ଦେଶ ବିଦେଶ

କରୋନାର ଚତୁର୍ଥ ଲହରରେ ଆପଣଙ୍କ ଦାନ୍ତକୁ ବିପଦ! ଏହି ୬ଟି ଲକ୍ଷଣକୁ କେବେ ବି କରନ୍ତୁନି ଅଣଦେଖା

କୋଭିଡ୍‌-୧୯ର ତୃତୀୟ ଲହର ପରଠାରୁ ମାମଲା ଧୀରେ ଧୀରେ କମିବାରେ ଲାଗିଥିଲା। କିନ୍ତୁ ଏବେ କରୋନା ପୁଣିଥରେ ନିଜର କାୟା ବିସ୍ତାର କରୁଛି। ୟୁରୋପ ଏବଂ ଏସିଆ ଦେଶଗୁଡ଼ିକରେ ମାମଲା ଲଗାତାର ବଢ଼ିବାରେ ଲାଗିଛି, ଯେଉଁ କାରଣରୁ ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି ଯେ କରୋନାର ଚତୁର୍ଥ ଲହର ଅନ୍ୟ ବଡ଼ ଦେଶଗୁଡ଼ିକରେ ମଧ୍ୟ ପ୍ରଭାବ ବିସ୍ତାର କରିପାରେ। ଆଉ ଏଥିପାଇଁ ଓମିକ୍ରନର ସବ୍‌ ଭ୍ୟାରିଏଣ୍ଟ BA.2 ହିଁ ଦାୟୀ।

କରୋନା ମୁଖ୍ୟ ରୂପେ ଶ୍ୱାସଜନିତ ରୋଗ, ଯାହା ଫୁସ୍‌ଫୁସକୁ କ୍ଷତି ପହଞ୍ଚାଇଥାଏ। ଏଥିରେ ଭୀଷଣ ଜ୍ୱର, କାଶ, ଗଳା ଗତଗତ ଆଦି ସମସ୍ୟା ଦେଖାଦେଇଥାଏ। କିନ୍ତୁ ଏବେ ଏହି ଭାଇରସ୍‌ ଶରୀରର ଅନ୍ୟାନ୍ୟ ଅଙ୍ଗରେ ବି ପ୍ରଭାବ ପକାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ହେଲା, କୋଭିଡ୍‌-୧୯ ଦାନ୍ତ ଓ ମାଢ଼ିକୁ ବି କ୍ଷତି ପହଞ୍ଚାଉଛି, ଯାହାର ଲକ୍ଷଣ ଏବେ ସାମ୍ନାକୁ ଆସିବାରେ ଲାଗିଛି। ଏହାକୁ ‘କୋଭିଡ୍‌ ଟିଥ୍‌’ ନାମ ଦିଆଯାଇଛି। କରୋନାର ଚତୁର୍ଥ ଲହର ପୂର୍ବରୁ ଏହି ଲକ୍ଷଣକୁ ଭଲ ଭାବେ ବୁଝିବା ଆପଣଙ୍କ ପାଇଁ ବହୁତ ଜରୁରୀ।

ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ କରୋନା ଭାଇରସ୍‌ର ଲକ୍ଷଣ ଏବଂ ଡେଣ୍ଟାଲ ହେଲ୍‌ଥ ମଧ୍ୟରେ ଗଭୀର ସମ୍ବନ୍ଧ ରହିଛି। ବୈଜ୍ଞାନିକଙ୍କ କହିବା ହେଲା, କୋଭିଡ୍‌-୧୯ ଦାନ୍ତ ଉପରେ ପ୍ରଭାବ ପକାଇପାରେ। କାହିଁକି ନା, ଏବେ ୭୫ ପ୍ରତିଶତ କରୋନା ରୋଗୀ ଦାନ୍ତ ସମସ୍ୟାରେ ପୀଡ଼ିତ ରହିଛନ୍ତି। ଆସନ୍ତୁ ଜାଣିବା କ’ଣ ରହିଛି ବର୍ତ୍ତମାନ କରୋନାର ଲକ୍ଷଣ।

ମାଢ଼ିରେ ଯନ୍ତ୍ରଣା

-ଦାନ୍ତରେ ଯନ୍ତ୍ରଣା

-ମାଢ଼ିରେ ରକ୍ତ ଜମାଟ ବାନ୍ଧିଯିବା

-ଜ୍ୱର

-କାଶ

-ଥକ୍କାପଣ

‘କୋଭିଡ୍‌ ଟିଥ୍‌’ର ଚିକିତ୍ସା

ବର୍ତ୍ତମାନ କରୋନା କାଳରେ ଦାନ୍ତ କିମ୍ବା ମାଢ଼ି ଯନ୍ତ୍ରଣା କାହାକୁ ବି ଅସୁବିଧାରେ ପକାଇପାରେ। ତେଣୁ ସମୟ ପୂର୍ବରୁ ଏହାର ଚିକିତ୍ସା କରାଇ ନେବା ଭଲ। ଯନ୍ତ୍ରଣା କମ୍‌ କରିବା ପାଇଁ ଏସିଟାମିନୋଫେନ ପରିବର୍ତ୍ତେ ୪୦୦ ମିଲିଗ୍ରାମ ଇବୁପ୍ରୋଫେନ ନେବା ଅଧିକ ପ୍ରଭାବଶାଳୀ ହୋଇପାରେ। କିନ୍ତୁ ଆପଣ ମନେ ରଖନ୍ତୁ, କୌଣସି ବି ଔଷଧ ବିନା ଡାକ୍ତରଙ୍କ ପରାମର୍ଶରେ ଗ୍ରହଣ କରନ୍ତୁ ନାହିଁ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago