ରାଜ୍ୟ

ଗଞ୍ଜାମ ବଡ଼ଘାଟି ନିକଟରେ ଡକାୟତି ଉଦ୍ୟମ ଯୋଜନା ପଣ୍ଡ: ୪ ଗିରଫ, ପିସ୍ତଲ ଓ ମାରଣାସ୍ତ୍ର ଜବତ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସକୁ ମିଳିଛି ସଫଳତା । ଏକ ବଡ଼ ଡ଼କାୟତି ଉଦ୍ୟମ ଯୋଜନାକୁ ପଣ୍ଡ କରିଛି ପୋଲିସ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ଘାଟି ନିକଟରେ ଗତକାଲି ବିଳମ୍ବତ ରାତିରେ କିଛି ଜଣ ଦୁର୍ବୃତ୍ତ ଡ଼କାୟତି କରିବା ନିମନ୍ତେ ଯୋଜନା କରୁଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ଘଟଣାସ୍ଥଳକୁ ଯାଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଚାରି ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜଣେ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।

ଗିରଫ ମାନେ ହେଲ କୋଦଳା ଥାନା ବି. ନୂଆପଲ୍ଲୀ ଗାଁର ସନ୍ତୋଷ ଖଟେଇ, କାଳିମେଘି ଗାଁର ମୁନାରାମ ଜେନା , ଫାଶୀ ଗାଁର ରାଜ ଗୋପାଳ ମହାପାତ୍ର ଓ ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗାଁର ଧିରେନ୍ଦ୍ର ଦାଶ । ଏମାନଙ୍କଠାରୁ ୯ ଏମଏମ୍‌ର ୪ଟି ପିସ୍ତଲ, ୨ଟି ସିଙ୍ଗଲ ସଟ୍‌ ପିସ୍ତଲ, ଗୋଟିଏ ରିବଲ୍‌ବର, ଗୋଟିଏ ଏୟାରଗନ୍‌, ତିନୋଟି ମୋଟର ସାଇକେଲ, ଦୁଇଟି ଲୁହା ରୋଡ଼, ଦୁଇଟି ଟର୍ଚ୍ଚ ଲାଇଟ୍‌, ତିନୋଟି ମୋବାଇଲ, ଲଙ୍କା ଗୁଣ୍ଡ ଓ ମୁଖା ଜବତ କରିଛି ପୋଲିସ ।

ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ସେହିପରି ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାଶୀ ଗାଁର ସନ୍ତୋଷ କୁମାର ସାହୁଙ୍କ ଘରେ ଚଢ଼ାଉ କରି ତାଙ୍କ ଠାରୁ ଗୋଟିଏ ପିସ୍ତଲ ଓ ଗୁଳି ଜବତ କରିଛି ପୋଲିସ । ସନ୍ତୋଷ ଏହି ପିସ୍ତଲ ଟି ଖଲ୍ଲିକୋଟ ଥାନା ଲୋଚାପଡ଼ାର ଧର୍ମେନ୍ଦ୍ର ଦାସ ନାମକ ଜଣେ ଅସମାଜିକ ବ୍ୟକ୍ତିଙ୍କ ଠାରୁ ପିସ୍ତଲ ନେଇ ନିଜ ଘରେ ରଖିଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଆଜି ଏନେଇ ଖଲ୍ଲିକୋଟ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ।

Sonalisa

Recent Posts

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

8 mins ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

1 hour ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

2 hours ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

3 hours ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

3 hours ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

3 hours ago