ଦେଶ ବିଦେଶ

ଶାରୀରିକ ସମ୍ପର୍କ ରଖିବାକୁ କହି ବ୍ଲାକ ମେଲ୍‌ କରୁଥିଲା ଫେସ୍‌ବୁକ୍‌ ସାଙ୍ଗ, ପୋଲିସ ଲଗାଇଲା ହାତକଡ଼ି

ମୁମ୍ବାଇ :  ଏବେ ସବୁ ଅପରାଧର ମୂଳ ଦୁଆ ସାଜିଛି ସୋସିଆଲ୍‌ ମିଡିଆ । ବ୍ୟାଙ୍କ୍‌ ଫ୍ରଡ୍‌ ହେଉ ବା ଯୁବତୀଙ୍କୁ ବ୍ଲାକ ମେଲିଂ ସବୁ ସୋସିଆଲ୍‌ ମିଡ଼ିଆରୁ ହେଉଛି ଆରମ୍ଭ । ବିଶେଷ କରି ଯୌନ ଅପରାଧୀକ ମାମଲା ଘଟୁଛି ଏହି ସୋସିଆଲ୍‌ ମିଡିଆରୁ । ଫେସ୍‌ ବୁକ୍‌ ହେଉ ବା ହ୍ଵାଟ୍ସଆପ୍‌ରୁ ସମ୍ପର୍କ ହୋଇ କ୍ରମେ ପ୍ରେମ ଓ ପ୍ରତାରଣା ଆଡକୁ ଗତି କରୁଛି । କେଉଁଠି ନଗ୍ନ ଫଟୋ ଦେଖାଇ ଅର୍ଥ ପାଇଁ ବ୍ଲାକ ମେଲିଂ ତ କେଉଁଠି ଶାରୀରିକ ସମ୍ପର୍କ ରଖିବାକୁ କହି ବ୍ଲାକ ମେଲିଂ ହେଉଛି ।

ଏମିତି ଏକ ଘଟଣା ଘଟିଛି ମୁମ୍ବାଇରେ । ଶ୍ରୀରଙ୍ଗ ସିନ୍ଧେ ନାମକ (୩୦) ଜଣେ ବ୍ୟକ୍ତିଙ୍କର ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ସହ ସମ୍ପର୍କ ହୋଇଥିଲା । ଦୀର୍ଘ ଦିନ ଧରି ଚାଟିଂ ପରେ ଉଭୟେ ଉଭୟଙ୍କ ଫୋନ୍‌ ନମ୍ବର ଦିଆ ନିଆ ବି ହୋଇଥିଲେ । ମହିଳା ଜଣକ ବିବାହିତ । ସେ ତାଙ୍କ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା କିଛି ଗୁପ୍ତ କଥା ଶ୍ରୀରଙ୍ଗଙ୍କ ସହ ସେୟାର କରିଥିଲେ ।

ପରେ ଶ୍ରୀରଙ୍ଗ ଉକ୍ତ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ହେଲେ ମହିଳା ଏଥିରେ ରାଜି ନହେବାରୁ ସେ ତାଙ୍କ ନଗ୍ନ ଫଟୋ ସୋସିଆଲ୍‌ ମିଡିଆରେ ଛାଡିଦେବାକୁ କହି ଧମକ ଦେଇଥିଲେ । ପୋଲିସ ଏ ଘଟଣାର ତଦନ୍ତ କରିବା ପରେ ଉକ୍ତ ଯୁବକକୁ ଗିରଫ କରିଛି ।

Niharanjan

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

1 hour ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

1 hour ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

2 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

2 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

2 hours ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

3 hours ago