ଦେଶ ବିଦେଶ

ମୁମ୍ବାଇ ଚାଲ ପାର୍ଟନର ବଦଳାଇ ମଜା କରିବା କହିବା ପରେ ପତ୍ନୀ ହେଲେ ନିଆଁବାଣ, ତା’ପରେ କ’ଣ କଲେ ଜାଣନ୍ତୁ

ଗ୍ଵାଲିୟର :  ହିନ୍ଦୁ ପରମ୍ପରାରେ ବିବାହକୁ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ । ଜଣେ ନାରୀ ପାଇଁ ତା’ର ସ୍ୱାମୀ ଦେବତା ବୋଲି ମଧ୍ୟ ମାନ୍ୟତା ରହିଛି । ହେଲେ ଏମିତି କିଛି ପାଗଳ ଅଛନ୍ତି ଯାହାଙ୍କ ପାଇଁ ପତ୍ନୀ ଏକ ଖେଳଣା ବା ବଜାରର ପଣ୍ୟ ଦ୍ରବ୍ୟ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଗ୍ଵାଲିଅରରେ । ଗ୍ଵାଲିଅର ର ଜଣେ ପତି ତା’ର ପତ୍ନୀଙ୍କ ଆଗରେ ଏପରି ନିର୍ଲଜ ସର୍ତ୍ତ ରଖିଛି ଯେ ଯାହାକୁ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ପତି ଜଣକ ନିଜର ପତ୍ନୀଙ୍କୁ ପର ପୁରୁଷ ସହ ମିଶିବାକୁ ବାଧ୍ୟ କରୁଥିଲେ । ପତ୍ନୀ ତାଙ୍କ କଥା ନମାନିଲେ ମାର୍‌ପିଟ୍‌ କରୁଥିଲେ । ପତ୍ନୀ ଏ ସମ୍ପର୍କରେ ପୁଲିସରେ ଅଭିଯୋଗ କରିବା ପରେ ପତି ଫେରାର୍‌ ମାରିଥିବା ଜଣାଯାଇଛି ।

photo credit: PairedLife

ସୂଚନାନୁଯାୟୀ , ଏହି ମାମଲା ଘଟିଛି ଗିରବାଇ ଥାନା ଅଧୀନରେ । ଏହି ୩୧ ବର୍ଷ ବୟସ୍କା ମହିଳା ଜଣକ ପେଶାରେ ନର୍ସ ଥିବା ବେଳେ ତାଙ୍କର ସ୍ୱାମୀ ମୁମ୍ବାଇରେ ଜଣେ ରେଳବାଇ କର୍ମଚାରୀ ଭାବେ କାମ କରନ୍ତି । ତେଣୁ ପତ୍ନୀଙ୍କୁ ମୁମ୍ବାଇ ଯାଇ ସ୍ୱାମୀ ବଦଳ ଗ୍ରୁପ୍‌ରେ ଯୋଗ ଦେବାକୁ ଚାପ ପକାଉଥିଲେ । ପତ୍ନୀଙ୍କୁ କହୁଥିଲେ ‘ମୁମ୍ବାଇରେ ମୁଁ ଏକ ଗ୍ରୁପ୍‌ରେ ଯୋଗ ଦେଇଛି । ସେଠାରେ ପତି-ପତ୍ନୀ ବଦଳ କରି ମଜା କରାଯାଏ । ମୁମ୍ବାଇ ଚାଲ ପାର୍ଟନର ବଦଳାଇ ମଜା କରିବା । ’ ଏପରି କହିବା ପରେ ପତ୍ନୀ ଏହାକୁ ବିରୋଧ କରିଥିଲେ । ଫଳରେ ପତ୍ନୀଙ୍କୁ ମାଡ ମାରି ୧୫ ଲକ୍ଷ ଟଙ୍କା ନେଇ ମୁମ୍ବାଇ ପଳାଇଥିଲେ । ପୋଲିସ ଏବେ ଏକ ମାମଲା ରୁଜୁ କରି ପତିକୁ ଖୋଜୁଛି ।

ପୋଲିସ ସୂଚନାନୁଯାୟୀ, ଏହି ମହିଳାଙ୍କୁ ୨୦୧୯ରେ ତାଙ୍କ ପତି ଛାଡପତ୍ର ଦେଇଥିଲେ । ତେଣୁ ତାଙ୍କର ପ୍ରଥମ ପତିଙ୍କ ଠାରୁ ଭରଣ ପୋଷଣ ପାଇଁ ୨୫ ଲକ୍ଷ ଟଙ୍କା ଓ ୫ ଲକ୍ଷ ଟଙ୍କାର ଗହଣା ମିଳିଥିଲା । ଏହାପରେ ୨୦୨୦ରେ ଫେସ୍‌ବୁକ୍‌ ଜରିଆରେ ଏହି ମହିଳାଙ୍କ ସମ୍ପର୍କ ବିନୋଦ ବଘେଲଙ୍କ ସହ ହୋଇଥିଲା । ଏହା ପରେ ଉଭୟଙ୍କ ସାକ୍ଷାତ ହୋଇଥିଲା । ବିନୋଦ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

ଘର ଲୋକଙ୍କ ସହମତିରେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା । ହେଲେ ବିବାହ ପୂର୍ବରୁ ବିନୋଦ ଜବରଦସ୍ତ ତାଙ୍କ ସହ ପ୍ରାକୃତିକ ଓ ଅପ୍ରାକୃତିକ ଉପାୟରେ ଶାରୀରିକ ସମ୍ପର୍କ ରଖିଲେ । ବିବାହ ପରେ ଏକ ଘର କିଣିବାକୁ କହି ତାଙ୍କଠାରୁ ୧୫ ଲକ୍ଷ ଟଙ୍କା ନେଲେ । ହେଲେ ସେ ଘର ଏବେ ବି ବ୍ୟାଙ୍କ୍‌ରେ ପଡ଼ିଛି ବୋଲି ପତ୍ନୀ ଅଭିଯୋଗ କରିଛନ୍ତି । ପୋଲିସ ବିନୋଦ ବିରେଧରେ ଏକ ମାମଲା ରୁଜୁ କରି ତାକୁ ଖୋଜିବା ଆରମ୍ଭ କରିଛି ।

Niharanjan

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

7 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

24 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

57 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

59 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago