ଓଟିପି ସେୟାରିଂ ମାମଲା: STF ନିକଟକୁ ଆସିଲା ଅଭିଯୁକ୍ତଙ୍କ ମୋବାଇଲ ଯାଞ୍ଚ ରିପୋର୍ଟ
ଓଟିପି ସେୟାରିଂ ମାମଲାରେ ଆସିଲା ଅଭିଯୁକ୍ତଙ୍କ ମୋବାଇଲ ଯାଞ୍ଚ ରିପୋର୍ଟ । ଖୁବଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବ STF । ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ସେମାନଙ୍କ ଜାମିନ ଆବେଦନ ଖାରଜ କରିବା ପାଇଁ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି STF ।

ଭୁବନେଶ୍ୱର (କେନ୍ୟୁଜ): ଓଟିପି ସେୟାରିଂ ମାମଲାରେ ଆସିଲା ଅଭିଯୁକ୍ତଙ୍କ ମୋବାଇଲ ଯାଞ୍ଚ ରିପୋର୍ଟ । ଖୁବଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବ STF । ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ସେମାନଙ୍କ ଜାମିନ ଆବେଦନ ଖାରଜ କରିବା ପାଇଁ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି STF । ଗିରଫ ହୋଇଥିବା ୬ ଅଭିଯୁକ୍ତ ଓ ପାକିସ୍ତାନ ଏଜେଣ୍ଟଙ୍କ ଆକାଉଣ୍ଟରୁ ୭୦ ଲକ୍ଷ ଟଙ୍କା ଫ୍ରିଜ୍ କରିଛି STF ।
ପଶ୍ଚିମବଙ୍ଗର ଗୁଡୁ କୁମାର ଓ ଓଡ଼ିଶାର ପଠାଣି ସାମନ୍ତ ତିଆରି କରିଥିବା ଗ୍ରୁପରେ ସଦସ୍ୟ ଭାବେ ଅନେକ ଶିକ୍ଷିତ ଯୁବକ ଯୋଗ ଦେଇଥିଲେ । ଆପ୍ ବନାଇବାରେ ସାହାଯ୍ୟ କରିଥିଲେ ଅଭିଜିତ ସଞ୍ଜୟ ଜାମ୍ବୁରେ । ଏହି ଆପ୍ ଜରିଆରେ ଦେଶର ବହୁ ଗୁପ୍ତ ତଥ୍ୟ, ଫଟୋ ଓ ଭିଡିଓ ପାକିସ୍ତାନ ପଠାଉଥିବା ଖବର ରିମାଣ୍ଡ ସମୟରେ STF ହାତରେ ଲାଗିଛି । ଖୁବଶୀଘ୍ର ପଶ୍ଚିମବଙ୍ଗ STF ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପରେ ସେମାନଙ୍କ ବିଦେଶ ଭ୍ରମଣ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ।