Below header

ଭାଇରାଲ୍ ହେଉଛି ଭିଡିଓ: ନିଜ ଛୁଆର ମୃତଦେହକୁ ଜଗି ରହିଛି ମା ବିଲେଇ, କାନ୍ଦି କାନ୍ଦି ଉଠେଇବାକୁ କରୁଛି ଚେଷ୍ଟା

ଏକ ଅଜଣା ଗାଡ଼ି ଧକ୍କାରେ ଏକ ବିଲେଇ ଛୁଆଟିର ମୃତ୍ୟୁ ଘଟିଛି । ଆଉ ସେହି ବିଲେଇ ଛୁଆଟିର ମୃତଦେହ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଛି । ଆଉ ସେହି ବିଲେଇ ଛୁଆର ମୃତଦେହ ପାଖରେ ମା ବିଲେଇଟି ବସି କାନ୍ଦିବା ସହ ତା ଛୁଆଟିକୁ ଉଠେଇବାକୁ ଚେଷ୍ଟା କରୁଛି । ଯାହାର ଭିଡିଓ ଭାଇରାଲ ହେଉଛି ।

ରାଜନଗର(କେନ୍ୟୁଜ୍): ଦୁନିଆରେ ଯଦି କିଛି ସତ୍ୟ ତାହା ହେଉଛି ଜୀବନ ଆଉ ମରଣ । ତାଛଡା ଆଉ ସବୁ କିଛି ମିଛ । ଯିଏ ଥରେ ଜନ୍ମ ନେଇଛି ସେ ଦିନେ ନା ଦିନେ ମୃତ୍ୟୁବରଣ କରିବ । ଏହା ଦୁନିଆର ନୀତି ବୋଲି କୁହାଯାଏ । ତେବେ ନିଜେ ମୃତ୍ୟୁ ଭଳି ସତକୁ ସାମ୍ନା କରି ଏଇ ସଂସାରକୁ ନୂଆ ଜୀବନ ଆଣିଥାଏ ସେ ହେଉଛି ମା । ମା’-ଦୁନିଆର ସବୁଠୁ ମଧୁର ଓ ସୁନ୍ଦର ଶବ୍ଦ । ଏଇ ଶବ୍ଦର ଗଭୀରତାରେ ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ । ମା’ର ମମତା ଠାରୁ ମଧୁର ଓ ତା କୋଳଠାରୁ ନିରାପଦ ସ୍ଥାନ କେଉଁଠାରେ ନାହିଁ । ତାର ହୃଦୟ ପୃଥିବୀ ପରି ଉଦାର ଓ ଆକାଶ ଭଳି ବିଶାଳ। ତେବେ ଗୋଟେ ମା’ ପାଇଁ ତା ସନ୍ତାନର ଗୁରୁତ୍ୱ ଯେ କେତେ ତାହା କହିବାର ଆବଶ୍ୟକତା ନାହିଁ। ଏଣିକି ସେ ମଣିଷ ହେଉ କି ପଶୁ । ମା’ ତ ମା’ନା ।

ମା’ ନିଜ ପିଲାମାନଙ୍କୁ ବିପଦରେ ଦେଖି ସେମାନଙ୍କୁ ବଞ୍ଚାଇବା ପାଇଁ କୌଣସି ବି ସ୍ତର ପର୍ଯ୍ୟନ୍ତ ଯାଇପାରେ। ଏମିତି କରିବା ସମୟରେ ମା’ କେବେ ବି ନିଜ ଜୀବନକୁ ଖାତିର ସୁଦ୍ଧା କରେ ନାହିଁ। ହେଲେ ଯେବେ କୌଣସି ବିପଦରେ ପଡି ଯେତେବେଳେ କୋଉ ମା’ ଆଗରେ ତା ଛୁଆ ଆଖିବୁଜିଦିଏ? ସେ କଷ୍ଟକୁ ବଖାଣିବା ଅସମ୍ଭବ । ତେବେ ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି ।

ରାଜନଗର ତାରିଣୀ ମନ୍ଦିର ନିକଟ ମୁଖ୍ୟ ରାସ୍ତାରେ ଘଟିଛି ଏହି ଅଭାବନୀୟ ଘଟଣା । ଯାହା କଏଦ ହୋଇଛି କ୍ୟାମେରାରେ । ଭିଜୁଆଲରୁ ଯାହା ଦେଖିବାକୁ ମିଳୁଛି କେଉଁ ଏକ ଅଜଣା ଗାଡ଼ି ଧକ୍କାରେ ଏକ ବିଲେଇ ଛୁଆଟିର ମୃତ୍ୟୁ ଘଟିଛି । ଆଉ ସେହି ବିଲେଇ ଛୁଆଟିର ମୃତଦେହ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଛି । ଆଉ ସେହି ବିଲେଇ ଛୁଆର ମୃତଦେହ ପାଖରେ ମା ବିଲେଇଟି ବସି କାନ୍ଦିବା ସହ ତା ଛୁଆଟିକୁ ଉଠେଇବାକୁ ଚେଷ୍ଟା କରୁଛି ।

ଯାହା ସ୍ଵାର୍ଥପର ମଣିଷ ସମାଜର ମଣିଷ ପଣିଆ କୁ ଧିକ୍କାର କରିବାକୁ ବାଧ୍ୟ କରିବ । ଟିକେ ସାବଧାନତାର ସହିତ ଗାଡି ଚଳେଇଥିଲେ ହୁଏତ ଏ ନିରୀହ ଜୀବଟିର ମୃତ୍ୟୁ ଘଟି ନଥାନ୍ତା କି ଏ ମା ବିଲେଇଟି ତା ଛୁଆକୁ ହରାନଥାନ୍ତା । ତେଣୁ ରାସ୍ତାରେ ଯାନବାହାନ ଚଳାଚଳ କରୁଥିବା ସମୟରେ ସଭିଏଁ ଏଇ ନିରିହ ପଶୁମାନଙ୍କ ଉପରେ ଟିକେ ନଜର ଦିଅନ୍ତୁ କାହିଁକିନା ଏମାନଙ୍କ ଦାୟିତ୍ୱ ନେବା ବି ଆମମାନଙ୍କର କର୍ତ୍ତବ୍ୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.