ଦେଶ ବିଦେଶ

ଗଙ୍ଗାରେ ପଦକ ବିସର୍ଜନ କରିବାକୁ ଯାଇଥିଲେ କିନ୍ତୁ ଟିକାୟତଙ୍କୁ ଦେଇ ଆସିଲେ : ବ୍ରିଜଭୂଷଣ

WFI ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଯୌନ ନିର୍ଯାତନା ଅଭିଯୋଗରେ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ନିଜର ପଦକ ଗଙ୍ଗାରେ ବିସର୍ଜନ କରିବାକୁ ଯାଇଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ସେମାନେ ନିଜର ନିଷ୍ପତ୍ତିକୁ ସ୍ଥଗିତ ରଖି କିଷାନ ନେତା ରାକେଶ ଟିକାୟତଙ୍କୁ ନିଜର ପଦକ ଦେଇ ଆସିଛନ୍ତି । ଆଉ ଏହି ମାମଲାରେ ୫ ଦିନ ପାଇଁ ସମୟ ମାଗିଛନ୍ତି । ଏହି ମାମଲାରେ ବ୍ରିଜଭୂଷଣ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯଦି କୁସ୍ତିଯୋଦ୍ଧାମାନେ ଗଙ୍ଗାରେ ପଦକ ବିସର୍ଜନ କରନ୍ତି, ତେବେ ମୁଁ କ’ଣ କରିପାରିବି ।

ତେବେ ଯେଉଁମାନେ ପଦକ ଗଙ୍ଗାରେ ବିସର୍ଜନ କରିବାକୁ ଯାଇଥିଲେ, ସେମାନେ କିଭଳି ଗଙ୍ଗା ମା’ ଙ୍କ ବଦଳରେ ଟିକାୟତଙ୍କୁ ପଦକ ଦେଇ ଆସିଛନ୍ତି । ଏହା ସେମାନଙ୍କର ମନୋଭାବ । ଏଥିରେ ମୁଁ କିଛି କରି ପାରିବି ନାହିଁ ।

ଖବର ମୁତାବକ, ବ୍ରିଜଭୂଷଣଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି କୁସ୍ତିଯୋଦ୍ଧାମାନେ ପଦକ ବିସର୍ଜନ କରିବା ଲାଗି ମଙ୍ଗଳବାର ଦିନ କୁସ୍ତି ଖେଳାଳିମାନେ ହରିଦ୍ବାରରେ ପହଞ୍ଚିଥିଲେ। କିନ୍ତୁ, ସେମାନଙ୍କ ସମସ୍ୟା ସମାଧାନ କରିଦେବା ପାଇଁ କୃଷକ ନେତା ରାକେଶ ଟିକାୟତ ୫ ଦିନ ସମୟ ଲୋଡ଼ିବାରୁ କୁସ୍ତି ଖେଳାଳିମାନେ ପଦକ ବିସର୍ଜନରୁ ନିବୃତ ରହିଛନ୍ତି।

ଏହି ମାମଲାରେ ବ୍ରିଜ୍ଭୂଷଣ ଶରଣ ସିଂ କହିଛନ୍ତି, ଏବେ ଆଉ ଇସ୍ତଫା ଦେବାର କଥା ଉଠୁନାହିଁ। ମୋ କାର୍ଯ୍ୟକାଳ ଶେଷ ହୋଇଛି। ସାନି ନିର୍ବାଚନ କରାଯିବ। ସେମାନେ ତଦନ୍ତ କରନ୍ତୁ, ଆଗକୁ କ’ଣ ହେବ ଦେଖିବେ। ଏବେ ଆମ ହାତରେ କିଛି ନାହିଁ । ଯଦି ମୁଁ ଭୁଲ୍‌ ତେବେ ମୋତେ ଗିରଫ କରାଯାଉ ।

ସୂଚନାଯୋଗ୍ୟ, ବଜରଙ୍ଗ ପୁନିୟା, ବିନେଶ ଫଗୋଟ, ସାକ୍ଷୀ ମଲ୍ଲିକ ସୋସିଆଲ ମିଡିଆରେ ବୟାନ ଜାରି କରିଥିଲେ । ଏଥିରେ କୁହାଯାଇଥିଲା, ଏହି ମେଡାଲକୁ ଆଜି ଆମେ ଗଙ୍ଗାରେ ଭସାଇ ଦେବୁ । ଗଙ୍ଗା ମା’ ପବିତ୍ର । ଆଉ ଏମିତି ପବିତ୍ରତାରେ ଆମେ ଏହି ମେଡାଲ ହାସଲ କରିଥିଲୁ । ୨୮ ମଇରେ ଯାହା ହେଲା ଆପଣମାନେ ସମସ୍ତେ ଦେଖିଛନ୍ତି । ପୋଲିସ ଆମ ସହିତ ଏମିତି ବ୍ୟବହାର କରିଥିଲା । ଆମକୁ କେଉଁ ଭଳି ପରିସ୍ଥିତିରେ ଗିରଫ କରାଗଲା ।  ପୋଲିସ ଆମ ସହିତ ଅପରାଧି ଭଳି ବ୍ୟବହାର କରୁଛି ।

ବିନେଶ ଫୋଗାଟ, ସାକ୍ଷୀ ମଲ୍ଲିକ ଏବଂ ବଜରଙ୍ଗ ପୁନିୟା ସମେତ ଅନେକ କୁସ୍ତିଯୋଦ୍ଧା ଜନ୍ତରମନ୍ତରରେ ୨୩ ଏପ୍ରିଲରୁ ଧାରଣା ଦେଇଛନ୍ତି । ଏହାପୂର୍ବରୁ ଜାନୁଆରୀ ୧୮ରେ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେଇଥିଲେ ।

Swagatika

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

6 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

14 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

30 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago