ଜାଣିଛନ୍ତି କି, କେତେ କୋଟିର ମାଲିକ ଦୁଇ ବର୍ଷର ତୈମୁର ଅଲ୍ଲି ଖାନ

ମୁମ୍ବାଇ : ଜନ୍ମରୁ ହିଁ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବଲିଉଡ଼ ଅଭିନେତା ସୈଫ ଅଲ୍ଲି ଖାନ ଏବଂ କରିନା କପୁରଙ୍କ ଗେହ୍ଳା ପୁଅ ତୈମୁର ଅଲ୍ଲି ଖାନ୍। ନିକଟରେ ସେ ଦୁଇ ବର୍ଷର ହୋଇଥିବା ବେଳେ ବାପାମାଙ୍କ ସହ ସାଉଥଆଫ୍ରିକାରେ ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କି ,ମାତ୍ର ଦୁଇବର୍ଷ ବୟସରେ ତୈମୁର କୋଟି କୋଟି ଟଙ୍କାର ମାଲିକ। ଆପଣ ଜାଣିଛନ୍ତି କି, ପତୋଡ଼ି ବଶଂର ପୁଅ ପାଖରେ ଏପରି ୫ଟି ଖୁବ ମହଙ୍ଗା ଜିନିଷ ରହିଛି ଯାହା ବୋଧ ହୁଏ କୌଣସି କଳାକାରଙ୍କ ପାଖରେ ରହିଥିବ। ଆସନ୍ତୁ ଜାଣିବା କଣ ରହିଛି ତୈମୁରଙ୍କ ପାଖରେ ଥିବା ସେହି ଅତି ମୂଲ୍ୟବାନ ବସ୍ତୁ।
ତୈମୁର ଅଲ୍ଲୀ ଖାନ ପୋତଡ଼ି ଜଙ୍ଗଲ
କରିନା କପୁରଙ୍କ ଡ଼ାଏଟସିଆନ୍ ରୁତୁଲା ଦିୱାକର, ତୈମୁରଙ୍କ ପ୍ରଥମ ଜନ୍ମ ଦିନରେ ତାଙ୍କୁ ଏକ ଜଙ୍ଗଲ ଉପହାର ସ୍ବରୁପ ଦେଇଥିଲେ। ସେହି ଜଙ୍ଗଲର ନାମ ତୈମୁର ଅଲ୍ଲି ଖାନ ପତୋଡ଼ି ରଖାଯାଇଛି। ଏହା ୧୦୦୦ ସ୍କ୍ବାର ଫୁଟ ବିଶିଷ୍ଟ ରହିଥିବା ବେଳେ ଏଠାରେ ରହିଛି ୧୦୦ଟି ଗଛ। ଏଥିରେ ବିଭିନ୍ନ ପ୍ରକାରର ଫଳମୂଳ ଗଛ ରହିଛି।
ଜିପ୍ ଏସଆରଟି :
ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ତୈମୁରଙ୍କ ପ୍ରଥମ ଜନ୍ମଦିନରେ ତାଙ୍କ ପିତା ସେଫ୍ ଅଲ୍ଲି ଖାନ ତାଙ୍କୁ ନୂତନ ୫୦ ଲକ୍ଷ ଟଙ୍କାର ଜିପ୍ ଏସଆରଟି ଏସୟୁଭି ଉପହାର ଦେଇଥିଲେ। ଯେଉଁଥିରେ ଖୁବ୍ ଥର ତୈମୁରଙ୍କୁ ବୁଲିଯିବାର ଦେଖିବାକୁ ମଧ୍ୟ ମିଳିଛି।
ପତୋଡ଼ି ମହଲ :
ଆପଣ ଭାବୁଥିବେ କିପରି ୨ ବର୍ଷ ଶିଶୁ ଏତେ ବଡ଼ ମହଲର ମାଲିକ ହୋଇପାରିବ। ନିୟମ ଅନୁଯାୟୀ, ସୈଫ ଅଲ୍ଳୀ ଖାନଙ୍କ ପରେ ତାଙ୍କ ସମସ୍ତ ସମ୍ପତିର ମାଲିକ ତାଙ୍କ ସନ୍ତାନ ହେବେ। ଏନେଇ ତୈମୁରଙ୍କ ଭାଇ-ଭଉଣୀ ସାରା ଅଲ୍ଲୀ ଖାନ ଏବଂ ଇବ୍ରାହିମ୍ ଅଲ୍ଲୀ ଖାନ ସମସ୍ତେ ପତୋଡ଼ି ମହଲର ୮୦୦କୋଟି ସମ୍ପତିର ସମାନ ହକଦାର ହେବେ।
View this post on Instagram
That’s a beautifully decorated car for the Prince. #taimuralikhan bday bash
ମର୍ସଡ଼ିଜ୍ ମ୍ୟାକ୍ ଲାରେନ୍ :
ନିକଟରେ ତୈମୁରଙ୍କ ୨ୟ ଜନ୍ମିଦିନରେ ତାଙ୍କ ମା ତଥା ଅଭିନେତ୍ରୀ କରିନା କପୁର ଗେହ୍ଳା ପୁଅକୁ ଲକ୍ଷାଧିକ ଟଙ୍କାର ର୍ମସଡ଼ିଜ୍ ଉପହାର ଦେଇଛନ୍ତି।
ଫରଟ୍ୟୁନ୍ ହାଇଟରେ ଆପାର୍ଟମେଣ୍ଟ :
ତୈରମୁର ଅଲ୍ଲିଙ୍କର ମୁମ୍ବାଇର ଫରଟ୍ୟୁନ୍ ଟାୱାରରେ ଏକ ଆପର୍ଟମେଣ୍ଟ ରହିଛି। ସେ ଏବେ ତାଙ୍କ ମାବାପାଙ୍କ ସହ ରହୁଥିଲେ ହେଁ ବେଳେବେଳେ ସେଠାକୁ ବୁଲିବାକୁ ଯାଇଥାନ୍ତି। ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କିନ୍ତୁ ଏହି ସିଫେସିଂ ଆପାର୍ଟମେଣ୍ଟର ମୂଲ୍ୟ ୪୮କୋଟି ।