ୍ଟ କରାଯାଇଛି । ଏଥିରେ କୁହାଯାଇଛି କି, ମଙ୍ଗଳ ଗ୍ରହର ଗୋଟିଏ ଅଞ୍ଚଳରେ କ୍ୟୁରିଓସିଟି ରୋଭର କାର୍ଯ୍ୟ କରୁଥିଲା। ସେହିଠାରୁ ଏହି ଚିତ୍ର ଆସିଛି । ତେବେ ବୈଜ୍ଞାନିକମାନେ କହିଛନ୍ତି କି ଚିତ୍ରଟି ଭଲ କ୍ୟାମେରା ବା ରୋଭରର ମାଷ୍ଟକ୍ୟାମ ଦ୍ୱାରା ନିଆଯାଇଛି। ଯେଉଁଥି ପାଇଁ ଏହା ମଣିଷ ହାତର ହାଡ଼ ଭଳି ଦିଶୁଛି । ଆହୁରି ମଧ୍ୟ ମେ ୭ରେ ଏହି ରୋଭର ଯେଉଁ ଚିତ୍ର ପଠାଇଛି ସେଥିରୁ ଅନେକ କିଛି ସୁରାକ ପାଇଛନ୍ତି ବୈଜ୍ଞାନିକ । ଏକ ଚଟାଣ ଭଳି ଦିଶୁଥିବା ସ୍ଥାନଟିକୁ ସେମାନେ ମଙ୍ଗଳର ଦ୍ୱାର ବୋଲି ନାଁ ଦେଇଛନ୍ତି । ଯାହା ଆମ ଘରେ ଥିବା ଦ୍ୱାର ଭଳି ନୁହେଁ । ଏହା ତଳେ କୌଣସି ସଭ୍ୟତା ରହିଥିବା ସେମାନେ ଅନୁମାନ କରୁଛନ୍ତି। ତେବେ ଅନୁସନ୍ଧାନ ଓ ଗବେଷଣା ଚାଲିଛି । ଆଗକୁ ମଙ୍ଗଳ ଗ୍ରହ ସମ୍ପର୍କରେ ଆହୁରି କିଛି ରହସ୍ୟମୟ ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

13 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

14 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

18 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

40 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

48 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

55 mins ago