କ୍ରୀଡା

ଟି୨୦ ବିଶ୍ୱକପ ୨୦୨୪ : ଅଭ୍ୟାସ କରୁଥିବା ବେଳେ ପୁଣି ରୋହିତ ଆହତ, ଚିନ୍ତାରେ ଫ୍ୟାନ୍ସ

ଟି୨୦ ବିଶ୍ବକପରେ ଆସନ୍ତାକାଲି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ଭାରତ । ନ୍ୟୁୟର୍କ ନାସାଓ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ହେବ ଏହି ରୋମାଞ୍ଚକ ମ୍ୟାଚ । ଏହି ମ୍ୟାଚକୁ ଦେଖିବା ପାଇଁ କ୍ରିକେଟ ପ୍ରେମୀ ଉତ୍ସାହିତ ରହିଛନ୍ତି । ହେଲେ ଭାରତୀୟ ଫ୍ୟାନ୍ସଙ୍କ ଚିନ୍ତା ବଢାଇଛି ରୋହିତ ଶର୍ମାଙ୍କ ଆହତ ସମସ୍ୟା ।

ଆୟରଲାଣ୍ଡ ବିପକ୍ଷରେ ବ୍ୟାଟିଂ କରୁଥିବା ସମୟରେ ଆହତ ହୋଇଥିଲେ ରୋହିତ ଶର୍ମା । ଆଉ ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଅଭ୍ୟାସ କରୁଥିବା ବେଳେ ମଧ୍ୟ ଆହତ ହୋଇଛନ୍ତି । ଅଭ୍ୟାସ ବେଳେ ବାମ ହାତରେ ଆଘାତ ଲାଗିଛି । ଫଳରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ରୋହିତ ଖେଳିବେ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ସମସ୍ତେ ।

ଜୁନ୍‌ ୯ ତାରିଖରେ ଟି୨୦ ବିଶ୍ୱକପରେ ପାକିସ୍ତାନକୁ ଭେଟିବ ଭାରତ । ନ୍ୟୁୟର୍କ ନାସାଉ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ହେଲେ ରୋହିତଙ୍କୁ ଆଘାତ ଲାଗିବା ପରେ ଫ୍ୟାନ୍ସଙ୍କ ଟେନସନ ବଢିଯାଇଛି। ପୂର୍ବରୁ ଆୟରଲାଣ୍ଡ ମ୍ୟାଚରେ ଆଘାତ ଲାଗିଥିବା ବେଳେ ପୁଣି ଅଭ୍ୟାସ ବେଳେ ଆଘାତ ଲାଗିଛି । ସେ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ ସ୍ପଷ୍ଟ ହୋଇ ନାହିଁ ।

ତେବେ ପାକିସ୍ତାନ ତାର ପ୍ରଥମ ମ୍ୟାଚରେ ଆୟୋଜନ ଆମେରିକା ଠାରୁ ସୁପର ଓଭରରେ ହାରି ଯାଇଛି । ଅନ୍ୟପଟେ ଭାରତ ତାର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇ ବିଜୟୀ ହୋଇଛି । ତେଣୁ ସୁପର ୮କୁ ଯିବା ପାଇଁ ପାକିସ୍ତାନ ପୂରା ଦମରେ ଭାରତକୁ ହରାଇବା ଚେଷ୍ଟା କରିବ । ଅନ୍ୟପକ୍ଷରେ ଫର୍ମରେ ଥିବା ଯୁବ ଖେଳାଳିମାନଙ୍କୁ ନେଇ ଟିମ୍ ଇଣ୍ଡିଆ ପାକିସ୍ତାନକୁ ମାତ ଦେବା ଲାଗି ପୂରା ପ୍ରସ୍ତୁତ । ଯଦି ରୋହିତ ଶର୍ମା ନ ଖେଳନ୍ତି, ତେବେ ଶୁବମନ ଗିଲ କିମ୍ବା ରିଙ୍କୁ ସିଂଙ୍କୁ ଟିମରେ ସ୍ଥାନ ମିଳିପାରେ ।

ଭାରତ-ପାକିସ୍ତାନ ମ୍ୟାଚ ଟିକେଟ ଦାମ୍‌ ମଧ୍ୟ ଆକାଶଛୁଆଁ ହୋଇଛି । ଏହି ମ୍ୟାଚ୍‌ ପାଇଁ ପ୍ରାରମ୍ଭିକ ଟିକେଟ ଦାମ୍‌ ୩୦୦ ୟୁଏସ ଡଲାର ଅର୍ଥାତ୍‌ ୨୫,୦୦୦ ଟଙ୍କା ରହିଛି । ତେବେ ଏହି ମ୍ୟାଚରେ ସବୁଠାରୁ ଅଧିକ ଟିକେଟ ଦାମ୍‌ ୧୦ ହଜାର ଡଲାର ବା ୮.୩ ଲକ୍ଷ ଟଙ୍କା ରହିଛି ବୋଲି ଜଣାପଡିଛି । ଭାରତ ବନାମ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ଆସିବା ଦର୍ଶକ ଗାଡି ପାର୍କିଂ ଏରିଆରେ ରଖିବେ । ତେଣୁ ପାର୍କିଂ ଏରିଆରେ ଚାର୍ଜ ମଧ୍ୟ ବୃଦ୍ଧି ପାଇଛି ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago