ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ‘ଖସାପଡା ଲାଗି’ ନୀତି, ୪ ଘଣ୍ଟା ବନ୍ଦ ରହିବି ସାଧାରଣ ଦର୍ଶନ

ଆଜି ସୋମବାର ଶ୍ରାବଣ-ମଳ ଶୁକ୍ଳ ଷଷ୍ଠୀ ତିଥି। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ।

ପୁରୀ (କେନ୍ୟୁଜ): ଆଜି ସୋମବାର ଶ୍ରାବଣ-ମଳ ଶୁକ୍ଳ ଷଷ୍ଠୀ ତିଥି। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଦିଆଯାଇଛି ସୂଚନା ଦିଆଯାଇଛି। ଏହି ନୀତି ଦଇତାପତି ସେବକମାନଙ୍କ ଦ୍ବାରା ସମ୍ପାଦିତ ହେବ ।

ସେପଟେ ଆଜିଠୁ ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଖୋଲିଛି। ପଶ୍ଚିମଦ୍ୱାର ଆଜି ଖୋଲିବା ପରେ ପୁରୀ ବାସିନ୍ଦା ପରଚିୟ ପତ୍ର ଦେଖାଇ ମନ୍ଦିରରେ ପ୍ରବେଶ କରି ଠାକୁର ଦର୍ଶନ କରିଛନ୍ତି । କରୋନା ମହାମାରୀ ସମୟରେ ସିଂହଦ୍ୱାର ଛଡ଼ା ଅନ୍ୟ ଦ୍ୱାରକୁ ବନ୍ଦ କରାଯାଇଥିଲା । କିନ୍ତୁ ମହାମାରୀ ପରେ ବି ଦ୍ୱାର ଖୋଲା ଯାଇନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.