ଦେଶ ବିଦେଶ

ଯାଇନି କରୋନା! ସାମ୍ନାକୁ ଆସିଲା ନୂଆ XE ଭ୍ୟାରିଏଣ୍ଟ, ଯାହା ଓମିକ୍ରନ୍‌ଠାରୁ ୧୦ ଗୁଣ ଅଧିକ ଭୟଙ୍କର

ଦେଶରେ କରୋନା ମାମଲା କମ୍‌ ହୋଇଥିଲେ ମଧ୍ୟ ଭାଇରସ୍‌ର ବିପଦ ଏବେ ବି ଟଳି ନାହିଁ। ଏବେ ବି ବୈଜ୍ଞାନିକମାନେ କରୋନାର ବଦଳୁଥିବା ରୂପ ଉପରେ ନଜର ରଖିଛନ୍ତି। ତେବେ ନିକଟରେ ବୈଜ୍ଞାନିକମାନେ ଏକ ବଡ଼ ଖୁଲାସା କରିଛନ୍ତି। ବିଶେଷଜ୍ଞଙ୍କ ରିସର୍ଚ୍ଚ ମୁତାବକ, କରୋନା ଭାଇରସ୍‌ର ନୂଆ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ ଏକ୍ସଇ (XE) ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଛି। ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ର ସବ୍‌ ଭ୍ୟାରିଏଣ୍ଟ ବିଏ.୨ ତୁଳନାରେ ପାଖାପାଖି ୧୦ ଗୁଣ ଅଧିକ ସଂକ୍ରାମକ ହୋଇପାରେ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏ ନେଇ ଚିନ୍ତା ବ୍ୟକ୍ତ କରିଛି। XE ଓମିକ୍ରନ୍‌ର ଦୁଇଟି ସବ୍‌ ଲିନେଜ୍‌ ବିଏ.୧ (BA.1) ଓ ବିଏ.୨ (BA.2) ର ରିକମ୍ବିନେଣ୍ଟ ଷ୍ଟ୍ରେନ୍‌। ଡବ୍ଲ୍ୟୁଏଚ୍‌ଓର ରିପୋର୍ଟ ମୁତାବକ, ଯେବେ ଯାଏଁ ଏହାର ଟ୍ରାନ୍ସମିଶନ ରେଟ୍‌ ଓ ରୋଗର ଲକ୍ଷଣରେ ଆଖିଦୃଶିଆ ପରିବର୍ତ୍ତନ ନଜର ଆସିନାହିଁ, ସେତେବେଳ ପର୍ଯ୍ୟନ୍ତ ଓମିକ୍ରନ୍‌ ଭ୍ୟାରିଏଣ୍ଟ ସହ ହିଁ ଏହାକୁ ଯୋଡ଼ାଯିବ।

ରିପୋର୍ଟ ମୁତାବକ, ବିଏ.୨ ତୁଳନାରେ ଏହାର କମ୍ୟୁନିଟି ଗ୍ରୋଥ୍‌ ରେଟ୍‌ ୧୦ ପ୍ରତିଶତ ଅଧିକ ହେବାର ସଙ୍କେତ ମିଳୁଛି। ଡବ୍ଲ୍ୟୁଏଚ୍‌ଓର କହିବାନୁସାରେ, ବିଏ.୨ ସବ୍‌ ଭ୍ୟାରିଏଣ୍ଟ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଯାହାର ସିକ୍ୱେନ୍‌ସଡ୍‌ ସଂଖ୍ୟା ପାଖାପାଖି ୮୬ ପ୍ରତିଶତ ରହିଛି।

ପ୍ରକାଶ ଯେ BA.2 ଷ୍ଟ୍ରେନ୍‌ର ପ୍ରଥମ ସଂକ୍ରମଣ ଜାନୁଆରୀ ୧୯ରୁ ୟୁକେରେ ଆରମ୍ଭ ହୋଇଛି। ସେବେ ଠାରୁ ଇତି ମଧ୍ୟରେ ୬୦୦ରୁ ଊର୍ଦ୍ଧ୍ୱ BA.2 ମାମଲା ସାମ୍ନାକୁ ଆସିସାରିଲାଣି। ଏଣୁ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।

Also Read: ୟୁକ୍ରେନ୍‌କୁ ପୁଣି ସହାୟତାର ହାତ ବଢ଼ାଇଲା ଆମେରିକା, ୩୦୦ ମିଲିୟନ୍‌ ଡଲାର ଦେବାକୁ କଲା ଘୋଷଣା

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago