ଦେଶ ବିଦେଶ

ମାତ୍ର ୪୨ ସେକେଣ୍ଡରେ ୧.୭୫ କୋଟି ଇନକମ କଲେ ୟୁଟ୍ୟୁବର

ବର୍ତ୍ତମାନ ଅନେକ ଲୋକ ଟଙ୍କା କମାଇବା ପାଇଁ ଖାସ କରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି। ଆପଣ ଜାଣିଥିବେ ଖାସ କରି ବର୍ତ୍ତମାନ ଯୁବଗୋଷ୍ଠୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ମାଧ୍ୟମରେ ନିଜର ଟ୍ୟାଲେଣ୍ଟ ଦେଖାଇ ଅନେକ ଟଙ୍କା ରୋଜଗାର କରୁଛନ୍ତି। ପୁଣି ଏମିତି କିଛି ଆପ୍ଲିକେସନ୍ ରହିଛି, ସେହି ଆପ୍ଲିକେସନ୍ ସାହାଯ୍ୟରେ ମଧ୍ୟ ଅନେକ ଲୋକ ଚାକିରି କରିବା ଭଳି ଇନକମ କରୁଛନ୍ତି ।

କିନ୍ତୁ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ମାତ୍ର ୪୨ ସେକେଣ୍ଡରେ ଇନକମ କରିଛନ୍ତି ୧.୭୫ କୋଟି ଟଙ୍କା। ହୁଏତ ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲଗୁଥିବ। ଏତେ କମ୍ ସମୟ ଭିତରେ କେମିତି ଜଣେ ଏତେ ମୋଟା ଅଙ୍କର ଟଙ୍କା ରୋଜଗାର କରିଦେଲା । ତେବେ ଆଜି ଆମେ ଜାଣିବା କେମିତି ଏହି ଜୋନଥାନ ମା ନାମକ ୟୁଟ୍ୟୁବର ଏତେ ଟଙ୍କା କମାଇଲେ।

Picture Credit – Pixabay

କାର୍ଲିଫରନିଆର ୟୁଟ୍ୟୁବର ଜୋନାଥନ୍ ମା, ମାସ ଆରମ୍ଭରୁ ହିଁ ନିଜର କଲେକ୍ସନ “ଭ୍ୟାକ୍ସେଡ୍ ଡଗ୍ଗୋସ୍” ରିଲିଜ୍ କରିଥିଲେ। ଜାହାପାଇଁ ତାଙ୍କର ଏତେ ଟଙ୍କା ଇନକମ୍ ହେଲା। ଜୋନାଥନ୍ ମାଙ୍କ ୟୁଟ୍ୟୁବ ଚ୍ୟାନେଲ ନାଁ ହେଉଛି (Joma Tech) । ଜୋନାଥନ୍ ହେଉଛନ୍ତି ଜଣେ ଫେମସ ୟୁଟ୍ୟୁବର। ସେ ଏଥିପାଇଁ ଚର୍ଚ୍ଚାରେ ଅଛନ୍ତି ଯେ ସେ କେବଳ ୪୨ ସେକେଣ୍ଡରେ ୧ କୋଟି ୭୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ତେବେ ସବୁକିଛି କଟିବା ପରେ ତାଙ୍କୁ ୧ କୋଟି ୪୦ ଲକ୍ଷ ଟଙ୍କା ମିଳିଲା।

ଏକ ଖବର ଅନୁଯାୟୀ ଜୋନାଥନ୍ ମା ତାଙ୍କର NFT (ନନ୍ଫଞ୍ଜିବଲ୍ ଟୋକେନ୍) କଲେକ୍ସନ୍ ରିଲିଜ୍ କରିଛନ୍ତି, ଯାହାଫଳରେ ସେ ଜଣେ ଚଳଚ୍ଚିତ୍ର ନିର୍ମାତା ହୋଇପାରିବେ। ସେ NFT କଲେକସନ୍ ପାଇଁ ଏକ ଡିସକର୍ଡ ସର୍ଭର ନିର୍ମାଣ କରିଥିଲେ। ଏହା ଏପରି ଏକ ସର୍ଭର, ଯେଉଁଠାରେ କେବଳ ସମାନ ସର୍ଭର ଥିବା ଲୋକମାନେ ସେମାନଙ୍କର NFT କଲେକ୍ସନକୁ ଦେଖିପାରିବେ। ଯାହା ପାଖରେ ଯୋନାଥନଙ୍କ NFT ଥିବ ସେମାନେ ମଧ୍ୟ ଏହାକୁ ପ୍ରାଇଭେଟ ଡିସ୍କୋର୍ଡ୍ (ପ୍ରାଇଭେଟ ସର୍ଭର୍) ରେ ଦେଖିପାରିବେ। ଖାଲି ସେତିକି ନୁହେଁ ସେ ଏହି NFT ଦ୍ଵାରା ହିଁ ଏତେ ଟଙ୍କା ଇନକମ କରିଛନ୍ତି।

ଖବର ଅନୁଯାୟୀ, ଗତ ବର୍ଷ ୧୮ ହଜାର କୋଟିରୁ ଅଧିକ NFT ବିକ୍ରି ହୋଇଛି । ଯେହେତୁ ଜୋନାଥନ୍ ୟୁଟ୍ୟୁବରେ ଭିଡିଓ ତିଆରି କରନ୍ତି, ସେ ଭାବିଲେ ଯେ ସେ ତାଙ୍କ କଲେକ୍ସନକୁ ୟୁଟ୍ୟୁବରେ ଦେଖାଇଲେ ତାଙ୍କର ପ୍ରଶଂସକ ଏବଂ ତାଙ୍କ ସବାକ୍ରାଇବରମାନେ NFT କିଣିବେ ।

ତେଣୁ ଜୋନାଥନ୍ ମା ତାଙ୍କର NFT କଲେକସନ୍ “ଭ୍ୟାକ୍ସେଡ୍ ଡଗ୍ଗୋସ୍” ଏହି ମାସ ଆରମ୍ଭରେ ହିଁ ଲଞ୍ଚ କରିଥିଲେ । ଜାହାପାଇଁ ସେ ୧ କୋଟି ୫୭ ଲକ୍ଷ ରୋଜଗାର କରି ହୋଇଗଲେ କୋଟିପତି। ପୁଣି ଏହି ଟଙ୍କା ସେ ମାତ୍ର ୪୨ ସେକେଣ୍ଡ ମଧ୍ୟରେ ରୋଜଗାର କରିଥିଲେ।

NFT ହେଉଛି ଏକ ଡିଜିଟାଲ୍ ଆଇଟମ୍ ଯାହା ବ୍ଲକ୍ ଚେନ୍ ଟେକ୍ନୋଲୋଜି ବ୍ୟବହାର କରି କିଣାଯାଏ ଓ ବିକ୍ରି କରାଯାଏ। କ୍ରିପ୍ଟୋକରେନ୍ସି ଏବଂ NFT ଗୁଡିକ ଏକ ସ୍ୱତନ୍ତ୍ର ପ୍ଲାଟଫର୍ମରେ କିଣାଯାଇ ବିକ୍ରି ହୁଏ ।

ଜୋନାଥନ୍ ମା ୟୁଟ୍ୟୁବରେ କମ୍ପ୍ୟୁଟର ପ୍ରୋଗ୍ରାମିଂ, କ୍ରିପ୍ଟୋ ଏବଂ ଟେକ୍ନୋଲୋଜି ସହିତ ଜଡିତ ଭିଡିଓ ତିଆରି କରନ୍ତି। ୟୁଟ୍ୟୁବରେ ତାଙ୍କର ପ୍ରାୟ ୧୬ ଲକ୍ଷରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି। ଫୁଲ୍ ଟାଇମ୍ ୟୁଟ୍ୟୁବର୍ ହେବା ପୂର୍ବରୁ ସେ ଫେସବୁକ୍ ଏବଂ ଗୁଗୁଲରେ ଜଣେ ସଫ୍ଟୱେୟାର୍ ଇଞ୍ଜିନିୟର ଭାବେ କାମ କରୁଥିଲେ। ତେବେ ସେ କହିଛନ୍ତି ଯେ ତାଙ୍କର ଏକ ମାତ୍ର ଇଚ୍ଛା ଅଛି ସେ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ହେବେ। ସେ କ୍ରିପ୍ଟୋକରେନ୍ସି ଉପରେ ମଧ୍ୟ ଅନେକ ଭିଡିଓ ତିଆରି କରିଛନ୍ତି ।

KNews Bureau

Recent Posts

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

8 mins ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

25 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

29 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

1 hour ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

2 hours ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago