ଜିମ୍‌ରେ ଅଘଟଣ, ଟ୍ରେଡମିଲରେ କରେଣ୍ଟ ଲାଗି ଯୁବକ ମୃତ

ଦିଲ୍ଲୀର ରୋହିଣୀ ଜିମରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ଟ୍ରେଡମିଲରେ କରେଣ୍ଟ ଆସିବା ଯୋଗୁଁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଯୁବକ ଜଣକ ଗୁରୁଗ୍ରାମର ଏକ କମ୍ପାନୀରେ କାମ କରୁଥିଲେ । ପୋଲିସ ଜିମ୍‌ର ମ୍ୟାନେଜର ବିରୋଧରେ କେସ୍‌ ଦାଏର କରିଛି।

ଜିମରେ ଆସିଲା ମୃତ୍ୟୁ । ଦିଲ୍ଲୀର ରୋହିଣୀ ଜିମରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ଟ୍ରେଡମିଲରେ କରେଣ୍ଟ ଆସିବା ଯୋଗୁଁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ପୋଲିସ ଜିମ୍‌ର ମ୍ୟାନେଜର ବିରୋଧରେ କେସ୍‌ ଦାଏର କରିଛି।

ଖବର ମୁତାବକ, ରୋହିଣୀ ସେକ୍ଟର-୧୯ରେ ରହୁଥିବା ସକ୍ଷମ ପ୍ରତିଦିନ ଜିମକୁ ଯାଆନ୍ତି । ପ୍ରତିଦିନ ଭଳି ଆଜି ମଧ୍ୟ ଟ୍ରେଡମିଲ୍‌ରେ ଦୌଡୁଥିବା ବେଳେ କରେଣ୍ଟ ଝଟକା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ସକ୍ଷମ ବିଟେକ କରି ଗୁରୁଗ୍ରାମର ଏକ କମ୍ପାନୀରେ କାମ କରୁଥିଲେ । ଏହି ଘଟଣା ଗତକାଲି ସକାଳ ୭.୩୦ରେ ଘଟିଥିଲା । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିଥିଲା । ତା’ ପରେ ପୋଲିସ ଜିମ୍‌ ମ୍ୟାନେଜରଙ୍କ ନାମରେ ମାମଲା ରୁଜୁ କରିଛି ।

ତେବେ ଜିମରେ ଥିବା ଆଉ ଜଣେ ୩୦ ବର୍ଷୀୟ ଯୁବକ କେଶବ ପୋଲିସକୁ ବୟାନ ଦେଇ କହିଛି କି, ଜିମରେ ଏକ୍ସରସାଇଜ କରିବା ପରେ ସକ୍ଷମ ଟ୍ରେଡମିଲରେ ବସିଥିଲା । ଆଉ ଠିକ୍‌ ଏତିକି ବେଳେ କରେଣ୍ଟ ଲାଗିବା ଯୋଗୁଁ ତେଳ ତଳେ ପଡିଯାଇଥିଲା । ଏହା ପରେ କେଶବ ସକ୍ଷମଙ୍କୁ ଉଠାଇବାକୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ମଧ୍ୟ କରେଣ୍ଟ ଲାଗିଥିଲା । ସେ ତୁରନ୍ତ ଟ୍ରେଡମିଲର ସୁଇଚ୍‌ ଅଫ କରିବା ପରେ ସକ୍ଷମଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ପୁରା ମାମଲାରେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଯେଉଁଥିରେ ସକ୍ଷମଙ୍କୁ କରେଣ୍ଟ ଝଟକା ଲାଗୁଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.