କ୍ରୀଡା

ଅନଲାଇନ ଠକାମୀର ଶିକାର ହେଲେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି, ଜାଣନ୍ତୁ କେତେ ଠକି ନେଲା ଠକ

ଦିନକୁ ଦିନ ବଢିବାରେ ଲାଗିଛି ସାଇବର କ୍ରାଇମ । ପ୍ରତିଦିନ ସାଧାରଣ ଜନତା ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରିଟି ମଧ୍ୟ ଅନଲାଇନ ଠକେଇର ଶିକାର ହେଉଥିବା ମାମଲା ସାମ୍ନାକୁ ଆସୁଛି। ଏବେ ପୁଣି ଏମିତି ଅନଲାଇନ ଠକାମୀର ଶିକାର ହୋଇଛନ୍ତି ଜଣେ ପୂର୍ବତନ କ୍ରିକେଟର। ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଅନଲାଇନ ଠକେଇର ଶିକାର ହୋଇଛନ୍ତି। ଡିସେମ୍ବର ୩ ତାରିଖରେ ଏକ ଫେକ ଟ୍ରାଞ୍ଜାକ୍ସନରେ କାମ୍ବଲି ୧.୧୪ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି।

ସୂଚନା ମୁତାବକ, ସାଇବର ଠକ ଏକ ପ୍ରାଇଭେଟ ବ୍ୟାଙ୍କର କର୍ମଚାରୀ ବୋଲି କହି କାମ୍ବଲିଙ୍କୁ ନିଜର କେୱାଇସି (KYC) ଡିଟେଲ ସେୟାର କରିବାକୁ କହିଥିଲା। ଡିଟେଲ ସେୟାର ନ କଲେ ତାଙ୍କୁ ଆକାଉଣ୍ଟ ଡିଆକ୍ଟିଭ ହୋଇଯିବ ବୋଲି ତାଙ୍କୁ ସେ କହିଥିଲା। କାମ୍ବଲି କିଛି ବୁଝିବା ପୂର୍ବରୁ କେୱାଇସି ଅପଡେଟ କରିବାକୁ ତାଙ୍କୁ Any Desk ସଫ୍ଟୱେୟାର ଡାଉନଲୋଡ଼ କରିବାକୁ କହିଥିଲା। ଏହା ମାଧ୍ୟମରେ ଠକ କାମ୍ବଲିଙ୍କ ସିଷ୍ଟମ ମ୍ୟାନେଜ କରିବାରେ ସଫଳ ହୋଇଥିଲା ଓ ଟଙ୍କା ଠକି ନେଇଥିଲା। ଏହି ଘଟଣା ୩ ଡିସେମ୍ବର ଦିନ ଘଟିଥିଲା। ବିନୋଦ ଏହି ଠକାମୀର ଶିକାର ହୋଇ ୧.୧୪ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଥିଲେ।

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଯେମିତି କାମ୍ବଲି ଜାଣିବାକୁ ପାଇଲେ ଯେ ଏହା ଫେକ କଲ, ସେ ତୁରନ୍ତ ନିଜ ସିଏ ଓ ବ୍ୟାଙ୍କ ଅଧିକାରୀଙ୍କୁ ଯୋଗାଯୋଗ କଲେ। ମୁମ୍ବାଇ ବାନ୍ଦ୍ରା ପୋଲିସ ସାଇବର ପୋଲିସ ଟିମ ଏବଂ ଉକ୍ତ ପ୍ରାଇଭେଟ ବ୍ୟାଙ୍କ ସାହାଯ୍ୟରେ କାର୍ଯ୍ୟାନୁଷ୍ଠାନ କରିବାରେ ସଫଳ ହେଲା ଓ ୭ ତାରିଖରେ ଆଇପିସି ଧାରା ୪୨୦ ରୁଜୁ ହୋଇଛି। କାମ୍ବଲିଙ୍କ ଟଙ୍କା ଆକାଉଣ୍ଟକୁ ଫେରିଆସିଛି, କିନ୍ତୁ ଆପଣ ଯଦି ଅନଲାଇନ ବ୍ୟାଙ୍କିଂରେ ପଇସା କାରବାର କରୁଥାନ୍ତି, ତେବେ ଏହିସବୁ ଜିନିଷ ଧ୍ୟାନରେ ରଖନ୍ତୁ:

ଅନଲାଇନ ବ୍ୟାଙ୍କିଂ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ :

– କେବେ ବି ନିଜ କେୱାଇସି, ଫୋନ ନମ୍ବର, ମେସେଜ ବା ଇ-ମେଲ ସେୟାର କରନ୍ତୁ ନାହିଁ।

– ପାସୱାର୍ଡ଼, ୟୁଜର ନେମ ଓ ଓଟିପି କାହା ସହ ସେୟାର କରନ୍ତୁ ନାହିଁ।

– ସନ୍ଦିଗ୍ଧ ଲିଙ୍କ ପାଇଲେ ସତର୍କ ରୁହନ୍ତୁ। କାରଣ ବ୍ୟାଙ୍କ କେବେ କେୱାଇସି ଅପଡେଟ କରିବାକୁ ଲିଙ୍କ ପଠାଏ ନାହିଁ।

– କୌଣସି ଲିଙ୍କ ଓପନ କଲେ URL ଭଲ ଭାବେ ଯାଞ୍ଚ କରନ୍ତୁ ଯେ ବ୍ୟାଙ୍କର ଅଫିସିଆଲ ଲିଙ୍କ ସହ କିଛି ଅନ୍ତର ଅଛି ନା ନାହିଁ।

– କୌଣସି ସେକଣ୍ଡାରୀ ଆପ ଡାଉନଲୋଡ଼ କରନ୍ତୁ ନାହିଁ ।

ତେଣୁ ଅନଲାଇନ ଟ୍ରାଞ୍ଜାକ୍ସନ କରୁଥାନ୍ତି, ତେବେ ସବୁବେଳେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

Swagatika

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

6 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

8 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

22 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

23 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago