ଦୁଇ ଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ୫ଟି ସଚିବ, ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ଆଲୋଚନା

ପ୍ରତିକୂଳ ପାଗ ସତ୍ୱେ ରଣପୁରରେ ପହଞ୍ଚି ମଣିନାଗଙ୍କ ଦର୍ଶନ କରିବା ସହ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ।

ନୟାଗଡ଼ (କେନ୍ୟୁଜ୍‌): ଦୁଇ ଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ । ପ୍ରତିକୂଳ ପାଗ ସତ୍ୱେ ରଣପୁରରେ ପହଞ୍ଚି ମଣିନାଗଙ୍କ ଦର୍ଶନ କରିବା ସହ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ରଣପୁର ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ବିକାଶ ନେଇ ଆଲୋଚନା କରିଛନ୍ତି । ଉଭୟ ଜଗନ୍ନାଥ ମନ୍ଦିର ଓ ମଣିନାଗ ମନ୍ଦିରର ବିକାଶ ପାଇଁ ପ୍ରତିଶୃତି ଦେଇଛନ୍ତି ।

ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିର୍ମାଣ କାର୍ଯ୍ୟ ଉପରେ ସମୀକ୍ଷା କରିବା ସହ ଡାକ୍ତର, ନର୍ସ ଏବଂ ରୋଗୀଙ୍କ ସହ କଥାବାର୍ତ୍ତା କରିଥିଲେ । ପରେ ବାଘ ସାମନ୍ତ ମିନି ଷ୍ଟାଡିୟମରେ ଜନଅଭିଯୋଗ ଶୁଣାଣିରେ ଯୋଗଦେଇ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ ଜନକଲ୍ୟାଣ ପାଇଁ ବିଭିନ୍ନ ଯୋଜନା କରିଥିବା 5T ସଚିବ କହିବା ସହ ମହିଳା ସଶକ୍ତିକରଣକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଥିବା କହିଛନ୍ତି ।

Leave A Reply

Your email address will not be published.