ପୁଣି ପ୍ରେମ ପାଇଁ ଦରିଆ ପାର୍ : ଏଠି ଭାରତ ନୁହେଁ ପାକିସ୍ତାନ ଗଲେ ପ୍ରେମିକା

୪ ପିଲାଙ୍କୁ ଧରି ନିଜ ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଚାଲିଆସିଥିବା ସୀମା ହାଇଦରଙ୍କୁ ନେଇ ଏଯାଏଁ ଚର୍ଚ୍ଚା ଥମିନଥିବାବେଳେ ଏଭଳି ଆଉ ଏକ ଘଟଣା ଘଟିଛି ।ପ୍ରେମ ପାଇଁ ପାକିସ୍ତାନରେ ପହଞ୍ଚିଛନ୍ତି ମହିଳା । ଉତ୍ତରପ୍ରଦେଶ କେଲୋରରେ ରହୁଥିବା ୨୯ ବର୍ଷିୟ ଅଞ୍ଜୁ ପାକିସ୍ତାନର ଫେସବୁକ ଫ୍ରେଣ୍ଡ ନରସୁଲ୍ଲାହଙ୍କୁ ଭେଟିବାକୁ ଖେବର ପାଖତୁଖାଓ୍ଵା ପ୍ରଦେଶରେ ପହଞ୍ଚିଛନ୍ତି ।

ନୂଆଦିଲ୍ଲୀ : କ୍ରସ୍‌ ବର୍ଡର ଲଭଷ୍ଟୋରୀ ନେଇ ପାକିସ୍ତାନ ମହିଳା ସୀମା ହାଇଦରଙ୍କ ପରେ ଚର୍ଚ୍ଚାରେ ଉତ୍ତର ପ୍ରଦେଶର ମହିଳା ଅଞ୍ଜୁ । ପ୍ରେମ ପାଇଁ ପାକିସ୍ତାନରେ ପହଞ୍ଚିଛନ୍ତି । ଉତ୍ତରପ୍ରଦେଶ କେଲୋରରେ ରହୁଥିବା ୨୯ ବର୍ଷିୟ ଅଞ୍ଜୁ ପାକିସ୍ତାନର ଫେସବୁକ ଫ୍ରେଣ୍ଡ ନରସୁଲ୍ଲାହଙ୍କୁ ଭେଟିବାକୁ ଖେବର ପାଖତୁଖାଓ୍ଵା ପ୍ରଦେଶରେ ପହଞ୍ଚିଛନ୍ତି ।

ସୂଚନା ଅନୁସାରେ ନରସୁଲ୍ଲାହ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ ଭାବେ କାମ କରନ୍ତି । ଅଞ୍ଜୁଙ୍କର ସୋସିଆଲ ମିଡିଆରେ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲ । ପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ପ୍ରେମ । ଭିସା ନେଇ ୯୦ ଦିନ ପାଇଁ ଅଞ୍ଜୁ ପାକିସ୍ତାନ ଯାଇଥିବା ଜଣାପଡିଛି । ମେ’ ୪ ତାରିଖରେ ପାକ ସରକାର ଅଞ୍ଜୁଙ୍କୁ ଭିସା ପ୍ରଦାନ କରିଥିଲା । ଓ୍ଵାଘା ବର୍ଡର ଦେଇ ସେ ପାକିସ୍ତାନରେ ପହଞ୍ଚିଛନ୍ତି । ଅଞ୍ଜୁ କହିଛନ୍ତି ନରସୁଲ୍ଲାହଙ୍କୁ ସେ ବହୁତ ଭଲ ପାଉଛନ୍ତି । ତାଙ୍କ ବିନା ସେ ବଞ୍ଚିପାରିବେ ନାହିଁ । ପାକିସ୍ତାନର ତଦନ୍ତକାରୀ ସଂସ୍ଥା ଅଞ୍ଜୁଙ୍କୁ ଜେରା କରିଛନ୍ତି । କିଛି ଦିନ ତଳେ ସୀମା ହାଇଦର ବେଆଇନ ଭାବେ ପାକିସ୍ତାନରୁ ନେପାଳ ଦେଇ ଭାରତ ଆସିଥିଲେ । ଏବେ ଉତ୍ତରପ୍ରଦେଶ ଏଟିଏସ୍‌ ତାଙ୍କୁ ମାରାଥନ୍‌ ଜେରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.