ଦେଶ ବିଦେଶ

ମା’ର ଭୂମିକା ତୁଲାଇଲା Zomato, ଲଞ୍ଚିଂ ପୂର୍ବରୁ ଇସ୍ରୋକୁ ଖୁଆଇଲା ଦହି ଓ ଚିନି

ବର୍ତ୍ତମାନଠାରୁ ଆଉ ମାତ୍ର କିଛି ଘଣ୍ଟା ପରେ ଚନ୍ଦ୍ରଯାନ ଚନ୍ଦ୍ର ଆଡ଼କୁ ଗତି କରିବ । ଆପଣ ଘରେ ବସି ଏହି ଲଞ୍ଚିଂ ଇଭେଣ୍ଟ ଦେଖିପାରିବେ । ଏଥିପାଇଁ ଆପଣଙ୍କୁ ISRO (ଇସ୍ରୋ)ର ୟୁଟ୍ୟୁବ୍ ଚ୍ୟାନେଲକୁ ଯିବାକୁ ପଡ଼ିବ ।

ସେପଟେ ଚନ୍ଦ୍ରଯାନର ଲଞ୍ଚିଂ ପୂର୍ବରୁ ଫୁଡ୍‌ ଡେଲିଭରି କମ୍ପାନୀ ଜୋମାଟୋ (Zomato) ଇସ୍ରୋ ଅଧିକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଖାଦ୍ୟ ପଠାଇଛି । ସୋସିଆଲ ମିଡିଆରେ କମ୍ପାନୀର ଟ୍ଵିଟ୍‌ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ପ୍ରକୃତରେ, ଜୋମାଟୋ ଏଠି ମା’ର ଭୂମିକା ନିଭାଇଛି । ଯେପରି ପ୍ରତ୍ୟେକ ମା’ ନିଜ ପିଲାକୁ ପରୀକ୍ଷା କିମ୍ବା କୌଣସି ଗନ୍ତବ୍ୟ ସ୍ଥଳକୁ ଯିବା ପୂର୍ବରୁ ଦହି ଓ ଚିନି ଖୁଆଇଥାଏ, ସେହିପରି ଜୋମାଟୋ ମଧ୍ୟ ISRO ଅଧିକାରୀମାନଙ୍କୁ ଦହି ଓ ଚିନି ଖୁଆଇ ଗୁଡ୍‌ ଲକ୍‌ କହିଛି ।

କମ୍ପାନୀ ଟ୍ୱିଟ୍ କରି ଲେଖିଛି ଯେ ସେ ISRO ପାଇଁ ଦହି-ଚିନି ପଠାଉଛି । ଏହି ଟ୍ୱିଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ଚନ୍ଦ୍ରଯାନର ଲଞ୍ଚିଂକୁ ନେଇ ସାରା ଦେଶରେ ଉତ୍ସାହ ରହିଛି । ବଲିଉଡ ଅଭିନେତା ଅକ୍ଷୟ କୁମାର, ଅନୁପମ ଖେର, ସୁନୀଲ ସେଟ୍ଟୀ ପ୍ରମୁଖ ଇସ୍ରୋର ବୈଜ୍ଞାନିକ ଏବଂ ଦେଶକୁ ଶୁଭକାମନା ଜଣାଇଛନ୍ତି । କହି ରଖୁଛୁ, ଆଜି ଦ୍ୱିପହର ୨ଟା ୩୫ରେ ଉଡାଣ ଭରିବ ଚନ୍ଦ୍ରଯାନ-୩ ।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

19 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

38 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

46 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago