ଦେଶ ବିଦେଶ

କୁନ୍ନୁର ହେଲିକପ୍ଟର କ୍ରାସ: ସହିଦ ଓ୍ଵିଙ୍ଗ କମାଣ୍ଡର ପୃଥ୍ଵୀ ସିଂ ଚୌହ୍ଵାନଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କା, ଯୋଗୀ କଲେ ଘୋଷଣା

କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଆଗ୍ରାର ୱିଙ୍ଗ କମାଣ୍ଡର ର ପୃଥ୍ଵୀ ସିଂ ଚୌହ୍ଵାନଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପୃଥ୍ଵୀ ସିଂଙ୍କ ସରନ ନଗର ସ୍ଥିତ ବାସଭବନରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପହଞ୍ଚି ଶହୀଦ କମାଣ୍ଡରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଶହୀଦଙ୍କ ପିତାଙ୍କୁ ସାନ୍ତ୍ୱନା ଦେଇଥିଲେ। କେନ୍ଦ୍ର ରାଜ୍ୟମନ୍ତ୍ରୀ ପ୍ରଫେସର ଏସପି ସିଂହ ବାଘେଲ, ମେୟର ନବୀନ ଜୈନ ଓ ସହରର ବିଧାୟକଗଣ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଓ୍ଵିଙ୍ଗ କମାଣ୍ଡର ପୃଥ୍ଵୀ ସିଂ ଚୌହ୍ଵାନଙ୍କ ପରିଜନଙ୍କୁ ଭେଟି ସାନ୍ତନା ଦେଇଥିଲେ। ପରିବାରକୁ ଭେଟି ଆଦିତ୍ୟନାଥ କହିଥିଲେ, ଦୁର୍ଘଟଣାରେ ପୁରା ଦେଶ ଶୋକାକୁଳ ଏବଂ ମର୍ମାହତ। ଦେଶବାସୀ ସମବେଦନା ସହ ସହିଦଙ୍କ ପରିବାର ସହ ଛିଡା ହୋଇଛନ୍ତି। ସହିଦଙ୍କ ପରିବାରକୁ ଭେଟି ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ତରଫରୁ ଶହୀଦ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା, ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଏବଂ ଗୋଟିଏ ସଂସ୍ଥାର ନାଁ ସହିଦଙ୍କ ନାଁରେ ରଖାଯିବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସହିଦଙ୍କ ପରିବାରକୁ ପୂର୍ଣ୍ଣ ସହଯୋଗ ଦିଆଯିବ।

ଆଗ୍ରା ପୂର୍ବରୁ ଯୋଗୀ ଦିଲ୍ଲୀ ପହଞ୍ଚି ସିଡିଏସ ବିପିନ ରାୱତଙ୍କ ସମେତ ଅନ୍ୟ ଶହୀଦ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାପରେ ୱିଙ୍ଗ କମାଣ୍ଡର ପୃଥ୍ଵୀ ସିଂହଙ୍କ ଘରକୁ ଯାଇଥିଲେ।

Swagatika

Recent Posts

କଳହର କରୁଣ ପରିଣତି, ସ୍ତ୍ରୀର ବେକ କାଟିଲା ସ୍ୱାମୀ

ନୀଳଗିରି : ଘରୋଇ କଳହର କରୁଣ ପରିଣତି । ସ୍ତ୍ରୀର ବେକ କାଟି ମାରିବାକୁ ଉଦ୍ୟମ କଲା ସ୍ୱାମୀ। ବାଲେଶ୍ୱର…

10 mins ago

ଆଇସକ୍ରିମ ଭିତରୁ କଟା ମଣିଷ ଆଙ୍ଗୁଠି ମିଳିବା ପରେ ଏବେ ବାହାରିଛି ଜୀବନ୍ତ ବିଛା

ଆଇସିକ୍ରିମ୍‌ କାହାର ବା ପସନ୍ଦ ନୁହେଁ । ପିଲାଠୁ ବୁଢ଼ା ସମସ୍ତଙ୍କର ପସନ୍ଦ ଆଇସିକ୍ରିମ୍‌ । ବିଶେଷ କରି ଏହି…

15 mins ago

ବଢ଼ିପାରେ ସ୍କୁଲ ଛୁଟି ଅବଧି, ଗଣଶିକ୍ଷା ବିଭାଗ ବୈଠକରେ ଚାଲିଛି ବିଚାର ବିମର୍ଶ

ଭୁବନେଶ୍ୱର : ବଢ଼ିପାରେ ସ୍କୁଲ ଛୁଟି ଅବଧି। ଖରାର ପ୍ରକୋପକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇପାରନ୍ତି । ପୂର୍ବର…

26 mins ago

ଖରାଦିନେ ପ୍ରତିଦିନ କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି କି? ହୋଇପାରନ୍ତି ଏହି ସବୁ ରୋଗର ଶିକାର

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କୋଲ୍ଡ ଡ୍ରିଙ୍କସ୍ ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଯଦି ଆପଣ ମଧ୍ୟ ନିୟମିତ…

27 mins ago

ଷ୍ଟୋରୀଟେଲିଙ୍ଗ ଦୁନିଆରେ ପାଦ ଦେଲେ ଆଲିଆ ଭଟ୍ଟ, ଲଞ୍ଚ ହେଲା ପ୍ରଥମ ବହି

ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ। ଫିଲ୍ମରେ ତାଙ୍କର ଉତ୍କୃଷ୍ଟ ଅଭିନୟ ସହିତ ଆଲିଆ ଲୋକଙ୍କ…

34 mins ago

ବିଧାସଭାରେ ନୂଆ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହ, ସୁରକ୍ଷା କାର୍ଯ୍ୟରେ ୮ ପ୍ଲାଟୁନ ପୋଲିସ

ଭୁବନେଶ୍ୱର : ନୂଆ ବିଧାୟକଙ୍କ ଶପଥ ପାଠ ପାଇଁ ବିଧାସଭା ପ୍ରସ୍ତୁତ। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି…

42 mins ago