ସମ୍ବଲପୁରରେ ଭାରସାମ୍ୟ ହରାଇ ଓଲଟିଲା ୪୦୭ ଟ୍ରକ , ୨ମୃତ, ୨୦ ଆହତ

ସମ୍ବଲପୁର (କେନ୍ଯୁଜ୍) : ସମ୍ବଲପୁର ଜିଲ୍ଲା ଯୁଯୁମରାରେ ଭାରସାମ୍ୟ ହରାଇ ଓଲଟିଲା ୪୦୭ ଟ୍ରକ। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ , ୨୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୩୦ରୁ ଅଧିକ ମହିଳା ଓ ଛୋଟ ଛୋଟ ଛୁଆ ଏକ ୪୦୭ ଟ୍ରକକୁ ଭଡ଼ା କରି ନୂଆମୁଣ୍ଡା ଗାଁରୁ ହିରୋ ଗାଁକୁ ହାତୀ ଦେଖିବାକୁ ଯାଉଥିଲେ। ଟ୍ରକଟି ଭାରସାମ୍ୟ ହରାଇ ହିରୋ ଗାଁ ପାଖରେ ଓଲଟି ପଡିଥିଲା। ମୃତକ ହେଲେ ଜୟମତି ମିର୍ଦ୍ଧା ଓ ସୁଭୁ ମିର୍ଦ୍ଧା। ଡ୍ରାଇଭର ମଦ ପିଇ ଗାଡି ଚଲାଉଥିବାରୁ, ଦୁର୍ଘଟଣା ଘଟିଥିବା ଯାତ୍ରୀ କହିଛନ୍ତି ।

Leave A Reply

Your email address will not be published.