ଦେଶ ବିଦେଶ

ଶିକ୍ଷକଙ୍କ ପାଇଁ ମାଗଣା ବସ୍‌ ଯାତ୍ରା, ଏହି ସରକାର କଲେ ଘୋଷଣା

ଲକ୍ଷ୍ନୌ : ଶିକ୍ଷକଙ୍କୁ ମିଳିବ ମାଗଣା ବସ୍‌ ଯାତ୍ରା ସୁବିଧା । ଏମିତି ଘୋଷଣା କଲେ ଉତ୍ତର ପ୍ରଦେଶ ସରକାର । ତେବେ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି । ଯୋଗୀ ସରକାର ଏହି ସୁବିଧା ଶିକ୍ଷକଙ୍କୁ ଦେବାକୁ ଯାଉଛନ୍ତି । ତେବେ ଯେଉଁ ଶିକ୍ଷକମାନେ ରାଜ୍ୟ କିମ୍ବା ଜାତୀୟ ପୁରସ୍କାର ପାଇଥିବେ ସେହି ଶିକ୍ଷକଙ୍କୁ ମିଳିବ ଏହି ସୁବିଧା । ଏ ସମ୍ପର୍କରେ ପରିବହନ ବିଭାଗକୁ ଏହି ଶିକ୍ଷକମାନଙ୍କ ତାଲିକା ଖୁବ ଶୀଘ୍ର ସରକାର ପଠାଇବେ ।

ଏହି ଯୋଜନା ଅନୁଯାୟୀ ରାଜ୍ୟ ସଡ଼କ ପରିବହନ ବସରେ ଜାତୀୟ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ମାଗଣା ଯିବାରେ ସୁବିଧା ମିଳିବ । ଏହି ଶିକ୍ଷକମାନଙ୍କୁ ପରିବହନ ବିଭାଗ ପକ୍ଷରୁ ଏକ ସ୍ମାର୍ଟ କାର୍ଡ ମିଳିବ । ଯାହାକୁ ଉପଯୋଗ କରି ସେମାନେ ନିଜର ଗନ୍ତବ୍ୟସ୍ଥଳୀକୁ ଯାଇପାରିବେ । ଏହି କାର୍ଡ ୫ ବର୍ଷ ଯାଏ ଆକ୍ଟିଭ ରହିବ । ଜଣେ ଶିକ୍ଷକ ବର୍ଷରେ ଏହି କାର୍ଡ ମାଧ୍ୟମରେ ୫ ବର୍ଷରେ ୪ ହଜାର କିଲୋମିଟର ଯାଏ ଯାତ୍ରା କରିପାରିବେ ।

Niharanjan

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

15 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

47 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

49 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

52 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

59 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago