ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟ୍ଯୁବ ଆକାଉଣ୍ଟକୁ ବ୍ଲକ କରିଛି ଗୁଗଲ। ଟ୍ରମ୍ପଙ୍କର ଏହା ଅଫିସିଆଲ ଆକାଉଣ୍ଟ। ଗତ କିଛିଦିନ ତଳେ ଟ୍ରମ୍ପଙ୍କ ଫେସବୁକ ଏବଂ ଟ୍ବିଟର ଆକାଉଣ୍ଟକୁ ବ୍ଯାନ୍ ହୋଇଥିଲା। ପରେ ଟ୍ବିଟର ପକ୍ଷରୁ ତାଙ୍କ ଆକାଉଣ୍ଟକୁ ରିଷ୍ଟୋର କରାଯାଇଥିଲା ସତ କିନ୍ତୁ ଚେତାବନୀ ଦେଇଥିଲା।
ଟ୍ବିଟର ପକ୍ଷରୁ କୁହାଯାଇଥିଲା ଯେ, ଯଦି ଟ୍ରମ୍ପ ଏହା ପରେ କୌଣସି ପଲିସିର ଉଲଙ୍ଘନ କରନ୍ତି, ତେବେ ସବୁଦିନ ପାଇଁ ଆକାଉଣ୍ଟକୁ ବ୍ଲକ୍ କରିଦିଆଯିବ। ଏହାସହିତ ଫେସବୁକ ମଧ୍ୟ ଅନିଶ୍ଚିତ କାଳ ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟକୁ ସସପେଣ୍ଡ କରିଦେଇଥିଲା।
ଏହା ପରେ ଏବେ ଟ୍ରମ୍ପଙ୍କ ଅଫିସିଆଲ ୟୁଟ୍ଯୁବ ଚ୍ଯାନେଲକୁ ମଧ୍ୟ ବ୍ଯାନ କରାଯାଇଛି। ଅତିକମରେ ସାତ ଦିନ ପର୍ଯ୍ଯନ୍ତ ଟ୍ରମ୍ପଙ୍କ ୟୁଟ୍ଯୁବ ଚ୍ଯାନେଲରେ କୌଣସି କଣ୍ଟେଣ୍ଟ ଅପଲୋଡ ହୋଇପାରିବ ନାହିଁ। ଏହାସହିତ ପୁରୁଣା ଭିଡିଓରେ ମଧ୍ୟ କୌଣସି କମେଣ୍ଟ ଅପସନକୁ ହଟାଇଦିଆଯାଇଛି।
ଟ୍ରମ୍ପ ଗତ କିଛିଦିନରୁ ଆମେରିକା କ୍ଯାପିଟାଲରେ ହିଂସା ବଢାଇବାକୁ ନେଇ ବିବାଦରେ ରହିଥିଲେ। ଗୁଗଲ ଟ୍ବିଟ କରି କହିଛି କି, ‘ପଲିସି ନିୟମ ଉଲ୍ଲଙ୍ଘନ ଏବଂ ସମ୍ଭାବିତ ହିଂସାକୁ ଦୃଷ୍ଟିରେ ରଖି ଟ୍ରମ୍ପଙ୍କ ଆକାଉଣ୍ଟକୁ ସସପେଣ୍ଡ କରିଦିଆଯାଇଛି। ଯେଉଁଥିରେ ସେ କିଛି ବି ନୂଆ କେଣ୍ଟଣ୍ଟ ଅପଲୋଡ କରିପାରିବେ ନାହିଁ।
ସିଭିଲ ରାଇଟ ଗ୍ରୁପ ପକ୍ଷରୁ ଗୁଗଲକୁ ଟ୍ରମ୍ପଙ୍କ ୟୁଟ୍ଯୁବ ଆକାଉଣ୍ଟ ସସପେଣ୍ଡ କରିବାକୁ କୁହାଯାଇଥିଲା। ଯଦି ଗୁଗଲ ଏମିତି କରିନଥାନ୍ତା, ତେବେ ସିଭିଲ ରାଇଟସ ଗ୍ରୁପ ପକ୍ଷରୁ ୱାଲଡ ୱାଇଡ ୟୁଟ୍ଯୁବକୁ ବଏକଟ କରିବାର ଧମକ ମଧ୍ୟ ମିଳିଥିଲା।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…