ରାଜ୍ୟ

କଟକ ସଦର ବ୍ୟବସାୟୀ ବିନୋଦ ବିହାରୀ ଦାସକୁ ଗୁଳି କରି ହତ୍ୟା ଘଟଣା: ୪ ଦୋଷୀଙ୍କୁ ଆଜୀବନ ସଜ୍ଜା

କଟକ(କେନ୍ୟୁଜ୍): ହତ୍ୟାକାରୀ ଚାରି ଦୋଷୀଙ୍କୁ ଆଜୀବନ ସଜ୍ଜା। ୨୦୧୫ ମସିହା ଡିସେମ୍ବର ୬ ତାରିଖରେ କଟକ ସଦର ଥାନା ବ୍ରାହ୍ମଣ ଝରିଲୋ ବଜାରରେ ବ୍ୟବସାୟୀ କୁଟୁ ଓରଫ ବିନୋଦ ବିହାରୀ ଦାସକୁ ଦିନ ଦ୍ବିପହରରେ ଗୁଳି କରି ଜଘନ୍ୟ ଭାବେ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ । ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ ୪ ଜଣ ଅଭିଯୁକ୍ତ କଟକ ତୃତୀୟ ଅତିରିକ୍ତ ଜିଲା ଦୌରାଜଜ୍ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଚାରି ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇଛନ୍ତି ଏଡିଜେ କୋର୍ଟ। ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଟୁଲିଆ ଓରଫ ନିଗମାନନ୍ଦ ଜେନାକୁ ଆଜୀବନ ଜେଲଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ସେହିପରି ହତ୍ୟାକାରୀ ନିହାର ରଞ୍ଜନ ଦାସ, ସୁମନ କୁମାର ଦାସ ଓ ମାଧବ ଦାସକୁ ଆଜୀବନ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ତିନି ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡ ସହିତ ୫୦ ହଜାର ଟଙ୍କା ଲେଖାଁଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଘଟଣା ଦିନ ବ୍ୟବସାୟୀ କୁଟୁ ବ୍ରାହ୍ମଣଝରିଲୋରେ ଥିବା ନିଜର ମାର୍କେଟ କଂମ୍ପ୍ଲେକ୍ସ କାମ ଚାଲୁଥିବାରୁ କାମ ଦେଖିବାକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ମୋଟରସାଇକେଲରେ ଆସି କୁଟୁଙ୍କ ମଦ ଦୋକାନରୁ ମଦ ପିଇଥିଲେ। ଏହାପରେ ଅତି ନିକଟରୁ କୁଟୁଙ୍କ ଉପରେ ଗୁଳି ଚଳାଇଥିଲେ। ସେଇଠି ସେ ପଡି ଯାଇଥିଲେ। ତାଙ୍କ ଡ୍ରାଇଭର ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଭାଇ ରାହାସ ବିହାରୀ ଦାସ ଗୁଳିକାଣ୍ଡ ସମୟରେ କଲିକତାରେ ଥିଲେ। କଲିକତାରୁ ଫେରି ରାତି ୧୦ ଟାରେ ସଦର ଥାନାରେ ଏତଲା ଦେଇଥିଲେ। ବ୍ୟବସାୟିକ ଶତ୍ରୁତାରୁ ଟୁଲିଆ ଓରଫ ନିଗମାନନ୍ଦ ଜେନା ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲା।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

10 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

42 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

44 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

47 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

53 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago