Below header

ଫ୍ରାନ୍ସରେ ପଢ଼ୁଥିବା ଭାରତୀୟ ଛାତ୍ରଙ୍କୁ ମିଳିବ ୫ ବର୍ଷର ପୋଷ୍ଟ ଷ୍ଟଡି ଓ୍ଵାର୍କ ଭିସା, ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ ଫ୍ରାନ୍ସରେ ମାଷ୍ଟର୍ସ କରୁଥିବା ଭାରତୀୟ ଛାତ୍ରଙ୍କୁ ଏବେ ୫ ବର୍ଷର ପୋଷ୍ଟ ଷ୍ଟଡି ଓ୍ଵାର୍କ ଭିସା ଦିଆଯିବ । ମୋଦି ଏବେ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି । ଗୁରୁବାର ମୋଦି ପ୍ୟାରିସରେ ପହଞ୍ଚିଥିଲେ । ପହଞ୍ଚିବା ପରେ ସେ ଭାରତୀୟ ଛାତ୍ରମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି । ମୋଦି ଘୋଷଣା କରିଛନ୍ତି ଯେ ଫ୍ରାନ୍ସରେ ମାଷ୍ଟର୍ସ କରୁଥିବା ଭାରତୀୟ ଛାତ୍ରମାନଙ୍କୁ ଏବେ ୫ ବର୍ଷର ପୋଷ୍ଟ ଷ୍ଟଡି ଓ୍ଵାର୍କ ଭିସା ଦିଆଯିବ ।

ପୂର୍ବରୁ ଫ୍ରାନ୍ସରେ ଭାରତୀୟ ଛାତ୍ରମାନଙ୍କ ପାଇଁ ୨ ବର୍ଷର ଓ୍ଵାର୍କ ଭିସା ଥିଲା । ପିଏମ୍‌ ମୋଦି ପ୍ୟାରିସର ଲା ସିନ୍‌ ମ୍ୟୁଜିକଲ୍‌ରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି କହିଛନ୍ତି କି, ପୂର୍ବରୁ ମାଷ୍ଟର୍ସ କରୁଥିବା ଭାରତୀୟ ଛାତ୍ରମାନଙ୍କୁ ୨ ବର୍ଷର ପୋଷ୍ଟ ଷ୍ଟଡି ଓ୍ଵାର୍କ ଭିସା ଦିଆଯାଉଥିଲା, ବର୍ତ୍ତମାନ ୫ ବର୍ଷର ପୋଷ୍ଟ ଷ୍ଟଡି ଭିସା ଦିଆଯିବ ।

କୋଭିଡ୍‌-୧୯ ପରେ ସର୍ବଶେଷ ସରକାରୀ ଆକଳନ ଅନୁସାରେ, ୨୦୨୧-୨୦୨୨ ଏକାଡେମିକ୍ ସେସନରେ ଫ୍ରାନ୍ସରେ ପ୍ରାୟ ୬,୦୦୦ ଭାରତୀୟ ଛାତ୍ର ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୭୦%ରୁ ଅଧିକ ଛାତ୍ର ମ୍ୟାନେଜମେଣ୍ଟ ପ୍ରୋଗ୍ରାମରେ ପାଠ ପଢ଼ୁଛନ୍ତି। ପିଏମ୍‌ ମୋଦି ଜୁଲାଇ ୧୫ରେ ପ୍ୟାରିସରୁ ଆବୁଧାବି ଓ ୟୁଏଇ ଗସ୍ତରେ ଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.