କାମ କଲାନି ମୋଦି ମ୍ୟାଜିକ୍, ପାସ୍ ହୋଇଗଲେ ପପୁ : ଜାଣନ୍ତୁ କାହିଁକି ଅଟକିଗଲା ବିଜେପିର ବିଜୟରଥ

ନୂଆଦିଲ୍ଲୀ : ୫ ରାଜ୍ୟର ଫଳାଫଳ । କଂଗ୍ରେସ ପାଇଁ ଖୁସି ଆଣିଛି। ଆଞ୍ଚଳିକ ଦଳ ବି ଉତ୍ସାହିତ ଅଛନ୍ତି। କିନ୍ତୁ ବିଜେପି ପାଇଁ ସତର୍କ ଘଣ୍ଟି। କଣ ଲୋକଙ୍କ ମନରୁ ମୋଦି ମ୍ୟାଜିକ୍‌ ଉଭେଇବାରେ ଲାଗିଛି ? ପ୍ରଧାନମନ୍ତ୍ରୀ ଦଳ ପାଇଁ ଜୋରଦାର ପ୍ରଚାର କଲେ। କିନ୍ତୁ ରେଲଜ୍ଟ ଆଶାନରୂପ ହେଲା ନାହିଁ। ଯାହା ଜଣାପଡିଛି ଗ୍ରାମାଞ୍ଚଳରୁ ବିଜେପିକୁ ମିଳିଛି କମ୍‌ ଭୋଟ। କଣ ଚାଷୀମାନେ ବିଜେପି ପ୍ରତି ବିମୁଖ ହେଲେଣି । ଦେଶର ବିଭିନ୍ନ ସ୍ଥାନରେ ଏବେ ଚାଷୀଙ୍କ ବଡ଼ ଆନ୍ଦୋଳନ ଦେଖିବାକୁ ମିଳୁଛି । ୨୦୧୪ରେ ବିଜେପିଙ୍କ ବଡ ସମ୍ପତ୍ତି ଥିଲା ମଧ୍ୟବିତ୍ତଙ୍କ ସମର୍ଥନ। ଅଛେ ଦିନର ନାରା, ଦୁର୍ନୀତି ବିରୋଧୀ ସ୍ଲୋଗାନ ମଧ୍ୟବିତ୍ତଙ୍କୁ ଆକୃଷ୍ଟ କରିଥିଲା।  କିନ୍ତୁ ଗ୍ରାଉଣ୍ଡ ରିଆଲିଟି ଦେଖି, ମଧ୍ୟବିତ୍ତ ମଧ୍ୟ ଦୂରେଇ ଯାଇଥିବା ଚର୍ଚ୍ଚା ହେଉଛି। ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ କି ଦରଦାମ ଉପରେ ଲଗାମ୍‌ ଲଗାଇବାରେ ବିଜେପିର ବିଫଳତା ନେଇ ବିରୋଧୀଙ୍କ ପ୍ରଚାର କାମ କରୁଥିବା ଜଣା ପଡୁଛି । ଏହାସହ ବିମୁଦ୍ରାକରଣ ଓ ଜିଏସ୍‌ଟି ଯୋଗୁଁ କ୍ଷୁଦ୍ର ବ୍ୟବସାୟୀ ବିଜେପି ଉପରେ ଖପ୍ପା ଥିବା କୁହାଯାଉଛି।

ଏହା ସହ ପଢନ୍ତୁ : ଏକଜିଟ୍ ପୋଲ୍ ଦେଲା ଏକଜାଟ୍ ରେଜଲ୍ଟ ! ଆସିଲା ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ, ଜାଣନ୍ତୁ କେଉଁ ରାଜ୍ୟରେ କିଏ ଗଢିବ ସରକାର

ବିଜେପି ତଳକୁ ଖସିବା ସହ ହସୁଛି କଂଗ୍ରେସ। କଣ ରାହୁଲ ଗାନ୍ଧୀଙ୍କ ଗ୍ରହଣୀୟତା ବଢିଛିି? ଏହାସହ କଂଗ୍ରେସ ସଫଳତାର ଆଉ ଏକ କାରଣ, ଦଳ ହାଇକମାଣ୍ଡ ପରମ୍ପରାରୁ ବାହାରି, ରାଜ୍ୟସ୍ତରୀୟ ନେତାଙ୍କୁ ପ୍ରଧାନ୍ୟ ଦେଇଛି। ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କମଲନାଥ, ରାଜସ୍ଥାନରେ ସଚିନ ପାଇଲଟ ଓ ଅଶୋକ ଗେହଲଟକୁ ଦିଆଯାଇଥିଲା ଅଧିକ କ୍ଷମତା। ଏହାସହ ଦଳୀୟ କନ୍ଦଳ ଦୂର କରିବାକୁ ରାହୁଲ ଯଥା ସମ୍ଭାବନ ଚେଷ୍ଟା କରିଥିଲେ। ମଧ୍ୟପ୍ରଦେଶରେ ଦିଗି ରାଜା, ଜ୍ୟୋତିରାଦିତ୍ୟ ଓ କମଲନାଥଙ୍କ ଗୋଷ୍ଠୀକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବାକୁ, ବେଶ ପରିଶ୍ରମ କରିଥିଲେ ରାହୁଲ। ସେପଟେ ରାଜସ୍ଥାନରେ ମଧ୍ୟ ଯୁବ ନେତା ସଚିନ ପାଇଲଟ ଓ ବରିଷ୍ଠ ନେତା ଅଶୋକ ଗେହଲଟଙ୍କ ମଧ୍ୟରେ ସମନ୍ଵୟ ଦେଖିବାକୁ ମିଳିଥିଲା। ଛତିଶଗଡ଼ରେ ଅଜିତ ଯୋଗୀଙ୍କୁ ଆଡ଼ ଆଖିରେ ଚାହିଁ ନଥିଲା ଦଳ। ବିଶୃଙ୍ଖଳା ଲାଗି କଂଗ୍ରେସରୁ ବହିଷ୍କୃତ ହେବା ପରେ, ଅଜିତ ଯୋଗୀ ଜନତା ଛତିଶଗଡ଼ କଂଗ୍ରେସ ଗଠନ କରି ନିର୍ବାଚନ ଲଢିଥିଲେ। କିନ୍ତୁ ସେ ବିଫଳ ହୋଇଛନ୍ତି ।

ଏହା ସହ ପଢନ୍ତୁ : କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବାରେ ବିଫଳ ହୋଇଥିବାରୁ ହାରିଲା ବିଜେପି : ନବୀନ ପଟ୍ଟନାୟକ

ସେହିପରି ହିନ୍ଦି ହାର୍ଟ ଲାଣ୍ଡରେ ବିଏସ୍‌ପି ସହ ମେଣ୍ଟ ନକରିବା, କଂଗ୍ରେସର ବଡ଼ ଗ୍ୟାମ୍ବଲ ଥିଲା। ସେହି ଚାଲ୍‌ ଦଳ ପାଇଁ ଏବେ ସଫଳ ସାବ୍ୟସ୍ତ ହୋଇଛି। ୨୦୧୯ରେ ଯଦି ମେଣ୍ଟ ହୁଏ ତେବେ କଂଗ୍ରେସର ପ୍ରଧାନ୍ୟ ରହିବ। ଏହାସହ ରାହୁଲ ଗାନ୍ଧୀଙ୍କ ସଫ୍ଟ ହିନ୍ଦୁତ୍ୱ କାମ ଦେଇଛି। ବିଜେପି ସବୁ ସମୟରେ କଂଗ୍ରେସକୁ ଆଣ୍ଟି ହିନ୍ଦୁ ଦଳ ଭାବେ ଚିତ୍ରିତ କରୁଛି। କିନ୍ତୁ ରାହୁଲ ପ୍ରଚାର ସମୟରେ ନିୟମତି ମନ୍ଦିର ଯିବା ନଜରକୁ ଆସୁଛି। ଯାହା କଂଗ୍ରେସର ଚିତ୍ର ଓ ଚରିତ୍ରରେ ପରିବର୍ତ୍ତନ ଆଣିଛି ।

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଆଣ୍ଟି ଇନ୍‌କମ୍ବେନ୍‌ସି ଆଉ ଏକ ବଡ଼ ଫ୍ୟାକ୍ଟର ଥିଲା। ତଥାପି, ନିର୍ବାଚନ ଜିତିବାରେ ମାହିର ଥିବା ମୋଦି-ଶାହା ଯୋଡିଙ୍କ ଇଲେକ୍ସନ ମେସିନ୍‌ ବିଫଳ ହୋଇଛି। ଏଥର ଚକମା ଦେଇଛି କଂଗ୍ରେସ। ଯାହା ଏକ ପରିବର୍ତ୍ତନର ସଂଙ୍କେତ ଦେଉଥିବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

KNews Bureau

Recent Posts

ଷ୍ଟୋରୀଟେଲିଙ୍ଗ ଦୁନିଆରେ ପାଦ ଦେଲେ ଆଲିଆ ଭଟ୍ଟ, ଲଞ୍ଚ ହେଲା ପ୍ରଥମ ବହି

ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ। ଫିଲ୍ମରେ ତାଙ୍କର ଉତ୍କୃଷ୍ଟ ଅଭିନୟ ସହିତ ଆଲିଆ ଲୋକଙ୍କ…

5 mins ago

ବିଧାସଭାରେ ନୂଆ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହ, ସୁରକ୍ଷା କାର୍ଯ୍ୟରେ ୮ ପ୍ଲାଟୁନ ପୋଲିସ

ଭୁବନେଶ୍ୱର : ନୂଆ ବିଧାୟକଙ୍କ ଶପଥ ପାଠ ପାଇଁ ବିଧାସଭା ପ୍ରସ୍ତୁତ। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି…

13 mins ago

ବିହାର: ଇଞ୍ଜିନିୟରିଂ କଲେଜ କ୍ୟାଣ୍ଟିନ୍‌ ଖାଦ୍ୟରୁ ବାହାରିଲା ମଲା ସାପ ! ଅନେକ ଛାତ୍ରଛାତ୍ରୀ ଅସୁସ୍ଥ

ଖାଦ୍ୟରୁ ବାହାରିଲା ମଲା ସାପ । ଏମିତି ଅଭିଯୋଗ ଆଣିଛନ୍ତି ବିହାରର ଏକ ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀ । ବିହାରର…

46 mins ago

ଏହି ସବୁ ପ୍ରମାଣ ପତ୍ର ଥିଲେ ମିଳିବ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା

ରାଜ୍ୟର ପ୍ରତି ମହିଳାଙ୍କୁ ମିଳିବ ୫୦ହଜାର ଟଙ୍କା । ମଧ୍ୟପ୍ରଦେଶ ଓ ଛତିଶଗଡରେ ସଫଳ ହୋଇଥିବା ଯୋଜନା ଏବେ ଓଡିଶାରେ…

48 mins ago

Air India ବିମାନରେ ପରସାଗଲା ଅଧାରନ୍ଧା ଖାଦ୍ୟ ! ଯାତ୍ରୀ କହିଲେ, ‘୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମସ୍ୟା ଭୋଗିଲି’

ଏୟାର ଇଣ୍ଡିଆର ଏକ ବିମାନରେ ପରସା ଯାଇଛି ଅଧାରନ୍ଧା ଖାଦ୍ୟ । ଏଭଳି ଅଭିଯୋଗ ଆଣିଛନ୍ତି ବିମାନରେ ଯାତ୍ରା କରୁଥିବା…

1 hour ago

ଟି୨୦ ବିଶ୍ୱକପ ୨୦୨୪ : ସୁପର-୮ରେ ଭାରତ ସହିତ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ ଆଫଗାନିସ୍ତାନ

ଟି୨୦ ବିଶ୍ୱକପ ୨୦୨୪ରେ ସୁପର-୮ ଟିମ୍‌ ଘୋଷଣା ହୋଇସାରିଛି । ଭାରତ ବିପକ୍ଷରେ ସୁପର ୮ରେ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ…

1 hour ago