ହୋଇଯାଆନ୍ତୁ ସତର୍କ, ବଢ଼ୁଛି ଡେଙ୍ଗୁ ଆତଙ୍କ..

ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି ବର୍ଷା । ଏହି ଋତୁକୁ ରୋଗର ଋତୁ ମଧ୍ୟ କୁହାଯାଏ। ଯେଉଁଥିରେ ବିଭିନ୍ନ କାରଣରୁ ବିଭିନ୍ନ ପ୍ରକାରର ରୋଗ ଏବଂ ସଂକ୍ରମଣ ବୃଦ୍ଧି ପାଇଥାଏ । ଏହି ଋତୁରେ ସାଧାରଣ ରୋଗ ହେଉଛି ଡେଙ୍ଗୁ । ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ବିଷୟରେ ଜଣାନ୍ତୁ ।

ବର୍ତ୍ତମାନ ଦେଶରେ ମୌସୁମୀ ଆସିସାରିଛି । ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି ବର୍ଷା । ଏହି ଋତୁକୁ ରୋଗର ଋତୁ ମଧ୍ୟ କୁହାଯାଏ। ଯେଉଁଥିରେ ବିଭିନ୍ନ କାରଣରୁ ବିଭିନ୍ନ ପ୍ରକାରର ରୋଗ ଏବଂ ସଂକ୍ରମଣ ବୃଦ୍ଧି ପାଇଥାଏ । ଏହି ଋତୁରେ ସାଧାରଣ ରୋଗ ହେଉଛି ଡେଙ୍ଗୁ । ଡେଙ୍ଗୁ ଏକ ଭାଇରାଲ ସଂକ୍ରମଣ, ଯାହା ସଂକ୍ରମିତ ମାଈ ଏଡେସ ମଶା କାମୁଡ଼ିବା ଦ୍ବାରା ବ୍ୟାପିଥାଏ । ସାଧାରଣତଃ ଏହି ମଶା ସକାଳ ଓ ସଂଧ୍ୟା ସମୟରେ କାମୁଡ଼ିଥାନ୍ତି । ସ୍ୱଚ୍ଛ ପାଣିରେ ବଂଶ ବିସ୍ତାର କରିଥାଏ । ଏଡିସ୍ ମଶାର ଅଣ୍ଡା ବର୍ଷେରୁ ଦୁଇ ବର୍ଷ ପାଇଁ ସତେଜ ରହିଥାଏ । କଠିନ ବର୍ଜ୍ୟବସ୍ତୁ ସହିତ ଏଡିସ୍ ମଶାର ଅଣ୍ଡା ଲାଗି ରହିଥାଏ । ବର୍ଷା ଋତୁ ଆସିବା ପରେ ପାଣି ସଂସ୍ପର୍ଶରେ ଆସି ଅଣ୍ଡାରୁ ଛୁଆ ବାହାରେ । ଆଉ ଲୋକଙ୍କୁ କାମୁଡେ ।

ଚାରିଟି ଭାଇରସ୍ ଅଛି ଯାହାକୁ ସେରୋଟାଇପ୍ କୁହାଯାଏ । DENV-1, DENV-2, DENV-3 ଏବଂ DENV-4 ମୁଖ୍ୟତ ଡେଙ୍ଗୁ ପାଇଁ ଦାୟୀ ଏବଂ ଏହି ଜୀବାଣୁ ଶରୀରର ରକ୍ତ ପ୍ରବାହ ଦ୍ବାରା ଶରୀରରେ ବ୍ୟାପିଥାଏ । ଲକ୍ଷଣଗୁଡ଼ିକ ସାମାନ୍ୟରୁ ଗମ୍ଭୀର ପରିସ୍ଥିତିରେ ଭିନ୍ନ ହୋଇପାରେ,ଏହାର ସଂକ୍ରମଣ ମଧ୍ୟ ସାଂଘାତିକ ହୋଇପାରେ । ଲକ୍ଷଣ ସାଧାରଣତଃ କାମୁଡ଼ିବାର 4-10 ଦିନ ମଧ୍ୟରେ ଜଣାପଡିଥାଏ । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ କ’ଣ ଏବଂ କିପରି ଏହାର ନିରାକରଣ କରାଯାଇପାରିବ ।

ସାଧାରଣ ତେଙ୍ଗୁ ରୋଗର ଲକ୍ଷଣଗୁଡିକ କଣ ?

ହଠାତ୍ ଅତ୍ୟଧିକ ଜ୍ଵର ଆସେ, ଥଣ୍ଡା ଶର୍ଦ୍ଦି ଭଳି ଅସୁସ୍ଥ ଲାଗେ।
ମୁଣ୍ଡ ବିନ୍ଧେ, ଆଖିରେ ଭୀକ୍ଷଣ ଯନ୍ତ୍ରଣା ହୁଏ ।
ବାନ୍ତି ଲାଗେ, ଅତ୍ୟଧିକ ବାନ୍ତି ଯୋଗୁଁ ବାନ୍ତିରେ ରକ୍ତ ପଡ଼ିବା ଦେଖାଯାଏ ।
ଘିମିରି ଆକାରର ଦେହରେ ଫଳିଯାଏ ।
ହାଡ଼ ଓ ଗଣ୍ଠିମାନଙ୍କରେ ଭୀଷଣ ଯନ୍ତ୍ରଣା ଅନୁଭବ ହୁଏ ଓ ଏଥିପାଇଁ ଚାଲିବାରେ କଷ୍ଟ ହୁଏ ।
ଏହି ରୋଗରେ ରୋଗୀର ପ୍ଲେଟଲେଟ୍ ମଧ୍ୟ ଅତି ଶୀଘ୍ର ହ୍ରାସ ହେବାକୁ ଲାଗେ। ଏହି କାରଣରୁ, ଚାଲିବା କଷ୍ଟକର ହୋଇଯାଏ।

ଡେଙ୍ଗୁର ବିପଦଜ୍ଜନକ ଲକ୍ଷଣଗୁଡିକ କଣ ?

ପେଟରେ ଅଧିକ ଯନ୍ତ୍ରଣା ହେବା ଓ ଯନ୍ତ୍ରଣା ଲାଗି ରହିବା ।
ପାଟି, ଦାନ୍ତ, ନାକ, ଆଖି ଭିତର ତଥା ଶରୀରର ଚର୍ମରୁ ରକ୍ତସ୍ରାବ ହେବା ।
ବାନ୍ତି ହେବା ଓ ବାନ୍ତି ସହିତ ରକ୍ତ ପଡିବା ।
କଳା ଝାଡ଼ା ହେବା ।
ଅତ୍ୟଧିକ ଶୋଷ ଲାଗିବା ଓ ପାଟି ଶୁଖିପିବା ।
ଚର୍ମ ଥଣ୍ଡା ଲାଗିବା ଓ ମଳିନ ପଡ଼ିଯିବା ।

ଏହି ରୋଗ କିପରି ସଂକ୍ରମିତ ହୋଇଥାଏ?

ଏଡିସ୍ ମଶା କାମୁଡିବା ଦ୍ଵାରା ଏହି ରୋଗ ବ୍ୟାପିଥାଏ । ଏହି ରୋଗ ଖୁବ୍ ଶୀଘ୍ର ବ୍ୟାପିଥାଏ । ୨ ରୁ ୩ ଦିନ ମଧ୍ୟରେ ଗୋଟିଏ ପରିବାରରେ ୩ରୁ ୪ ଜଣ ଏକାବେଳକେ ଆକ୍ରାନ୍ତ ହୋଇପାରନ୍ତି । ଏହି ମଶା ସାଧାରଣତଃ ଦିନବେଳା କାମୁଡ଼ିଥାଏ । ସଂକ୍ରମିତ ମଶା କାମୁଡ଼ିବାର 4-10 ଦିନପରେ ଏହି ରୋଗର ଲକ୍ଷଣ ଦେଖାଯାଇଥାଏ ।

ଏହି ରୋଗର ଚିକିତ୍ସା କିପରି କରିବା ?

ଡେଙ୍ଗୁ ରୋଗପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ ।
ଲକ୍ଷଣକୁ ଦେଖି ଚିକିତ୍ସା କରାଯାଏ ।
ଜଟିଳତା ଦେଖାଗଲେ ଅତିଶୀଘ୍ର ଡାକ୍ତରଖାନାରେ ଚିକିତ୍ସା କରାଇବା ଜରୁରୀ ।
ଅତ୍ୟଧିକ ଜୁର ହେଲେ, ପାଣି ପଟି ପକାଇ କିମ୍ବା, ଓଦା ତଉଲିଆରେ ଦେହ ପୋଛି। ଦେହର ତାପମାତ୍ରା କମାଯାଏ । ଦରକାର ହେଲେ ପାରାସିଟାମଲ ବଟିକା ଦିଆଯାଏ ।

ଏହି ରୋଗ ନ ହେବାପାଇଁ କ’ଣ ଉପାୟ ଅଛି ?

ଏହି ରୋଗର ପ୍ରତିରୋଧପାଇଁ ଏଡିସ୍ ମଶା ବଂଶ ବୃଦ୍ଧିକୁ ରୋକିବା ସଙ୍ଗେ ସଙ୍ଗେ ନିଜକୁ ମଶା କାମୁଡିବାରୁ ରକ୍ଷା କରିବା ହେଉଛି ମୁଖ୍ୟ ଉପାୟ ।

ଘର ଭିତରେ କଣ ପଦକ୍ଷେପ ନେବେ:

ପାଣି ଜମିବାକୁ ନଦେବା
ଅନ୍ତତଃ ପ୍ରତି ୭ ଦିନରେ ଥରେ ପାଣି ଜମୁଥିବା ଜାଗାଗୁଡ଼ିକୁ ସଫା କରି ଶୁଖାଇ ଦେବା ।
ପାଣି ପାତ୍ର ଓ ଛାତ ଉପର ପାଣି ଟାଙ୍କିର ଘୋଡଣୀକୁ ଭଲ ଭାବରେ ଘୋଡାଇ ରଖିବା ।
ଗୁମ୍ କୁଳଗରୁ ୭ ଦିନରେ ଥରେ ପାଣି ବାହାରକରି ସଫା ରଖିବା ।
ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ବ୍ୟବହାର ହେଉଥିବା ଖାଇବା ତଥା ଗାଧୋଇବା ପାତ୍ରରୁ ୭ ଦିନରେ ଥରେ ପାଣି ବାହାରକରି ଶୁଖାଇ ଦେବା ।
ମଶା କାମୁଡାରୁ ରକ୍ଷା ପାଇବାପାଇଁ ଗୋଡ ହାତ ଓ ଦେହ ଲୁଚୁଥିବା ପୋଷାକ, ଯଥା: ଫୁଲ୍ ଫ୍ୟାଣ୍ଟ ଓ ଫୁଲ ସାର୍ଟ ଆଦି ପିନ୍ଧିବା ।

ଘର ବାହାରେ କି ପ୍ରକାର ପଦକ୍ଷେପ ନେବେ:

ଘର ଚାରିପାଖରେ ଥିବା ଘାସ, ବୁଦା ଓ ଅନାବନା ଗଛଗୁଡିକ କାଟି ସଫା କରି ଦେବେ କାରଣ ଏସବୁ ଜାଗାରେ ମଶା ବିଶ୍ରାମ ନିଅନ୍ତି ।
ଘରେ, ଘର ଚାରିପାଖରେ ଥିବା ଖାଲଖମାଗୁଡିକୁ ବାଲି ଓ ମାଟି ପକାଇ ପୋତି ଦେବେ ଓ ପାଣି ଜମିବାକୁ ଦେବେ ନାହିଁ ।
ଘର ଚାରିପାଖରେ ଅଧିକ ଦିନ ଧରି ଜମି ରହୁଥବା ପାଣି ଜାଗାରେ ମଶା ମରାଔଷଧ ପକାଇବେ ।
ଭଙ୍ଗାପାତ୍ର, ପୁରୁଣା ଟାୟାର, ପଇଡ ଖୋଳ ଇତ୍ୟାଦି ପାଣି ଜମୁଥିବା ଅଦରକାରୀ ଜିନିଷକୁ ଘରଠାରୁ ଦୂରରେ ଗାତ ଖୋଳି ପୋତି ଦେବେ ।

ନିଜକୁ ମଶା କାମୁଡାରୁ ରକ୍ଷା କରିବାପାଇଁ କଣ କରିପାରିବେ:

ଦିନରେ ଶୋଇଲାବେଳେ ମଧ୍ୟ ମଶାରୀ ଟାଙ୍ଗି ଶୋଇବେ ।
କୀଟନାଶକ ଔଷଧ ଉପଚାରିତ ମଶାରୀ ଅଧିକ ଉପାଦେୟ ।
ଛୋଟ ପିଲାମାନେ ସକାଳେ ନିଦରୁ ଉଠି ନଥିଲାବେଳେ ଯେପରି ମଶାରୀ ଭିତରେ ଶୋଇ ରହିବେ, ସେଥିପାଇଁ ଯତ୍ନନେବା ଆବଶ୍ୟକ ।
ମଶା ଘଉଡ଼ାଇବା ପାଇଁ ନିମ୍ବପତ୍ର ଓ ଝୁଣା ଧୂଆଁ ଦିଆଯାଇପାରିବ ଓ ବଜାରରେ ମିଳୁଥିବା ମଶାଧୂପ ବ୍ୟବହାର କରାଯାଇପାରିବ ।
ମଶା ନିରୋଧୀ ତେଲ ଯଥା; ନିମ ଓ କରଞ୍ଜ ତେଲ ବ୍ୟବହାର କଲେ ମଶା ଦେହରେ ବସନ୍ତି ନାହିଁ । ବଜାରରେ ମଧ୍ୟ ମଶା ନିରୋଧା ମଲମ ମିଳୁଛି ।
ଘରର ଝରକାଗୁଡିକରେ ମଶାରୀ ଜାଲି ଲଗାଇଲେ ଘରେ ମଶାପଶି ପାରନ୍ତି ନାହିଁ ।

ଏହି ଜୁସ୍ ଡେଙ୍ଗୁ ଜ୍ୱରରେ ଉପକାରୀ-

ଅମୃତଭଣ୍ଡା ଜୁସ୍

ସ୍ୱାସ୍ଥ୍ୟ ପାଇଁ ଅମୃତଭଣ୍ଡା ଏକ ଅତ୍ୟନ୍ତ ଲାଭଦାୟକ ଫଳ। ଡେଙ୍ଗୁରେ ଅମୃତଭଣ୍ଡା ଜୁସ ପିଇବା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କେବଳ ଏତିକି ନୁହେଁ, ଡେଙ୍ଗୁରେ ଅମୃତଭଣ୍ଡା ଜୁସ୍ ପିଇବା ଦ୍ୱାରା ଏହା ପ୍ଲେଟଲେଟ୍ ସଂଖ୍ୟା ବଢ଼ାଇବାରେ ସାହାଯ୍ୟ କରିଥାଏ।

ବିଟରୁଟ ଜୁସ୍

ଡେଙ୍ଗୁରେ ବିଟରୁଟ ଜୁସ୍ ପିଇବା ମଧ୍ୟ ବହୁତ ଲାଭଦାୟକ। ଏହାକୁ ପିଇବା ଦ୍ୱାରା ଶରୀରରେ ପ୍ଲେଟଲେଟ୍ ଗଣନା ଏବଂ ହେମୋଗ୍ଲୋବିନ୍ ସ୍ତର ବଜାୟ ରହିଥାଏ। ତେଣୁ ଡେଙ୍ଗୁ ଜ୍ୱରରେ ବିଟରୁଟ ଜୁସ୍ ପିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.