ଜିମରେ ଆସିଲା ମୃତ୍ୟୁ । ଦିଲ୍ଲୀର ରୋହିଣୀ ଜିମରେ ଓ୍ଵାର୍କଆଉଟ୍ କରୁଥିବା ବେଳେ ଟ୍ରେଡମିଲରେ କରେଣ୍ଟ ଆସିବା ଯୋଗୁଁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ପୋଲିସ ଜିମ୍ର ମ୍ୟାନେଜର ବିରୋଧରେ କେସ୍ ଦାଏର କରିଛି।
ଖବର ମୁତାବକ, ରୋହିଣୀ ସେକ୍ଟର-୧୯ରେ ରହୁଥିବା ସକ୍ଷମ ପ୍ରତିଦିନ ଜିମକୁ ଯାଆନ୍ତି । ପ୍ରତିଦିନ ଭଳି ଆଜି ମଧ୍ୟ ଟ୍ରେଡମିଲ୍ରେ ଦୌଡୁଥିବା ବେଳେ କରେଣ୍ଟ ଝଟକା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ସକ୍ଷମ ବିଟେକ କରି ଗୁରୁଗ୍ରାମର ଏକ କମ୍ପାନୀରେ କାମ କରୁଥିଲେ । ଏହି ଘଟଣା ଗତକାଲି ସକାଳ ୭.୩୦ରେ ଘଟିଥିଲା । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିଥିଲା । ତା’ ପରେ ପୋଲିସ ଜିମ୍ ମ୍ୟାନେଜରଙ୍କ ନାମରେ ମାମଲା ରୁଜୁ କରିଛି ।
ତେବେ ଜିମରେ ଥିବା ଆଉ ଜଣେ ୩୦ ବର୍ଷୀୟ ଯୁବକ କେଶବ ପୋଲିସକୁ ବୟାନ ଦେଇ କହିଛି କି, ଜିମରେ ଏକ୍ସରସାଇଜ କରିବା ପରେ ସକ୍ଷମ ଟ୍ରେଡମିଲରେ ବସିଥିଲା । ଆଉ ଠିକ୍ ଏତିକି ବେଳେ କରେଣ୍ଟ ଲାଗିବା ଯୋଗୁଁ ତେଳ ତଳେ ପଡିଯାଇଥିଲା । ଏହା ପରେ କେଶବ ସକ୍ଷମଙ୍କୁ ଉଠାଇବାକୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ମଧ୍ୟ କରେଣ୍ଟ ଲାଗିଥିଲା । ସେ ତୁରନ୍ତ ଟ୍ରେଡମିଲର ସୁଇଚ୍ ଅଫ କରିବା ପରେ ସକ୍ଷମଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୋଲିସ ପୁରା ମାମଲାରେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଯେଉଁଥିରେ ସକ୍ଷମଙ୍କୁ କରେଣ୍ଟ ଝଟକା ଲାଗୁଥିବା ଦେଖିବାକୁ ମିଳିଛି ।
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…