ଦେଶ ବିଦେଶ

ମୁମ୍ବାଇ: ସ୍ତ୍ରୀ ଓ ଦୁଇ ପିଲାଙ୍କୁ କ୍ରିକେଟ୍‌ ବ୍ୟାଟ୍‌ରେ ପିଟି ପିଟି ହତ୍ୟା, ଅଭିଯୁକ୍ତ ସ୍ୱାମୀ ହରିୟାଣାରୁ ଗିରଫ

ମୁମ୍ବାଇର ଠାଣେରେ ଜଣେ ବ୍ୟକ୍ତି କ୍ରିକେଟ୍‌ ବ୍ୟାଟ୍‌ରେ ପିଟି ପିଟି ନିଜ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟା ଅଭିଯୋଗରେ ପୋଲିସ ତାଙ୍କୁ ହରିୟାଣାରୁ ଗିରଫ କରିଛି। ଏହି କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ମୁମ୍ବାଇରୁ ଫେରାର୍‌ ହୋଇ ହରିୟାଣାର ହିସାର ପଳାଇ ଯାଇଥିଲେ। ହତ୍ୟାକାଣ୍ଡର ଦୁଇ ଦିନ ପରେ ପୋଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇଛି।

ଅଭିଯୁକ୍ତଙ୍କ ନାମ ଅମିତ୍‌ ଭାଗଦି। ଡିସେମ୍ବର ୨୧ରେ ଏହି ଘଟଣା ଘଟିଛି। ଠାଣେର କାସରଭଡାଭଲି ଥାନା ଅଞ୍ଚଳରେ ଥିବା ନିଜ ଘରେ ଅମିତ୍‌ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ମୃତକମାନେ ହେଲେ, ୨୪ ବର୍ଷୀୟା ମହିଳା ଭାବନା ଭାଗଦି, ୮ ବର୍ଷର ପୁଅ ଅଙ୍କୁଶ ଓ ୬ ବର୍ଷର ଝିଅ ଖୁସି।

ଡିସିପି (କ୍ରାଇମ୍‌) ଶିବରାଜ ପାଟିଲ କହିଛନ୍ତି, ଘରର ଏକ କୋଠରୀରୁ ୩ଟି ମୃତଦେହ ମିଳିଛି। ଏହି ତିନିଜଣଙ୍କୁ କ୍ରିକେଟ୍ ବ୍ୟାଟ୍‌ରେ ପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ଆଇପିସି ଧାରାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏଥିପାଇଁ ଦୁଇଟି ଟିମ୍ ଗଠନ କରାଯାଇଥିଲା। ତଦନ୍ତ ବେଳେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଏହା ସହିତ ଟେକ୍ନିକାଲ୍‌ ବିଶ୍ଳେଷଣ ମଧ୍ୟ କରିଥିଲା।

ଏହାରି ଭିତରେ ପୋଲିସକୁ ସୂଚନା ମିଳିଥିଲା ଯେ ଅଭିଯୁକ୍ତ ନିଜ ପୈତୃକ ଗ୍ରାମ ହିସାର ଖସି ପଳାଇ ଯାଇଛନ୍ତି। ଏହା ପରେ ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।

Roshni

Recent Posts

OnePlusର ସ୍ମାର୍ଟଫୋନରେ ମିଳୁଛି ଭାରି ଡିସକାଉଣ୍ଟ, ହାତ ଛଡ଼ା କରନ୍ତୁ ନାହିଁ ସୁଯୋଗ

ଯଦି ଆପଣ OnePlus ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର ।…

13 mins ago

ଶ୍ରୀମନ୍ଦିର ଚାରିପଟେ ଆଲୋକୀକରଣ ବନ୍ଦ ହେବା ଘଟଣା, ଲାଇଟ ଖୋଲୁଥିବା ବେଳେ ୪ ଅଟକ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଆଲୋକ ଖୁଣ୍ଟି ଓ ଆଲୋକୀକରଣ ବନ୍ଦ ହେବା ଘଟଣା ।  ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

22 mins ago

BECIL ରେ ସୁଯୋଗ, ୧୨ଶ ପାସ୍‌ ଠାରୁ ଗ୍ରାଜୁଏସନ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟ ଇଣ୍ଡିଆ ଲିମିଟେଡ (BECIL) ରେ…

29 mins ago

ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟର ପାଚେରି, ଗତ ବର୍ଷ ୨ଜଣଙ୍କର ହୋଇଥିଲା ମୃତ୍ୟୁ

ମାଲକାନଗିରି (କେନ୍ୟୁଜ): ପୁଣି ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟ ପାଚେରୀ । କାଳବୈଶାଖୀ ବର୍ଷାରେ ନବ ନିର୍ମିତ ଏୟାରପୋର୍ଟର ସାମ୍ନାପଟ ପାଚେରୀ…

59 mins ago

ଟି୨୦ ବିଶ୍ୱକପ ୨୦୨୪ : ଅଭ୍ୟାସ କରୁଥିବା ବେଳେ ପୁଣି ରୋହିତ ଆହତ, ଚିନ୍ତାରେ ଫ୍ୟାନ୍ସ

ଟି୨୦ ବିଶ୍ବକପରେ ଆସନ୍ତାକାଲି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ଭାରତ । ନ୍ୟୁୟର୍କ ନାସାଓ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ହେବ…

1 hour ago

ଏୟାରଟେଲର ଦମଦାର ପ୍ଲାନ୍‌, ଫ୍ରିରେ ଦେଖିପାରିବେ ଭାରତ ଓ ପାକିସ୍ତାନର ଟି-20 ମ୍ୟାଚ୍‌

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -20 ଓ୍ଵାର୍ଲ୍ଡକପର ଏକ ବଡ଼ ମ୍ୟାଚ୍ ଖେଳାଯିବ। ଆପଣଙ୍କ ସ୍ମାର୍ଟ ଟିଭି, ମୋବାଇଲ୍,…

1 hour ago