ଯେତେବେଳେ ଯବାନଙ୍କ ମରଶରୀର ପହଁଚିଲା ପୈତୃକ ଗାଁରେ ପତ୍ନୀ ନେଲେ ଏହି ଚରମ ନିଷ୍ପତ୍ତି, ଜାଣିଲେ ହୋଇଯିବେ ଭାବୁକ

ରାଞ୍ଚି: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସମସ୍ତେ ମସଗୁଲ୍ ଥିଲେ । କିଏ ନିଜ ପରିବାର ସହିତ ଖୁସି ମନାଇଥିଲେ ତ କିଏ ହୋଟେଲ ଆଉ କ୍ଳବରେ । କିନ୍ତୁ ନୂଆବର୍ଷର ନୂଆ ସକାଳ କାହା ପାଇଁ ସୁଖ ତ କାହା ପାଇଁ ଦୁଃଖ ନେଇ ଆସିଥିଲା। ଜମ୍ମୁ କଶ୍ମୀରରେ କାର୍ଯ୍ୟରତ ଜଣେ ଯବାନଙ୍କ ଠିକ୍ ୩୦ ଡିସେମ୍ବର ଦିନ ମୃତ୍ୟୁ ହୋଇଥିଲା । କିନ୍ତୁ ଯେତେବେଳେ ଯବାନ ଜଣଙ୍କର ମରଶରୀର ନିଜ ପୈତୃକ ଗାଁରେ ପହଁଚିଥିଲା ତାପରେ ଯାହା ହେଲା ତାହାକୁ ବଖାଣିବା ଏତେ ସହଜ ନଥିଲା ।

ଝାଡଖଣ୍ଡର ରାଞ୍ଚି ଜିଲ୍ଲାରୁ ଏହି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଯେତେବେଳେ ଗାଁରେ ତ୍ରୀରଙ୍ଗା ପତକା ଘୋଡାଇ ହୋଇ ଯବାନଙ୍କର ମରଶରୀର ପହଁଚିଲା ସେତେବେଳେ ଘଟିଥିଲା ଏକ ଅଘଟଣ । ଯବାନଙ୍କ ପତ୍ନୀ ନିଜକୁ ସମ୍ଭାଳୀ ନପାରି ନେଇଥିଲେ ଏମିତି ନିଷ୍ପତ୍ତି ଯାହା କେହି କଳ୍ପନାରେ ସୁଦ୍ଧା ଭାବିନଥିଲେ। ସାରା ପରିବେଶ କାନ୍ଦ ବୋବାଳିରେ ଫାଟିପଡୁଥିବାବେଳେ ଠିକ୍ ସେହି ସମୟରେ ପାଖରେ ଥିବା ଏକ କୂଅକୁ ଡେଇଁ ନିଜର ଜୀବନ ହାରିଥିଲେ ଯବାନଙ୍କ ପତ୍ନୀ । ଯେଉଁ ଘଟଣା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳାଇଦେଇଛି ।

ଝାଡଖଣ୍ଡ ରାଞ୍ଚିର ବହେରା ଟୋଲି ଗାଁରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ ଗାଁର ମନିତା ଉରାଂବଙ୍କ ସ୍ବାମୀ ବଜରଙ୍ଗ ଉରାଂବ ସୈନିକ ଭାବେ କାର୍ଯ୍ୟରତ ଥିଲେ । ଗତ ଡିସେମ୍ବର ୨୯ ତାରିଖ ରାତିରେ ଖଟ ଉପରୁ ପଡିଯିବା କାରଣରୁ ବଜରଙ୍ଗ ଆହତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଜାନୁଆରୀ ୧ ତାରିଖ ଦିନ ତାଙ୍କର ମରଶରୀର ଗାଁକୁ ପଠାଇ ଦିଆଯାଇଥିଲା । ପରଦିନ ଶେଷକୃତ୍ୟ ହେବାର ଥିଲା ।

ତେବେ ସ୍ୱାମୀଙ୍କ ମୃତ୍ୟୁରେ ଭୀଷଣ ମାନସିକ ଆଘାତ ପାଇଥିବା ମନିତା ଏହା ପୂର୍ବରୁ କୂଅକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଦୁଇ ବର୍ଷ ପୂର୍ବରୁ ବଜରଙ୍ଗ ଓ ମନିତାଙ୍କ ବାହାଘର ହୋଇଥିଲା । ତେବେ ସେମାନଙ୍କର କୌଣସି ସନ୍ତାନ ନଥିଲେ । ୨୦୧୨ରେ ବଜରଙ୍ଗ ସେନାରେ ଯୋଗ ଦେଇଥିଲେ । ତିନି ମାସ ପୂର୍ବରୁ ତାଙ୍କର ମହାରାଷ୍ଟ୍ରରୁ ଜମ୍ମୁ କଶ୍ମୀରକୁ ବଦଳି ହୋଇଥିଲା । ତେବେ ପୋଲିସ୍‌ର ସୂଚନା ଅନୁଯାୟୀ ମନିତାଙ୍କର ପିଲା ହେଉ ନଥିବାରୁ ତାଙ୍କୁ ପରିବାର ଲୋକେ ଗାଳିମନ୍ଦ କରୁଥିଲେ । ସେଥିଲାଗି ସେ ଏଭଳି ଚରମ ନିଷ୍ପତ୍ତି ନେଲେ ବୋଲି କୁହାଯାଉଛି ।

ସେପଟେ ମନିତାଙ୍କ ପରିବାର ଲୋକେ ତାଙ୍କ ନଣନ୍ଦ ଓ ନଣନ୍ଦେଇଙ୍କ ନାଁରେ ଆତ୍ମହତ୍ୟା ପାଇଁ ଉସକାଇଥିବାର ଅଭିଯୋଗ କରିଛନ୍ତି । ପୋଲିସ୍‌ ଘଟଣାର ତଦନ୍ତ କରୁଛି । ଜମ୍ମୁକଶ୍ମୀରରେ ଡିସେମ୍ବର ୩୦ ତାରିଖରେ ବଜରଙ୍ଗ ପଡିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାପରେ ୧ଜାନୁଆରୀରେ ତାଙ୍କର ମରଶରୀର ଗାଁକୁ ପଠାଇଦିଆଯାଇଥିଲା ।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

13 mins ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

3 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

3 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

4 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

4 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

4 hours ago