ପତ୍ନୀ ବନିଗଲା ପିଶାଚୀ : ପତିଙ୍କୁ ଭାଇ ଦ୍ୱାରା ଟେମ୍ପୋ ପଛରେ ବାନ୍ଧି ନେଲା ଘୋଷାରି

ସୁରତ :  ପତି- ପତ୍ନୀର ପବିତ୍ର ସମ୍ପର୍କରେ ଯେତେବେଳେ ସୃଷ୍ଟି ହୁଏ ଫାଟ ତାହା ଯେ କେତେ ଭୟଙ୍କର ହୁଏ ତା’ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁଜୁରାଟର ସୁରତ ସହରରେ । ଏକ ଘରୋଇ କଳହକୁ ନେଇ ଜଣେ ସ୍ୱାମୀ ମଦ ନିଶାରେ ସ୍ତ୍ରୀକୁ ଗାଳିମନ୍ଦ କରିଥିଲେ । ହେଲେ ଏହି ଘଟଣାକୁ ନେଇ ସ୍ତ୍ରୀ ଯେ କେତେ ଭୟଙ୍କର ହୋଇପାରେ ତାହା ଦେଖିଲେ ଯେ କେହି ରହିଯିବେ ଚକିତ ।

ସାମାନ୍ୟ କଳହରୁ ସ୍ୱାମୀକୁ ଦେଇଥିବା ଦଣ୍ଡ ଅମାନବିକତାର ସବୁ ସୀମା ପାର କରିଦେଇଛି । କଳହ ପରେ ସ୍ତ୍ରୀ ନିଜ ଭାଇକୁ ଡାକିଥିଲା । ଉଭୟେ ମିଶି ସ୍ୱାମୀକୁ ନିଜ ଭାଇର ଟେମ୍ପୋରେ ବାନ୍ଧି ଦେଇଥିଲେ । ପରେ ଶଳା ଦ୍ରୁତ ଗତିରେ ଟେମ୍ପୋ ଘୋଷାରି ନେଇ ଯିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି ।

ଘଟଣାଟି ଥିଲା ଏପରି । କୌଣସି କାରଣରୁ ଗୁଜୁରାଟର ସୁରତ ସହରରେ ରହୁଥିବା ଶୀତଲ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କଳହ ଲାଗିଥିଲା । କଳହ ଏତେ ମାତ୍ରାକୁ ଯାଇଥିଲା ଯେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଶିତଲ ତା’ର ଭାଇ ଅନୀଲକୁ ଡାକିଥିଲା । ଶୀତଲ ତା’ର ଭାଇ ଅନୀଲ ଦୁହେଁ ମିଶି ସ୍ୱାମୀକୁ ଏକ ଟେମ୍ପୋରେ ବାନ୍ଧି ପ୍ରାୟ ୫୦୦ ମିଟର ଯାଏ ଘୋଷାରି ନେଇଥିଲେ ।

ସ୍ୱାମୀ ଟେମ୍ପୋ ପଛରେ ଦ୍ରୁତ ଗତିରେ ଘୋଷାରି ହୋଇ ଗଡ଼ି ଚାଲିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା । ପରେ ପୋଲିସ ଆସି ଅଭିଯୁକ୍ତକୁ ଶଳା ଓ ତା’ର ପତ୍ନୀକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.