ଦେଶ ବିଦେଶ

ଦିଲ୍ଲୀର ସମସ୍ତ ସ୍କୁଲ ଜାନୁୟାରୀ ୧ରୁ ବନ୍ଦ, ଶୀତ ଛୁଟି ଘୋଷଣା କଲେ ସରକାର

ଦିଲ୍ଲୀର ସମସ୍ତ ବିଦ୍ୟାଳୟରେ ଚଳିତ ବର୍ଷର ଶୀତ ଛୁଟି ଘୋଷଣା କରି ଦିଆଯାଇଛି। ୨୦୨୪ ଜାନୁୟାରୀ ୧ରୁ ଶୀତ ଛୁଟି ଆରମ୍ଭ ହୋଇ ୬ ତାରିଖରେ ଶେଷ ହେବ। ଏଥର କେବଳ ୬ ଦିନ ପାଇଁ ଶୀତ ଛୁଟି ଦିଆଯାଇଛି। ପୂର୍ବ ବର୍ଷ ତୁଳନାରେ ଏଥର ଛୁଟି କମ୍ ରହିଛି। ଦିଲ୍ଲୀ ସରକାର ବୁଧବାର ଶୀତଦିନିଆ ଛୁଟି ସମ୍ପର୍କରେ ଆଡ୍‌ଭାଇଜରୀ ଜାରି କରିଛନ୍ତି।

ଏହା ପୂର୍ବରୁ ନଭେମ୍ବର ମାସରେ ପ୍ରଦୂଷଣ ହେତୁ କିଛି ଦିନ ଆଗରୁ ଶୀତ ଛୁଟି ବ୍ୟବହାର ହୋଇସାରିଛି। ପ୍ରଦୂଷଣ କାରଣରୁ ନଭେମ୍ବର ୯ରୁ ୧୮ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ ବନ୍ଦ ରହିଥିଲା ଏବଂ ଏହାକୁ ଶୀତକାଳୀନ ଛୁଟିରେ ଆଡ୍‌ଜଷ୍ଟ କରିବାକୁ ଆଦେଶ ଦିଆଯାଇଥିଲା। ବର୍ତ୍ତମାନ ଜାନୁଆରୀ ୧ରୁ ୬ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ।

ସୂଚନାଥାଉ କି, ଦୀପାବଳି ପୂର୍ବରୁ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ନଭେମ୍ବର ୯ରୁ ୧୮ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଥିଲା। ଦିଲ୍ଲୀରେ ବାୟୁ ପ୍ରଦୂଷଣ ସୂଚକାଙ୍କ ୫୦୦ରେ ପହଞ୍ଚିଯିବାରୁ ଶିକ୍ଷା ନିର୍ଦ୍ଦେଶାଳୟ ‘ଓ୍ଵିଣ୍ଟର୍ ବ୍ରେକ୍’ ଅର୍ଥାତ୍ ଶୀତ ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲା।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

5 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

8 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

8 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

9 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

9 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

9 hours ago