ନୂଆଦିଲ୍ଲୀ : କ୍ରସ୍ ବର୍ଡର ଲଭଷ୍ଟୋରୀ ନେଇ ପାକିସ୍ତାନ ମହିଳା ସୀମା ହାଇଦରଙ୍କ ପରେ ଚର୍ଚ୍ଚାରେ ଉତ୍ତର ପ୍ରଦେଶର ମହିଳା ଅଞ୍ଜୁ । ପ୍ରେମ ପାଇଁ ପାକିସ୍ତାନରେ ପହଞ୍ଚିଛନ୍ତି । ଉତ୍ତରପ୍ରଦେଶ କେଲୋରରେ ରହୁଥିବା ୨୯ ବର୍ଷିୟ ଅଞ୍ଜୁ ପାକିସ୍ତାନର ଫେସବୁକ ଫ୍ରେଣ୍ଡ ନରସୁଲ୍ଲାହଙ୍କୁ ଭେଟିବାକୁ ଖେବର ପାଖତୁଖାଓ୍ଵା ପ୍ରଦେଶରେ ପହଞ୍ଚିଛନ୍ତି ।
ସୂଚନା ଅନୁସାରେ ନରସୁଲ୍ଲାହ ମେଡିକାଲ ରିପ୍ରେଜେଣ୍ଟେଟିଭ୍ ଭାବେ କାମ କରନ୍ତି । ଅଞ୍ଜୁଙ୍କର ସୋସିଆଲ ମିଡିଆରେ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲ । ପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ପ୍ରେମ । ଭିସା ନେଇ ୯୦ ଦିନ ପାଇଁ ଅଞ୍ଜୁ ପାକିସ୍ତାନ ଯାଇଥିବା ଜଣାପଡିଛି । ମେ’ ୪ ତାରିଖରେ ପାକ ସରକାର ଅଞ୍ଜୁଙ୍କୁ ଭିସା ପ୍ରଦାନ କରିଥିଲା । ଓ୍ଵାଘା ବର୍ଡର ଦେଇ ସେ ପାକିସ୍ତାନରେ ପହଞ୍ଚିଛନ୍ତି । ଅଞ୍ଜୁ କହିଛନ୍ତି ନରସୁଲ୍ଲାହଙ୍କୁ ସେ ବହୁତ ଭଲ ପାଉଛନ୍ତି । ତାଙ୍କ ବିନା ସେ ବଞ୍ଚିପାରିବେ ନାହିଁ । ପାକିସ୍ତାନର ତଦନ୍ତକାରୀ ସଂସ୍ଥା ଅଞ୍ଜୁଙ୍କୁ ଜେରା କରିଛନ୍ତି । କିଛି ଦିନ ତଳେ ସୀମା ହାଇଦର ବେଆଇନ ଭାବେ ପାକିସ୍ତାନରୁ ନେପାଳ ଦେଇ ଭାରତ ଆସିଥିଲେ । ଏବେ ଉତ୍ତରପ୍ରଦେଶ ଏଟିଏସ୍ ତାଙ୍କୁ ମାରାଥନ୍ ଜେରା କରୁଛି ।
ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…
ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…
ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…
କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…
ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍ ଜନସନ୍ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…
ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…