ବର୍ଷରେ ତୃତୀୟ ଥର ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ : ସାଙ୍ଗରେ ଆସୁଛନ୍ତି ୭ ଜଣ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) :ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତକୁ ଆଉ ଗୋଟିଏ ଦିନ ବାକି ରହିଲା । ଚଳିତ ବର୍ଷ ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ସହ ଆସିବେ ୭ ଜଣ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ମୋଦି ୧୪ ହଜାର ୫ ଶହ ୨୩ କୋଟି ଟଙ୍କାର ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଚାରିଆଡ଼େ ଲାଗିଛି ବଡ଼ ବଡ଼ ହୋର୍ଡିଂ, କଟ୍ଆଉଟ ଆଉ ପୋଷ୍ଟର ।

modi 2

ଚଳିତବର୍ଷ ପ୍ରଥମେ କଟକ ପରେ ତାଳଚେର ଓ ଝାରସୁଗୁଡ଼ା ଗସ୍ତ । ଏବର୍ଷ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି । ତାଙ୍କ ସହ ଆସିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ, ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର, ଦୂରସଂଚାର ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା, ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର, ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ।

ମୋଦିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର‌୍ୟ୍ୟାୟରେ । ୨୪ ତାରିଖ ଅପରାହଣ ୧ଟା ୫ରେ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ୧ଟା୪୦ରେ ଅରୁଗୁଳ ଆଇଆଇଟି କ୍ୟାମ୍ପସରେ ପହଞ୍ଚିବେ । ସେଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନାର ଉଦଘାଟନ ଓ ଶିଳନ୍ୟାସ କରିବେ । ଏହାପରେ ୨ଟା ୩୦ରୁ ୩ଟା ୧୫ ଯାଏ ସାଧାରଣ ସଭାରେ ଉପସ୍ଥିତ ରହିବେ । ୪ଟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

modi 3

ଆସନ୍ତା ଜାନୁଆରୀରେ ମଧ୍ୟ ଦୁଇ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ବାରମ୍ବାର ଓଡ଼ିଶା ଗସ୍ତରୁ ରାଜ୍ୟ ବିଜେପିକୁ କେତେ ଫାଇଦା ମିଳିବ ତାହା ନିର୍ବାଚନ ପରେ ଜଣା ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.