ହକି ବିଶ୍ୱ କପ୍‌ : ଗୁରୁବାର ଦିନ ଭାରତ-ନେଦରଲାଣ୍ଡସ୍‌ କ୍ୱାର୍ଟରଫାଇନାଲ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆୟୋଜକ ଭାରତ ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌ରେ ନେଦରଲାଣ୍ଡସକୁ ଭେଟିବ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ମହାକୁମ୍ଭର ଆଜି ଚତୁର୍ଥ କ୍ରସ୍‌ଓଭର୍‌ ମ୍ୟାଚ୍‌ରେ ନେଦରଲାଣ୍ଡସ କାନାଡ଼ାକୁ ୫-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛି ।

ମଧ୍ୟାନ୍ତର ପୂର୍ବରୁ ୧୬ ମିନିଟ୍‌ରେ ଲାର୍ସ ବାକ୍‌ ଓ ୨୦ ମିନିଟ୍‌ରେ ରବର୍ଟ କେମ୍ପରମ୍ୟାନ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଦଳକୁ ୨-୦ରେ ଆଗେଇ ନେଇଥିଲେ । ବିରତି ପରେ ମଧ୍ୟ ନେଦରଲାଣ୍ଡସର ପ୍ରଭାବ ଜାରି ରହିଥିଲା । ୪୦ ମିନିଟ୍‌ରେ ଭାନ୍‌ ଡାନ୍‌ ଦଳ ପକ୍ଷରୁ ତୃତୀୟ ଗୋଲ୍‌ ସ୍କୋର କରିଥିଲେ । ପୁଣି ତୁରନ୍ତ ଆଉ ଗୋଟିଏ ଗୋଲ୍‌ ଦେଇଥିଲେ ଥିଏରୀ ବ୍ରିଙ୍କମ୍ୟାନ୍‌ । ଯାହାଫଳରେ ଦଳ ତୃତୀୟ କ୍ୱାର୍ଟର ଖେଳ ଶେଷ ବେଳକୁ ୪-୦ରେ ପହଞ୍ଚିଥିଲା । ମ୍ୟାଚ୍‌ର ୪୮ତମ ମିନିଟ୍‌ରେ ଭାନ୍‌ଡାମ୍‌ ଆଉ ଗୋଟିଏ ଗୋଲ୍‌ ଦେଇ ଦଳକୁ ୫-୦ରେ ଜିତାଇଥିଲେ ।

କ୍ୱାର୍ଟର ଟକ୍କର

ବିଶ୍ୱ ମାନ୍ୟତାରେ ଚତୁର୍ଥ ସ୍ଥାନରେ ଥିବା ନେଦରଲାଣ୍ଡସ ଗୁରୁବାର ଦିନ ପାଞ୍ଚ ନମ୍ବର ଟିମ୍‌ ଭାରତକୁ କ୍ୱାର୍ଟରଫାଇନାଲ୍‌ରେ ମୁକାବିଲା କରିବ । ପୁଲ୍‌ ‘ସି’ରେ ଭାରତ ଶୀର୍ଷ ସ୍ଥାନ ଅଧିକାର କରି ସିଧାସଳଖ କ୍ୱାର୍ଟର ଫାଇନାଲ୍‌କୁ ଯାଇଥିବା ବେଳେ ପୁଲ୍‌ ‘ଡି’ର ଦ୍ୱିତୀୟ ଦଳ ଭାବେ ନେଦରଲାଣ୍ଡସ୍‌କୁ କ୍ରସ୍‌ଓଭର ମ୍ୟାଚ୍‌ ଖେଳିବାକୁ ପଡ଼ିଥିଲା । ବିଶ୍ୱ କପ୍‌ରେ ନେଦରଲାଲାଣ୍ଡସ୍‌ ତିନିଥର ଚାମ୍ପିଅନ୍‌ ହୋଇଥିବା ବେଳେ ଭାରତ ଥରେ ଚାମ୍ପିଅନ୍‌ ହୋଇଛି । ଏଥର ସେମିଫାଇନାଲ୍‌ରେ ପହଞ୍ଚି ଟାଇଟଲ୍‌ ଜିତିବା ଲକ୍ଷ୍ୟରେ ରହିଛି । ତେବେ ଟାଇଟଲ୍‌ ଜିତିବାକୁ ହେଲେ କ୍ୱାର୍ଟରଫାଇନାଲ୍‌ରେ ପୂରା ଦମ୍‌ ଲଗାଇ ‘କର ବା ମର’ ମ୍ୟାଚ୍‌ ଭାବି ଖେଳିବାକୁ ପଡ଼ିବ ବୋଲି ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂହ କହିଛନ୍ତି ।

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

10 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

19 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

22 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

55 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

57 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago