ସଂସଦର ମୌସୁମୀ ଅଧିବେଶନ: ମଣିପୁର ହିଂସାକୁ ନେଇ ଜୋର୍ଦାର ହଙ୍ଗାମା, ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ
ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ହିଁ ମଣିପୁର ହିଂସାକୁ ନେଇ ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଥିଲେ। ଏହି କାରଣରୁ ଉଭୟ ଗୃହର ପ୍ରକ୍ରିୟା ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ହିଁ ମଣିପୁର ହିଂସାକୁ ନେଇ ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଥିଲେ। ଏହି କାରଣରୁ ଉଭୟ ଗୃହର ପ୍ରକ୍ରିୟା ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ଅନ୍ୟପକ୍ଷରେ ବିରୋଧୀ ଦଳର ଏକତା ପରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହାରି ଭିତରେ ସଂସଦର ଉଭୟ ଗୃହରେ ପ୍ରବଳ ହୋ ହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବଳ ଉତ୍ତେଜନା କାରଣରୁ ଆସନ୍ତାକାଲି ପର୍ଯ୍ୟନ୍ତ ଲୋକସଭା ଓ ରାଜ୍ୟସଭା ସ୍ଥଗିତ ରଖାଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଲୋକସଭାକୁ ସ୍ଥଗିତ ରଖାଯାଇଛି।
କହି ରଖୁଛୁ ଯେ ମଣିପୁରରେ ୨ ଜଣ ମହିଳାଙ୍କୁ ଉଲଗ୍ନ ବୁଲାଇବା ମାମଲାରେ କେନ୍ଦ୍ର ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ସୋସିଆଲ ମିଡିଆରେ ଭିଡିଓ ଅପ୍ଲୋଡ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି।
#WATCH | Delhi: One main accused in the incident has been arrested and by the evening more culprits are likely to be arrested. We have also given a notice to Twitter against allowing the circulation of such videos on their platform. This is indeed shocking and the NCW has taken… pic.twitter.com/9qbnnErouF
— ANI (@ANI) July 20, 2023