ଗଙ୍ଗାରେ ପଦକ ବିସର୍ଜନ କରିବାକୁ ଯାଇଥିଲେ କିନ୍ତୁ ଟିକାୟତଙ୍କୁ ଦେଇ ଆସିଲେ : ବ୍ରିଜଭୂଷଣ
ଏବେ ଆଉ ଇସ୍ତଫା ଦେବାର କଥା ଉଠୁନାହିଁ। ମୋ କାର୍ଯ୍ୟକାଳ ଶେଷ ହୋଇଛି। ସାନି ନିର୍ବାଚନ କରାଯିବ। ସେମାନେ ତଦନ୍ତ କରନ୍ତୁ, ଆଗକୁ କ’ଣ ହେବ ଦେଖିବେ। ଏବେ ଆମ ହାତରେ କିଛି ନାହିଁ ବୋଲି କହିଛନ୍ତି ବ୍ରିଜ୍ଭୂଷଣ ଶରଣ ସିଂ ।
WFI ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଯୌନ ନିର୍ଯାତନା ଅଭିଯୋଗରେ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ନିଜର ପଦକ ଗଙ୍ଗାରେ ବିସର୍ଜନ କରିବାକୁ ଯାଇଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ସେମାନେ ନିଜର ନିଷ୍ପତ୍ତିକୁ ସ୍ଥଗିତ ରଖି କିଷାନ ନେତା ରାକେଶ ଟିକାୟତଙ୍କୁ ନିଜର ପଦକ ଦେଇ ଆସିଛନ୍ତି । ଆଉ ଏହି ମାମଲାରେ ୫ ଦିନ ପାଇଁ ସମୟ ମାଗିଛନ୍ତି । ଏହି ମାମଲାରେ ବ୍ରିଜଭୂଷଣ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯଦି କୁସ୍ତିଯୋଦ୍ଧାମାନେ ଗଙ୍ଗାରେ ପଦକ ବିସର୍ଜନ କରନ୍ତି, ତେବେ ମୁଁ କ’ଣ କରିପାରିବି ।
ତେବେ ଯେଉଁମାନେ ପଦକ ଗଙ୍ଗାରେ ବିସର୍ଜନ କରିବାକୁ ଯାଇଥିଲେ, ସେମାନେ କିଭଳି ଗଙ୍ଗା ମା’ ଙ୍କ ବଦଳରେ ଟିକାୟତଙ୍କୁ ପଦକ ଦେଇ ଆସିଛନ୍ତି । ଏହା ସେମାନଙ୍କର ମନୋଭାବ । ଏଥିରେ ମୁଁ କିଛି କରି ପାରିବି ନାହିଁ ।
ଖବର ମୁତାବକ, ବ୍ରିଜଭୂଷଣଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି କୁସ୍ତିଯୋଦ୍ଧାମାନେ ପଦକ ବିସର୍ଜନ କରିବା ଲାଗି ମଙ୍ଗଳବାର ଦିନ କୁସ୍ତି ଖେଳାଳିମାନେ ହରିଦ୍ବାରରେ ପହଞ୍ଚିଥିଲେ। କିନ୍ତୁ, ସେମାନଙ୍କ ସମସ୍ୟା ସମାଧାନ କରିଦେବା ପାଇଁ କୃଷକ ନେତା ରାକେଶ ଟିକାୟତ ୫ ଦିନ ସମୟ ଲୋଡ଼ିବାରୁ କୁସ୍ତି ଖେଳାଳିମାନେ ପଦକ ବିସର୍ଜନରୁ ନିବୃତ ରହିଛନ୍ତି।
ଏହି ମାମଲାରେ ବ୍ରିଜ୍ଭୂଷଣ ଶରଣ ସିଂ କହିଛନ୍ତି, ଏବେ ଆଉ ଇସ୍ତଫା ଦେବାର କଥା ଉଠୁନାହିଁ। ମୋ କାର୍ଯ୍ୟକାଳ ଶେଷ ହୋଇଛି। ସାନି ନିର୍ବାଚନ କରାଯିବ। ସେମାନେ ତଦନ୍ତ କରନ୍ତୁ, ଆଗକୁ କ’ଣ ହେବ ଦେଖିବେ। ଏବେ ଆମ ହାତରେ କିଛି ନାହିଁ । ଯଦି ମୁଁ ଭୁଲ୍ ତେବେ ମୋତେ ଗିରଫ କରାଯାଉ ।
ସୂଚନାଯୋଗ୍ୟ, ବଜରଙ୍ଗ ପୁନିୟା, ବିନେଶ ଫଗୋଟ, ସାକ୍ଷୀ ମଲ୍ଲିକ ସୋସିଆଲ ମିଡିଆରେ ବୟାନ ଜାରି କରିଥିଲେ । ଏଥିରେ କୁହାଯାଇଥିଲା, ଏହି ମେଡାଲକୁ ଆଜି ଆମେ ଗଙ୍ଗାରେ ଭସାଇ ଦେବୁ । ଗଙ୍ଗା ମା’ ପବିତ୍ର । ଆଉ ଏମିତି ପବିତ୍ରତାରେ ଆମେ ଏହି ମେଡାଲ ହାସଲ କରିଥିଲୁ । ୨୮ ମଇରେ ଯାହା ହେଲା ଆପଣମାନେ ସମସ୍ତେ ଦେଖିଛନ୍ତି । ପୋଲିସ ଆମ ସହିତ ଏମିତି ବ୍ୟବହାର କରିଥିଲା । ଆମକୁ କେଉଁ ଭଳି ପରିସ୍ଥିତିରେ ଗିରଫ କରାଗଲା । ପୋଲିସ ଆମ ସହିତ ଅପରାଧି ଭଳି ବ୍ୟବହାର କରୁଛି ।
ବିନେଶ ଫୋଗାଟ, ସାକ୍ଷୀ ମଲ୍ଲିକ ଏବଂ ବଜରଙ୍ଗ ପୁନିୟା ସମେତ ଅନେକ କୁସ୍ତିଯୋଦ୍ଧା ଜନ୍ତରମନ୍ତରରେ ୨୩ ଏପ୍ରିଲରୁ ଧାରଣା ଦେଇଛନ୍ତି । ଏହାପୂର୍ବରୁ ଜାନୁଆରୀ ୧୮ରେ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେଇଥିଲେ ।