କଣ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିଛି, ମୟୁରକୁ ହିଁ କାହିଁକି ବନାଗଲା ରାଷ୍ଟ୍ରୀୟ ପକ୍ଷୀ

ଜଷ୍ଟିସ ମହେଶ ଚନ୍ଦ୍ର ନିଜର ବୟାନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି। ନିଜର କାର‌୍ୟ୍ୟ ଶେଷର ଗୋଟିଏ ଦିନ ପୂର୍ବରୁ ଗାଈକୁ ରାଷ୍ଟ୍ରୀୟ ପଶୁ ଘୋଷଣା କରିବାର ଦାବି କରି ଚର୍ଚ୍ଚାରେ ରହିଛନ୍ତି ରାଜସ୍ଥାନ ହାଇକୋର୍ଟର ଜଷ୍ଟିସ ମହେଶ ଶର୍ମା। ସେ ଗାଈକୁ ରାଷ୍ଟ୍ରୀୟ ପଶୁ ଘୋଷଣା କରିବା ପକ୍ଷରେ ରାଷ୍ଟ୍ରୀୟ ପକ୍ଷୀ ମୟୁରର ଉଦାହରଣ ଦେଇଛନ୍ତି, ଯାହାକୁ ନେଇ ଲୋକମାନେ ତାଙ୍କ ବିଷୟରେ ଆଲୋଚନା କରୁଛନ୍ତି।

ମୟୁର ରଖିନଥାଏ ଶାରୀରିକ ସମ୍ପର୍କ

mayuraଜଷ୍ଟିସ ମହେଶ ଚନ୍ଦ୍ର ଶର୍ମା କହିଲେ ଯେ ମୟୁରକୁ ରାଷ୍ଟ୍ରୀୟ ପକ୍ଷୀ ଏଥିପାଇଁ ଘୋଷଣା କରାଗଲା କାରଣ ମୟୁର ଆଜୀବନ ବ୍ରହ୍ମଚାରୀ ରହିଥାଏ। ଏହାର ଯେଉଁ ଲୁହ ବାହାରିଥାଏ ତାକୁ ମୟୁରୀ ପିଇ ଗର୍ଭବତୀ ହୋଇଥାଏ। ମୟୁର କେବେବି ମୟୁରୀ ସହିତ ସମ୍ବଦ୍ଧ ରଖିନଥାଏ।

ମୟୁର ପୁଚ୍ଛକୁ ଭଗବାନ କ୍ରୁଷ୍ଣ ଏଥିପାଇଁ ଲଗାନ୍ତି କାରଣ ମୟୁର ବ୍ରହ୍ମଚାରୀ ଅଟେ। ସାଧୁ-ସନ୍ଥମାନେ ମଧ୍ୟ ଏଥିପାଇଁ ମୟୁର ପକ୍ଷୀକୁ ବ୍ୟବହାର କରିଥାନ୍ତି। ଠିକ ସେହିଭଳି ଗାଈ ପାଖରେ ଏମିତି ବହୁତ ଗୁଣ ରହିଛି ଯେଉଁଥିପାଇଁ ତାକୁ ରାଷ୍ଟ୍ରୀୟ ପଶୁ ଘୋଷଣା କରାଯିବା ଉଚିତ।

ବିବାଦର ବିଷୟ

cowଗାଈକୁ ଭାରତର ରାଷ୍ଟ୍ରୀୟ ପଶୁ ଘୋଷଣା କରିବା କଥା ବହୁତ ଥର ହୋଇଛି। କିନ୍ତୁ ଏମିତି ପ୍ରଥମ ଥର ହୋଇଛି ଯେ କୌଣସି ହାଇକୋର୍ଟ ନିଜର ନିଷ୍ପତ୍ତିରେ ଅନୁସୂଚନା କରିଛନ୍ତି। ରାଜସ୍ଥାନର ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ମହେଶ ଚନ୍ଦ୍ର ଶର୍ମା ସିବିଲ, ଅପରାଧିକ ଏବଂ ରାଜସ୍ବ ମାମଲାର ବିଶେଷଜ୍ଞ ଅଟନ୍ତି। କିନ୍ତୁ ତାଙ୍କର ଏହି ଶେଷ ନିଷ୍ପତି ଚର୍ଚ୍ଚା ଏବଂ ବିବାଦ ହୋଇଗଲା।

Leave A Reply

Your email address will not be published.