ମା’ର ଭୂମିକା ତୁଲାଇଲା Zomato, ଲଞ୍ଚିଂ ପୂର୍ବରୁ ଇସ୍ରୋକୁ ଖୁଆଇଲା ଦହି ଓ ଚିନି
ବର୍ତ୍ତମାନଠାରୁ ଆଉ ମାତ୍ର କିଛି ଘଣ୍ଟା ପରେ ଚନ୍ଦ୍ରଯାନ ଚନ୍ଦ୍ର ଆଡ଼କୁ ଗତି କରିବ । ଆପଣ ଘରେ ବସି ଏହି ଲଞ୍ଚିଂ ଇଭେଣ୍ଟ ଦେଖିପାରିବେ । ଏଥିପାଇଁ ଆପଣଙ୍କୁ ISRO (ଇସ୍ରୋ)ର ୟୁଟ୍ୟୁବ୍ ଚ୍ୟାନେଲକୁ ଯିବାକୁ ପଡ଼ିବ ।

ବର୍ତ୍ତମାନଠାରୁ ଆଉ ମାତ୍ର କିଛି ଘଣ୍ଟା ପରେ ଚନ୍ଦ୍ରଯାନ ଚନ୍ଦ୍ର ଆଡ଼କୁ ଗତି କରିବ । ଆପଣ ଘରେ ବସି ଏହି ଲଞ୍ଚିଂ ଇଭେଣ୍ଟ ଦେଖିପାରିବେ । ଏଥିପାଇଁ ଆପଣଙ୍କୁ ISRO (ଇସ୍ରୋ)ର ୟୁଟ୍ୟୁବ୍ ଚ୍ୟାନେଲକୁ ଯିବାକୁ ପଡ଼ିବ ।
ସେପଟେ ଚନ୍ଦ୍ରଯାନର ଲଞ୍ଚିଂ ପୂର୍ବରୁ ଫୁଡ୍ ଡେଲିଭରି କମ୍ପାନୀ ଜୋମାଟୋ (Zomato) ଇସ୍ରୋ ଅଧିକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଖାଦ୍ୟ ପଠାଇଛି । ସୋସିଆଲ ମିଡିଆରେ କମ୍ପାନୀର ଟ୍ଵିଟ୍ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ପ୍ରକୃତରେ, ଜୋମାଟୋ ଏଠି ମା’ର ଭୂମିକା ନିଭାଇଛି । ଯେପରି ପ୍ରତ୍ୟେକ ମା’ ନିଜ ପିଲାକୁ ପରୀକ୍ଷା କିମ୍ବା କୌଣସି ଗନ୍ତବ୍ୟ ସ୍ଥଳକୁ ଯିବା ପୂର୍ବରୁ ଦହି ଓ ଚିନି ଖୁଆଇଥାଏ, ସେହିପରି ଜୋମାଟୋ ମଧ୍ୟ ISRO ଅଧିକାରୀମାନଙ୍କୁ ଦହି ଓ ଚିନି ଖୁଆଇ ଗୁଡ୍ ଲକ୍ କହିଛି ।
କମ୍ପାନୀ ଟ୍ୱିଟ୍ କରି ଲେଖିଛି ଯେ ସେ ISRO ପାଇଁ ଦହି-ଚିନି ପଠାଉଛି । ଏହି ଟ୍ୱିଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
ଚନ୍ଦ୍ରଯାନର ଲଞ୍ଚିଂକୁ ନେଇ ସାରା ଦେଶରେ ଉତ୍ସାହ ରହିଛି । ବଲିଉଡ ଅଭିନେତା ଅକ୍ଷୟ କୁମାର, ଅନୁପମ ଖେର, ସୁନୀଲ ସେଟ୍ଟୀ ପ୍ରମୁଖ ଇସ୍ରୋର ବୈଜ୍ଞାନିକ ଏବଂ ଦେଶକୁ ଶୁଭକାମନା ଜଣାଇଛନ୍ତି । କହି ରଖୁଛୁ, ଆଜି ଦ୍ୱିପହର ୨ଟା ୩୫ରେ ଉଡାଣ ଭରିବ ଚନ୍ଦ୍ରଯାନ-୩ ।
sending dahi cheeni to @isro for the launch of Chandrayaan 3 ❤️
— zomato (@zomato) July 14, 2023
And the time has come to rise! Great luck to all our scientists at @isro for #Chandrayaan3. A billion hearts are praying for you. 🙏 https://t.co/Lbcp1ayRwQ
— Akshay Kumar (@akshaykumar) July 14, 2023