ପ୍ରେମିକାର ମିଛ ମୃତ୍ୟୁ ଦର୍ଶାଇବାକୁ ଫିଲ୍ମ ଷ୍ଟାଇଲ୍‌ରେ ଯୁବତୀଙ୍କୁ ହତ୍ୟା କଲା ପ୍ରେମିକ, କ୍ରାଇମ୍‌ ଶୋ’ରୁ ନେଇଥିଲା ଆଇଡିଆ

ପ୍ରେମ ଶାଶ୍ୱତ, ଚିରନ୍ତନ, ପବିତ୍ର। ଦୁଇଟି ମନ ଓ ହୃଦୟର ମିଳନକୁ ପ୍ରେମ କୁହାଯାଏ। ଏହା ଏକ ସ୍ୱତନ୍ତ୍ର ଭାବନା, ଯାହା ଦେଖେନି ଧନୀ ଗରିବ, ଗୋରା କଳା, ଡେଙ୍ଗାଗେଡ଼ା, ବୟସ ତାରତମ୍ୟ। ପ୍ରେମରେ ପଡ଼ିଥିବା ବ୍ୟକ୍ତି ସାଥୀଙ୍କୁ ପାଇବାକୁ କୌଣସି ବି ସ୍ତରକୁ ଖସିବାକୁ ପ୍ରସ୍ତୁତ ଥାଏ। ଏମିତି କି ନିଜ ପ୍ରେମିକା ପାଇଁ ସେ କାହା ଜୀବନ ନେବାକୁ ବି ପଛାଏନି। ଏବେ ଠିକ୍‌ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ସିକନ୍ଦରାବାଦରେ।

ବିବାହ ପାଇଁ ଝିଅର ପରିବାର ଲୋକ ରାଜି ନ ହେବାରୁ ପ୍ରେମିକ ନିଜ ପ୍ରେମିକାର ମୃତ୍ୟୁର ନାଟକ ରଚିଛି। ଆଉ ଏଥିପାଇଁ ଜୀବନ ନେଇଛି ନିଜର ଜଣେ ବନ୍ଧୁଙ୍କର। ପ୍ଲାନିଂ ଥିଲା ଯୁବତୀଙ୍କୁ ହତ୍ୟା କରିବା ପରେ ତାଙ୍କୁ ପ୍ରେମିକାର ରୂପ ଦେବା, ଫଳରେ ସମସ୍ତେ ଜାଣିବେ ଯେ ପ୍ରେମିକାର ମୃତ୍ୟୁ ଘଟିଲା ଓ ସେ ଏକ ଅଜଣା ଜାଗାରେ ନିଜ ପ୍ରିୟତମା ସହ ଜୀବନ ଗଢ଼ିବ। ଆଉ ଏଥିରେ ସାଥ୍‌ ଦେଇଥିଲା ଖୋଦ୍‌ ପ୍ରେମିକା। କିନ୍ତୁ ସତ କେବେ ଲୁଚି ରହେନା ନ୍ୟାୟରେ ମୃତା ଯୁବତୀଙ୍କ ମୁହଁ ବିକୃତ କରିବା ବେଳେ ଧରାପଡ଼ିଗଲା ଯୁବକ ଓ ଫସର ଫାଟିଗଲା ସବୁ ଯୋଜନା।

ଉତ୍ତର ପ୍ରଦେଶର ସିକନ୍ଦରାବାଦରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ହତ୍ୟା ମାମଲାର ତଦନ୍ତ ବେଳେ ପୋଲିସକୁ ଏଭଳି ଏକ ଫିଲ୍ମ ଷ୍ଟାଇଲ୍‌ ମର୍ଡରର ସୂଚନା ମିଳିଛି। ଯୁବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ପ୍ରେମୀ ଯୁଗଳ।

ବୁଲନ୍ଦ ସହର ବାସିନ୍ଦା ପ୍ରେମୀ ଯୁଗଳ କପିଳ ଓ ରୁବି ମିଶି ନୋଏଡ଼ାରେ ରହୁଥିବା ପୁନମ୍‌ଙ୍କୁ ହତ୍ୟା କରିଛନ୍ତି। ରୁବି ଓ କପିଳ ପରସ୍ପରକୁ ଭଲ ପାଉଥିଲେ ଓ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ରୁବିର ପରିବାର ଲୋକେ ଏହି ବିବାହ ପାଇଁର୍ ରାଜି ନଥିଲେ। ଏଣୁ ସେମାନେ ପରିବାର ଲୋକଙ୍କୁ ବୁଝାଇବା ଅପେକ୍ଷା ଏକାଠି ରହିବାକୁ ଏକ ଭୟଙ୍କର ଯୋଜନା ରଚିଥିଲେ। ଆଉ ଏଥିରେ ବଳି ପଡ଼ିଥିଲା କିଛି ଦିନ ତଳେ କପିଳର ସାଙ୍ଗ ହୋଇଥିବା ପୁନମ୍‌।

କପିଳ ପୁନମ୍‌କୁ ସପିଂ କରିବା ବାହାନାରେ ଏକ ନିର୍ଜନ ସ୍ଥାନକୁ ନେଇ ବେଲ୍‌ଟରେ ତା’ ତଣ୍ଟି ଚିପି ହତ୍ୟା କରିଥିଲା। ପୁନମ୍‌ ମରିଗଲା ବୋଲି ଜାଣିବା ପରେ କପିଳ ତା’ ମୁହଁକୁ ନଷ୍ଟ କରିଦେଇଥିଲା ଯେମିତି କି ଜଣାପଡ଼ିବନି ଝିଅଟି କିଏ। ଏଥିସହ ମୃତଦେହ ନିକଟରେ ରୁବିର ପୋଷାକ ଓ ଅନ୍ୟ ସାମଗ୍ରୀ ଫିଙ୍ଗି ଦେଇ ମୃତ ଯୁବତୀକୁ ରୁବି ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲା।

ସେପଟେ ପୁନମ୍‌ର ପରିବାର ଲୋକେ ଝିଅର ପତ୍ତା ମିଳୁନଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ। ତାଙ୍କ ପରିବାର ଲୋକେ କପିଳ ଉପରେ ସନ୍ଦେହ କରୁଥିବା କହିଥିଲେ। ପରେ ନୋଏଡ଼ା ପୋଲିସ ବୁଲନ୍ଦ ସହର ପୋଲିସ ସହ ଯୋଗାଯୋଗ କରି ତଦନ୍ତ କରି କପିଳକୁ ଗିରଫ କରିଥିଲେ। କପିଳ ସବୁ ସତ ମାନିବା ପରେ ପୋଲିସ ଉପସ୍ଥିତିରେ ପୁନମ୍‌ର ଶବକୁ ଏକ ଗୁହାଳ ଭିତରୁ ଉଦ୍ଧାର କରାଯାଇଥିଲା। ହତ୍ୟାରେ ସାମିଲ ଥିବା ଉଭୟ କପିଳ ଓ ରୁବିଙ୍କୁ ପୋଲିସ ଗିରଫ କରିଛି। ଏକାଠି ନୂଆ ଜୀବନ ଆରମ୍ଭ କରିବାକୁ ଭୟଙ୍କର ଯୋଜନା ରଚିଥିବା ପ୍ରେମୀଯୁଗଳ ଏବେ ଜେଲର ଚାରିକାନ୍ଥ ଭିତରେ ନିଜ କଲା କର୍ମ ପାଇଁ କରୁଛନ୍ତି ଅନୁତାପ। ଆଉ ବିନା ଦୋଷରେ ଗୋଟିଏ ପରିବାର ହରାଇଛି ନିଜର ବଢ଼ିଲା ଝିଅ।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

2 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

5 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

5 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

6 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

6 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

6 hours ago