ଶାରୀରିକ ସମ୍ପର୍କ ରଖିବାକୁ କହି ବ୍ଲାକ ମେଲ୍ କରୁଥିଲା ଫେସ୍ବୁକ୍ ସାଙ୍ଗ, ପୋଲିସ ଲଗାଇଲା ହାତକଡ଼ି
ମୁମ୍ବାଇ : ଏବେ ସବୁ ଅପରାଧର ମୂଳ ଦୁଆ ସାଜିଛି ସୋସିଆଲ୍ ମିଡିଆ । ବ୍ୟାଙ୍କ୍ ଫ୍ରଡ୍ ହେଉ ବା ଯୁବତୀଙ୍କୁ ବ୍ଲାକ ମେଲିଂ ସବୁ ସୋସିଆଲ୍ ମିଡ଼ିଆରୁ ହେଉଛି ଆରମ୍ଭ । ବିଶେଷ କରି ଯୌନ ଅପରାଧୀକ ମାମଲା ଘଟୁଛି ଏହି ସୋସିଆଲ୍ ମିଡିଆରୁ । ଫେସ୍ ବୁକ୍ ହେଉ ବା ହ୍ଵାଟ୍ସଆପ୍ରୁ ସମ୍ପର୍କ ହୋଇ କ୍ରମେ ପ୍ରେମ ଓ ପ୍ରତାରଣା ଆଡକୁ ଗତି କରୁଛି । କେଉଁଠି ନଗ୍ନ ଫଟୋ ଦେଖାଇ ଅର୍ଥ ପାଇଁ ବ୍ଲାକ ମେଲିଂ ତ କେଉଁଠି ଶାରୀରିକ ସମ୍ପର୍କ ରଖିବାକୁ କହି ବ୍ଲାକ ମେଲିଂ ହେଉଛି ।
ଏମିତି ଏକ ଘଟଣା ଘଟିଛି ମୁମ୍ବାଇରେ । ଶ୍ରୀରଙ୍ଗ ସିନ୍ଧେ ନାମକ (୩୦) ଜଣେ ବ୍ୟକ୍ତିଙ୍କର ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ସହ ସମ୍ପର୍କ ହୋଇଥିଲା । ଦୀର୍ଘ ଦିନ ଧରି ଚାଟିଂ ପରେ ଉଭୟେ ଉଭୟଙ୍କ ଫୋନ୍ ନମ୍ବର ଦିଆ ନିଆ ବି ହୋଇଥିଲେ । ମହିଳା ଜଣକ ବିବାହିତ । ସେ ତାଙ୍କ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା କିଛି ଗୁପ୍ତ କଥା ଶ୍ରୀରଙ୍ଗଙ୍କ ସହ ସେୟାର କରିଥିଲେ ।
ପରେ ଶ୍ରୀରଙ୍ଗ ଉକ୍ତ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ହେଲେ ମହିଳା ଏଥିରେ ରାଜି ନହେବାରୁ ସେ ତାଙ୍କ ନଗ୍ନ ଫଟୋ ସୋସିଆଲ୍ ମିଡିଆରେ ଛାଡିଦେବାକୁ କହି ଧମକ ଦେଇଥିଲେ । ପୋଲିସ ଏ ଘଟଣାର ତଦନ୍ତ କରିବା ପରେ ଉକ୍ତ ଯୁବକକୁ ଗିରଫ କରିଛି ।