କଣ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିଛି, ମୟୁରକୁ ହିଁ କାହିଁକି ବନାଗଲା ରାଷ୍ଟ୍ରୀୟ ପକ୍ଷୀ

ଜଷ୍ଟିସ ମହେଶ ଚନ୍ଦ୍ର ନିଜର ବୟାନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି। ନିଜର କାର‌୍ୟ୍ୟ ଶେଷର ଗୋଟିଏ ଦିନ ପୂର୍ବରୁ ଗାଈକୁ ରାଷ୍ଟ୍ରୀୟ ପଶୁ ଘୋଷଣା କରିବାର ଦାବି କରି ଚର୍ଚ୍ଚାରେ ରହିଛନ୍ତି ରାଜସ୍ଥାନ ହାଇକୋର୍ଟର ଜଷ୍ଟିସ ମହେଶ ଶର୍ମା। ସେ ଗାଈକୁ ରାଷ୍ଟ୍ରୀୟ ପଶୁ ଘୋଷଣା କରିବା ପକ୍ଷରେ ରାଷ୍ଟ୍ରୀୟ ପକ୍ଷୀ ମୟୁରର ଉଦାହରଣ ଦେଇଛନ୍ତି, ଯାହାକୁ ନେଇ ଲୋକମାନେ ତାଙ୍କ ବିଷୟରେ ଆଲୋଚନା କରୁଛନ୍ତି।

ମୟୁର ରଖିନଥାଏ ଶାରୀରିକ ସମ୍ପର୍କ

ଜଷ୍ଟିସ ମହେଶ ଚନ୍ଦ୍ର ଶର୍ମା କହିଲେ ଯେ ମୟୁରକୁ ରାଷ୍ଟ୍ରୀୟ ପକ୍ଷୀ ଏଥିପାଇଁ ଘୋଷଣା କରାଗଲା କାରଣ ମୟୁର ଆଜୀବନ ବ୍ରହ୍ମଚାରୀ ରହିଥାଏ। ଏହାର ଯେଉଁ ଲୁହ ବାହାରିଥାଏ ତାକୁ ମୟୁରୀ ପିଇ ଗର୍ଭବତୀ ହୋଇଥାଏ। ମୟୁର କେବେବି ମୟୁରୀ ସହିତ ସମ୍ବଦ୍ଧ ରଖିନଥାଏ।

ମୟୁର ପୁଚ୍ଛକୁ ଭଗବାନ କ୍ରୁଷ୍ଣ ଏଥିପାଇଁ ଲଗାନ୍ତି କାରଣ ମୟୁର ବ୍ରହ୍ମଚାରୀ ଅଟେ। ସାଧୁ-ସନ୍ଥମାନେ ମଧ୍ୟ ଏଥିପାଇଁ ମୟୁର ପକ୍ଷୀକୁ ବ୍ୟବହାର କରିଥାନ୍ତି। ଠିକ ସେହିଭଳି ଗାଈ ପାଖରେ ଏମିତି ବହୁତ ଗୁଣ ରହିଛି ଯେଉଁଥିପାଇଁ ତାକୁ ରାଷ୍ଟ୍ରୀୟ ପଶୁ ଘୋଷଣା କରାଯିବା ଉଚିତ।

ବିବାଦର ବିଷୟ

ଗାଈକୁ ଭାରତର ରାଷ୍ଟ୍ରୀୟ ପଶୁ ଘୋଷଣା କରିବା କଥା ବହୁତ ଥର ହୋଇଛି। କିନ୍ତୁ ଏମିତି ପ୍ରଥମ ଥର ହୋଇଛି ଯେ କୌଣସି ହାଇକୋର୍ଟ ନିଜର ନିଷ୍ପତ୍ତିରେ ଅନୁସୂଚନା କରିଛନ୍ତି। ରାଜସ୍ଥାନର ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ମହେଶ ଚନ୍ଦ୍ର ଶର୍ମା ସିବିଲ, ଅପରାଧିକ ଏବଂ ରାଜସ୍ବ ମାମଲାର ବିଶେଷଜ୍ଞ ଅଟନ୍ତି। କିନ୍ତୁ ତାଙ୍କର ଏହି ଶେଷ ନିଷ୍ପତି ଚର୍ଚ୍ଚା ଏବଂ ବିବାଦ ହୋଇଗଲା।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 min ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

16 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

31 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

41 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

52 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago