ଦେଶ ବିଦେଶ

ପାଣିରେ ନୁହେଁ ବରଂ ଏହି ଜିନିଷରେ ବାସନ ଧୋଉଥିଲେ ଚାକରାଣୀ, ସିସିଟିଭି ଫୁଟେଜ୍‌ ଦେଖିବା ପରେ ପଦାକୁ ଆସିଲା ସତ

ଉତ୍ତର ପ୍ରଦେଶର ଗାଜିଆବାଦର ଜଣେ ଚାକରାଣୀର ଏଭଳି କାରିନାମା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣଙ୍କ ମୁଣ୍ଡ ବୁଲାଇଦେବ। ଗାଜିଆବାଦର ଇନ୍ଦିରାପୁରମ୍‌ ସ୍ଥିତ ଜ୍ଞାନଖଣ୍ଡ-୨ ଅଞ୍ଚଳର ଫ୍ଲାଟ୍‌ରେ କାମ କରୁଥିବା ଜଣେ ମହିଳା ନିଜ ପରିସ୍ରାରେ ବାସନକୁସନ ଧୋଉଥିଲେ। ଫ୍ଲାଟର ସିସିଟିଭିରୁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

 

ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଥିଲା ଯେ ମହିଳା ଜଣକ ପରିଷ୍କାର ବାସନକୁ ପୁଣି ଥରେ ନିଜ ପରିସ୍ରାରେ ଧୋଉଥିଲେ। ଫୁଟେଜ୍‌ରେ ଦେଖିବା ପରେ ମାଲିକ ଏନେଇ ପୋଲିସରେ ଅଭିଯୋଗ କରିଥିଲେ। ଚାକରାଣୀଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି।

ଫ୍ଲାଟ୍‌ ମାଲିକ ପୋଲିସକୁ କହିଥିଲେ ଯେ ଥରେ ସେ ଅଫିସରୁ ଫେରି ଫ୍ଲାଟ୍‌ର ସିସିଟିଭି ଫୁଟେଜ ଚେକ୍‌ କରୁଥିଲେ। ସେତେବେଳେ ସେ ଦେଖିଲେ ଯେ ଚାକରାଣୀ ଘର ସଫା ବାସନକୁସନ ନେଇ ତାହାକୁ ନିଜ ମୂତ୍ରରେ ଧୋଉଥିଲେ। ଚାକରାଣୀର ଏଭଳି କାରିନାମା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କହିଥିଲେ ଯେ ସମ୍ପୃକ୍ତ ମହିଳା ଏଠାରେ ଗତ ଦୁଇ ବର୍ଷ ହେଲା କାମ କରୁଛନ୍ତି। ସେ ଅନ୍ୟ ଫ୍ଲାଟ୍‌ରେ ମଧ୍ୟ କାମ କରୁଛନ୍ତି। କିନ୍ତୁ ଏଭଳି କାମ କରୁଥିବେ ବୋଲି ସେ କେବେ ଚିନ୍ତା ବି କରିନଥିବା ଅଭିଯୋଗରେ ଦର୍ଶାଇଥିଲେ।

WCW 11

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

12 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

15 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

19 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

32 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

49 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago